Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାତ୍ୟା ପରେ ପରେ ସମସ୍ତ ୫ଟି ଜିଲ୍ଲାର ରାସ୍ତା ମରାମତି କାର୍ଯ୍ୟ ସଂପୂର୍ଣ୍ଣ କଲା ପୂର୍ତ୍ତ ବିଭାଗ
ଆଜିର ଖବର

ବାତ୍ୟା ପରେ ପରେ ସମସ୍ତ ୫ଟି ଜିଲ୍ଲାର ରାସ୍ତା ମରାମତି କାର୍ଯ୍ୟ ସଂପୂର୍ଣ୍ଣ କଲା ପୂର୍ତ୍ତ ବିଭାଗ

May 28, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାତ୍ୟା ପରେ ପରେ ସମସ୍ତ ୫ଟି ଜିଲ୍ଲାର ରାସ୍ତା ମରାମତି କାର୍ଯ୍ୟ ସଂପୂର୍ଣ୍ଣ କଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର, ପୂର୍ତ୍ତ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ସହ ବାତ୍ୟା ‘ୟାସ୍‌’ ପ୍ରଭାବିତ ସମସ୍ତ ୫ଟି ଜିଲ୍ଲାରେ ରାସ୍ତାଘାଟର ମରାମତି ସଂପୂର୍ଣ୍ଣ ହୋଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ‘ୟାସ୍‌’ରେ ସର୍ବାଧିକ ପ୍ରଭାବିତ ବାଲେଶ୍ୱର ଜିଲ୍ଲାରେ ବିଭାଗ ଅଧୀନରେ ଥିବା ମୋଟ ୭୦ଟି ରାସ୍ତା ମଧ୍ୟରୁ ୫୩ଟି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା, ଯାହାକୁ କି ତ୍ୱରିତ ପଦକ୍ଷେପ ନିଆଯାଇ ୨୪ ଘଣ୍ଟା ମଧ୍ୟରେ ସମସ୍ତ ରାସ୍ତାକୁ ଗାଡ଼ି ଚଳାଚଳ ଉପଯୋଗୀ କରାଯାଇଥିଲା ।

ସେହିପରି ଭଦ୍ରକ ଜିଲ୍ଲାର ମୋଟ ୮୦ଟି ରାସ୍ତା ମଧ୍ୟରୁ ୩୬ଟି, କେନ୍ଦ୍ରାପଡ଼ା ଜିଲ୍ଲାର ୯୮ଟି ରାସ୍ତା ମଧ୍ୟରୁ ୪୯ଟି, ଜଗତସିଂହପୁର ଜିଲ୍ଲାର ମୋଟ ୪୫ଟି ରାସ୍ତା ମଧ୍ୟରୁ ୨୫ଟି ଏବଂ ମୟୂରଭଞ୍ଜ ଜିଲ୍ଲାର ମୋଟ ୩୪ଟି ରାସ୍ତାରୁ ୩୦ଟି ରାସ୍ତା ବାତ୍ୟା ‘ୟାସ୍‌’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଅନେକ ସ୍ଥାନରେ ବଡ଼ ବଡ଼ ଗଛ ପଡ଼ିବା ସହ ରାସ୍ତା ଅବରୋଧ ହେବା ସହ କିଛି ସ୍ଥାନରେ ରାସ୍ତା କଟି ଯୋଗାଯୋଗ ବ୍ୟାହତ ହୋଇଥିଲା।

ବିଭାଗ ପକ୍ଷରୁ ଏହିସବୁ ରାସ୍ତା ପାଇଁ ମୋଟ ୧୯୨ଟି ତ୍ୱରିତ ପ୍ରତିକ୍ରିୟା ଦଳ ଜରିଆରେ ଜେସିବି, ଇଲେକ୍‌ଟି୍ରକ୍‌ କଟର ଆଦି ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ବାଧାପ୍ରାପ୍ତ ହୋଇଥିବା ସମସ୍ତ ରାସ୍ତାକୁ ସଫା ଓ ମରାମତି କରାଯାଇ ଯୋଗାଯୋଗକୁ ସ୍ୱାଭାବିକ କରାଯାଇ ପାରିଛି । ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ରାସ୍ତା ସଫା ହେବା ଫଳରେ ଗମନାଗମନରେ ସୁବିଧା ହେବା ସହ ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ଯଥେଷ୍ଟ ସହଜ ହୋଇପାରିଛି । ସର୍ବୋଚ୍ଚ ଯନ୍ତ୍ରୀ ଏବଂ ମୁଖ୍ୟଯନ୍ତ୍ରୀଙ୍କୁ ମିଶାଇ ୫ ଜଣ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସଂପନ୍ନ ହୋଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026

ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 10, 2026

ବାଣପୁରରେ ମିଶ୍ରଣ ପର୍ବ: ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ବହୁ ବିଜେଡ଼ି କାଉନସିଲର

June 10, 2026

NEET ପରୀକ୍ଷାର୍ଥୀଙ୍କ ସହିତ ବସ୍‌ରେ ମାଗଣା ଯାଇପାରିବେ ଅଭିଭାବକ: ଘୋଷଣା କଲେ ଏହି ସରକାର

June 10, 2026
Latest News

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026

ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 10, 2026

ବିଶ୍ୱ ନେତାମାନଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କଲେ ନରେନ୍ଦ୍ର ମୋଦୀ

June 10, 2026

ବାଣପୁରରେ ମିଶ୍ରଣ ପର୍ବ: ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ବହୁ ବିଜେଡ଼ି କାଉନସିଲର

June 10, 2026

NEET ପରୀକ୍ଷାର୍ଥୀଙ୍କ ସହିତ ବସ୍‌ରେ ମାଗଣା ଯାଇପାରିବେ ଅଭିଭାବକ: ଘୋଷଣା କଲେ ଏହି ସରକାର

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.