Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାତ୍ୟା ମୁକାବିଲା: ଚିଲିକାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ
ଆଜିର ଖବର

ବାତ୍ୟା ମୁକାବିଲା: ଚିଲିକାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ

May 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ସାମୁଦ୍ରିକ ଝଡ ‘ୟଶ’ ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାକୁ ମଧ୍ୟ ବିପଦ ଜୋନ ଭାବେ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନମଣ୍ଡଳୀରେ ମୁଖ୍ୟତଃ ବାତ୍ୟାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଥିଲାଗି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସ୍ଥାନୀୟ ପ୍ରଶାସନ ସହ ତୁହାକୁ ତୁହା ବୈଠକ ଜାରି ରଖିବା ସହ ଚିଲିକା ଅଞ୍ଚଳକୁ ବାରମ୍ବାର ପରିଦର୍ଶନ ମଧ୍ୟ ଜାରି ରହିଛି।

ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଚିଲିକା ଗସ୍ତରେ ଆସିଛନ୍ତି। ଉପଜିଲ୍ଲାପାଳ ମଧ୍ୟାହ୍ନରୁ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଜାରି ରଖିଛନ୍ତି। ତତ ସହିତ ବିପଦପୂର୍ଣ୍ଣ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ଉପରେ ଉପଜିଲ୍ଲାପାଳ ଗୁରୁତ୍ଵ ଦେଉଛନ୍ତି। ସମଗ୍ର ନିର୍ବାଚନମଣ୍ଡଳୀରେ ଜିରୋ କାଜୁଆଲିଟି ଲକ୍ଷ ରଖି ଉପଜିଲ୍ଲାପାଳ କାମ ବଢ଼ାଇଛନ୍ତି।

ଆଜି ଉପଜିଲ୍ଲାପାଳ ଚିଲିକା ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଯଥା ଅଠରବାଟିଆ ଉଚ୍ଚ ବିଦ୍ୟାଳୟ, ବଡ଼କୁଳ ଉଚ୍ଚ ବିଦ୍ୟାଳୟ ଏବଂ ବିଭିନ୍ନ ତଳି ଅଞ୍ଚଳ ଯଥା ଚନ୍ଦ୍ରାପୁଟ ଗ୍ରାମ, ଅଶ୍ୱରୀପାଟଣା ଗ୍ରାମ ଆଦି ପରିଦର୍ଶନ କରିଥିବାବେଳେ ବାଲୁଗାଁ ଏନଏସି ର ଶାନ୍ତି ନଗର, ସନ୍ୟାସୀ ନଗର, ତଳପଟି ଆଦି ଅଞ୍ଚଳ ପରିଦର୍ଶନ କରିବା ସହ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ବ୍ୟବସ୍ଥା ହୋଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀର ତଦାରଖ କରିଥିଲେ।

