ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ

Published: May 29, 2021, 11:21 am IST

ଭୁବନେଶ୍ବର, ଓଡିଶାର ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା। ସେ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସ। 81 ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ କିଛି ଦିନ ତଳେ କରୋନା ପଜେଟିଭ ଚିହ୍ନଟ ହୋଇ ହୋମ କ୍ବାରଣ୍ଟାଇନରେ ଥିଲେ। ହେଲେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ପରଲୋକ ଘଟିଛି।

ଓଡିଆ ସାମ୍ବାଦିକ ଜଗତରେ ଦୀର୍ଘ ବର୍ଷ ଧରି ନିଜର କଲମ ଚାଳନା କରିଛନ୍ତି ବସନ୍ତ ଦାସ। ବିଭିନ୍ନ ଦୈନିକରେ କାମ କରିବା ସହିତ କେତେକ ପୁସ୍ତକ ରଚନା ମଧ୍ୟ କରିଛନ୍ତି। ସେ ମଧ୍ୟରେ ରହିଛି ‘ପଲଟିକାଲ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡିଶା’ ଏବଂ ‘ଯେ ଦେଶ ଯାଇ ସେଫଳ ଖାଇ’ ପ୍ରଭୃତି ରହିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି।

Related posts