
କଟକ, ଓଡିଶା ପୋଲିସରେ ଖାଲିଥିବା 48ଟି ଏସପିଓ ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏହି ସବୁ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଜୁନ ମାସ 19 ତାରିଖ। ଏହାପରେ ଜୁନ୍ 26 ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଡିଶା ପୋଲିସ ତରଫରୁ କୁହାଯାଇଛି। ତେବେ ଏହିସବୁ ପଦବୀ ପାଇଁ କେବଳ ଅବସର ପ୍ରାପ୍ତ ସମାରିକ କର୍ମଚାରୀମାନେ ଆବେଦନ କରିପାରିବେ। ଏ ସଂପର୍କରେ ସବିଶେଷ ତଥ୍ୟ ଆବେଦନକାରୀମାନେ ୱେବସାଇଟ- www.odishapolice.gov.in ରୁ ପାଇପାରିବେ
Tags: ନିଯୁକ୍ତି ସୂଚନା, ପୋଲିସ ନିଯୁକ୍ତି