ତେବେ ଆଜି ରାତି ୮ ଟା ସୁଦ୍ଧା ଚିଲିକା ବ୍ଲକର ୧୧ଟି ବାତ୍ୟା ଆଶ୍ରୟସ୍ଥଳୀରେ ୩୧୧ ଜଣ ଏବଂ ବାଲୁଗାଁ ଏନଏସି ର ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ୫୭ ଜଣ ନାଗରିକଙ୍କୁ ସ୍ଥାନାନ୍ତରିତ କରାଯାଇଥିବାର ଉପ ଜିଲ୍ଲାପାଳ ଶ୍ରୀ ବେହୁରିଆ ସୂଚନା ଦେଇଛନ୍ତି। ଏବଂ ପାଖପାଖି ୧୦୦ ଟି ବିଦ୍ୟାଳୟ ମଧ୍ୟ ବାତ୍ୟା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଉପଜିଲ୍ଲାପାଳଙ୍କ ଗସ୍ତ ସମୟରେ ଚିଲିକା ତହସିଲଦାର ପୁନମ ମହାପାତ୍ର, ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ଅନ୍ୟାନ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅନୁରୂପ ଭାବେ ଆଜି ବାଣପୁର ବ୍ଲକରେ ୯ ଟି ବାତ୍ୟା ଆଶ୍ରୟସ୍ଥଳୀରେ ସମୁଦାୟ ୨୦୦ ଜଣ ଏବଂ ବାଣପୁର ଏନଏସି ରେ ୩ ଟି ବାତ୍ୟା ଆଶ୍ରୟସ୍ଥଳୀରେ ସମୁଦାୟ ୯୨ ଜଣଙ୍କୁ ସ୍ଥନାନ୍ତରିତ କରାଯାଇଥିବାର ଡେପୁଟି ଜିଲ୍ଲାପାଳ ଅନିଲ ପଟ୍ଟନାୟକ ସୂଚନା ଦେଇଛନ୍ତି।  ଡେପୁଟି ଜିଲ୍ଲାପାଳଙ୍କ ଆଜି ବାଣପୁର ଗସ୍ତରେ ତହସିଲଦାର ମନ୍ମଥ ବେହେରା, ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଏବଂ ଅନ୍ୟାନ୍ୟ ଅଧିକାରି ମାନେ ସାମିଲ ଥିଲେ।

ଖୋର୍ଦ୍ଧା ଉପଜିଲ୍ଲାପାଳ ଚିଲିକା ବାତ୍ୟା ମୁକାବିଲା
Share. Facebook Twitter LinkedIn Email WhatsApp Copy Link

Related Posts

ହ୍ୱାଟ୍ସଆପ୍ ଗ୍ରୁପରେ ଇସ୍ତଫା ଘୋଷଣା, ପରଦିନ ଡିଲିଟ୍! ତିରୁବନନ୍ତପୁରମରେ ବିଜେପିକୁ ନେଇ ବଡ଼ ରାଜନୈତିକ ଝଡ଼

October 4, 2026

ରୋଷେଇ ଘରେ ଏଭରେଷ୍ଟ ଜିରା ପାଉଡର ଅଛି କି? ବ୍ୟବହାର ପୂର୍ବରୁ ଚେକ୍ କରନ୍ତୁ ବ୍ୟାଚ୍ ନମ୍ବର

October 4, 2026

ପ୍ରାକୃତିକ ଗ୍ୟାସ ମୂଲ୍ୟ ବଢ଼ିଲା: CNG-PNG ଠାରୁ ସାର ଓ ବିଦ୍ୟୁତ୍, କାହା ଉପରେ ପଡ଼ିବ ପ୍ରଭାବ?

October 4, 2026

ଭାରସାମ୍ୟ ହରାଇ ଗଛକୁ ପିଟିଲା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’: ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

October 4, 2026
Latest News

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026

PF ଓ EPS ନେଇ ବଡ଼ ଭୁଲ କରୁଛନ୍ତି କି? ଚାକିରି ବଦଳ ପୂର୍ବରୁ ଜାଣନ୍ତୁ ଏହି ନିୟମ

October 5, 2026

ଶିଙ୍ଗଲ୍ସ କେବଳ ଚର୍ମ ରୋଗ ନୁହେଁ! ଷ୍ଟ୍ରୋକ୍ ଓ ହୃଦଘାତ ବିପଦ ସହ କ’ଣ ରହିଛି ସମ୍ପର୍କ?

October 5, 2026

ଅଷ୍ଟ୍ରେଲିଆ-ଏ’ ସିରିଜ୍‌ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ, ସୂର୍ଯ୍ୟାଂଶଙ୍କୁ ସୁଯୋଗ

October 5, 2026

୨୦୨୭ ୟୁପି ନିର୍ବାଚନରେ ଏକାକୀ ଲଢ଼ିବ ଚିରାଗଙ୍କ ଦଳ? ବିଜେପିକୁ ନେଇ ଦେଲେ ବଡ଼ ସଙ୍କେତ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.