
ସୀତାରାମ ଅଗ୍ରୱାଲ
ବାଲୁଗାଁ: ସାରା ରାଜ୍ୟରେ ବୁଧବାରଠାରୁ ଲକଡ଼ାଉନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଉକ୍ତ ଲକଡ଼ାଉନକୁ ଆହୁରି କଡାକଡି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାର ସମୟ ଅବଧିକୁ ୬ ଘଣ୍ଟାରୁ ୪ ଘଣ୍ଟାକୁ କମାଇଦିଆଯାଇଛି। ହେଲେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ସହରର ବହୁ ମଦ ଦୋକାନୀମାନେ ଲକଡ଼ାଉନ ନିୟମ ଉଲଂଘନ କରି ହୋମ ଡେଲିଭେରି ବଦଳରେ ଖୋଲାରେ ମଦ ବିକୁଥିବାର ଦେଖାଯାଇଥିଲା। ଅନୁରୂପ ଭାବେ ମାଛ ମାର୍କେଟରେ ଦୋକାନୀମାନେ ଲକଡ଼ାଉନ ନିୟମ ଉଲଂଘନ କରିଥିବାର ଦେଖିବାକୁ ମିଳିଥିଲା।
ତେବେ ଏହାକୁ ଗୁରୁତର ସହ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ନିୟମ ଉଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଦୁଇ ଗୋଟି ମଦ ଦୋକାନ ଏବଂ ଗୋଟାଏ ମାଛ ଦୋକାନୀଙ୍କ ଠାରୁ ବାଲୁଗାଁ ଏନଏସି ୧୦ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛି।