Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କଲା ଇଓଡ଼ବ୍ଲ୍ୟୁ

ଭୁବନେଶ୍ଵର: ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ର ବଡ କାର୍ଯ୍ୟାନୁଷ୍ଠାନ। ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡ଼ବ୍ଲ୍ୟୁ ଗିରଫ କରିଛି। ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଠକେଇ ଓ ଜାଲିଆତି ଅଭିଯୋଗରେ ଗିରଫ କରାଯାଇଛି। ନୟାଗଡ଼ ଓଡ଼ଗାଁରୁ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ ଗିରଫ କରିଛି। ଏନେଇ ଇଓଡ଼ବ୍ଲ୍ୟୁ ଏସପି ସୂଚନା ଦେଇଛନ୍ତି।

ଆସନ୍ତା କାଲି ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡ଼ବ୍ଲ୍ୟୁ ନୋଟିସ୍‌ ଜାରି କରିବା ସହ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ହାଜର ହୋଇନଥିଲେ। ଏହାପରେ ଗତକାଲି ତାଙ୍କ ବାସଭବନ ଉପରେ ଇଓଡ଼ବ୍ଲ୍ୟୁ ଚଢ଼ାଉ କରିଥିଲେ ମଧ୍ୟ ଅର୍ଦ୍ଧେନ୍ଦୁ ଦାସ ଫେରାର ହୋଇଯାଇଥିଲେ। ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ସହ ଯୋଗାଯୋଗ ସମ୍ଭବ ନହେବାରୁ ଗତକାଲି ଅପରାହ୍ନରେ ଇଓଡ଼ବ୍ଲ୍ୟୁ ର ଏକ ପାଞ୍ଚ ଜଣିଆ ଟିମ୍‌ ବଡ଼ଗଡ଼ ଟଙ୍କପାଣି ରୋଡ୍‌ ସ୍ଥିତ ‘ବଡ଼ ଖବର’ ଅଫିସରେ ଚଢାଉ କରିଥିଲା।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଶ୍ରେଷ୍ଠ ନ୍ୟୁଜ ରିପୋଟିଂ ପାଇଁ ସର୍ବଭାରତୀୟ ସ୍ତରରେ ମର୍ଯ୍ୟାଦାଜନକ ସମ୍ମାନ ପାଇଲେ ବିଜୟ ଦ୍ୱିବେଦୀ

ଦୁଷ୍ମନ୍ତ କୁମାର ପଣ୍ଡା
ଭବାନୀପାଟଣା: “ବହୁ ଦେଶୀୟ କମ୍ପାନୀ ଛାଡି ପଶୁପାଳକ ହେଲେ ଜଣେ ଉଚ୍ଚଶିକ୍ଷିତା ମହିଳା” ସମ୍ବାଦ ପାଇଁ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ ଲଗାତାର ଦ୍ୱିତୀୟ ଥର ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ନ୍ୟୁଜ ରିପୋଟିଂ ପାଇଁ ମର୍ଯ୍ୟାଦାଜନକ “ଲାଡିଲି ମିଡିଆ ଏଣ୍ଡ ଏଡ୍‌ଭାଇଜିଙ୍ଗ ଏୱାର୍ଡ ଫର ଜେଣ୍ଡର ସେନ୍ସସିଟିଭ୍‌-୨୦୨୧” ସମ୍ମାନ ୧୯ ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ପ୍ରଦାନ କରାଯାଇଛି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସେ କେବେ ପାଠ ପଢୁଥିଲେ ସେ କଥା ମନେ ପକେଇବାକୁ ତାଙ୍କର ଏବେ ସମୟ କାହିଁ। ପୁନାରେ ରହି ଏଚ୍‌ଏସ୍‌ବିସି ବ୍ୟାଙ୍କର ନର୍ଥ ଆମେରିକା ବ୍ୟବସାୟ ବୁଝିବା ଭିତରେ ମାତୃଭୂମିର ମୋହ ଓ କୃଷିର ଆକର୍ଷଣରେ ସେ ଆକୃଷ୍ଟ ହୋଇ ମୋଟା ଅଙ୍କର ଦରମାର ଚାକିରି ଛାଡିଦେଲେ ଓ କଳାହାଣ୍ଡିର ସବୁଜିମା ଭିତରେ ପାଦ ଥାପିଲେ। ଗତ ୫ ବର୍ଷ ଭିତରେ କୃଷି ଉଦ୍ୟୋଗୀ ଜୟନ୍ତୀ ମହାପାତ୍ର କେବଳ ନିଜକୁ ଗଢି ନାହାନ୍ତି ବରଂ ଭବାନୀପାଟଣା ବ୍ଲକର ସାଲେଭଟ୍ଟା ଗ୍ରାମ ସମେତ ପାଖାପାଖି ଗ୍ରାମର ୨୫୦ କୃଷକଙ୍କୁ ଜୀବିକା ଯୋଗାଇବା ସହ ସେମାନଙ୍କୁ ଉଦ୍ୟୋଗୀ କରିଦେଇଛନ୍ତି। ଜୟନ୍ତୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଶିକ୍ଷା ସମାପ୍ତ କରି ସହପାଠୀ ବାରେନ ସାହୁଙ୍କୁ ବିବାହ କଲେ। ଦୁହେଁ ଚାକିରି କରିବା ଭିତରେ କୃଷି ପ୍ରତି ଅହେତୁକ ଆକର୍ଷଣ ତଥା ଶ୍ୱଶୁରାଳୟର ଗ୍ରାମବାସୀମାନଙ୍କ ଅର୍ଥନୈତିକ ଅବସ୍ଥା ଦେଖି ସେମନାଙ୍କ ପାଇଁ ଠୋସ କିଛି କରିବାର ପଣ ନେଇ ଜୟନ୍ତୀ ନିଜ ବେତନର ଚାକରି ଛାଡି ଆସିଗଲେ ନିଜର ଶଶୁର ଘର ସାଲେଭଟ୍ଟା।

ମାଣିଜସ୍ତୁ ପ୍ରାଇଭେଟ ଲିମିଟେଡ୍ ନାମରେ ଏକ କମ୍ପାନୀ କରି ସେ ଆରମ୍ଭ କଲେ କୃଷି ଉଦ୍ୟୋଗ। ଛେଳି ପାଳନକୁ ସେ ମୁଖ୍ୟ ଲକ୍ଷ୍ୟ ଧରି ଛେଳି ମାଂସ କ୍ଷୀର, ଛେଳି ଖତ ଓ ଛେଳି ଚମଡା ଉତ୍ପାଦନ ଲକ୍ଷ୍ୟରେ ଆରମ୍ଭ କଲେ କାର୍ଯ୍ୟକ୍ରମ ଓ ବର୍ତ୍ତମାନ ଅଞ୍ଚଳରେ ହାରାହାରି ୧୨୦୦ ଛେଳିର ଫାର୍ମ ତିଆରି ହୋଇଛି। ଏଥିପାଇଁ ସେ ନିଜେ ଫାର୍ମ କରିବା ସହ ପାଶ୍ୱର୍ବର୍ତ୍ତୀ ଗ୍ରାମମାନଙ୍କରେ ମହିଳା ଓ ପୁରୁଷଙ୍କୁ ଶିକ୍ଷା, ପ୍ରଶିକ୍ଷଣ ଓ ସହାୟତା ପ୍ରଦାନ କଲେ। ସଂପ୍ରତି ୨୫୦ ଚାଷୀ ତାଙ୍କ ସହ ବିଭିନ୍ନ ଭାବେ ଜଡିତ।

ମାଣିବସ୍ତୁ ମାଧ୍ୟମରେ ଅଞ୍ଚଳର ଚାଷୀଙ୍କୁ ସେ ସଂପୂର୍ଣ୍ଣ ମାଗଣା ପ୍ରଯୋଜନର ସୁବିଧା ଛେଳିମାନଙ୍କ ପାଇଁ ମାଗଣା ଚିକିତ୍ସା କେନ୍ଦ୍ର, ସୁଲଭ ମୂଲ୍ୟରେ ଛେଳି ଟୀକାକରଣ, ବୀମାକରଣ, ଋଣ ସୁଲଭ ମୂଲ୍ୟରେ ଛେଳି ଖାଦ୍ୟ ସହିତ ହାଇବ୍ରିଡ୍ ଛେଳି ଯୋଗାଣ ସହ କୃତ୍ରିମ ପ୍ରଯୋଜନ ଉପଲବ୍ଧ କରାଇଛନ୍ତି। ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବହୁ କୃଷି ଓ ପଶୁପାଳନ ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଜୟନ୍ତୀଙ୍କ ଚାହିଦା ଅଧିକ। ତୋବାପରି, ବଟଲ, ଜମୁନାପରୀ, ବର୍ବରୀ, ଗଞ୍ଜାମ ବ୍ଲକ ଓ ବେଙ୍ଗଲ ଓ ସମାଜବାଦୀ ଭଳି ବିବିଧ କିସମର ଛେଳି ରଖିବା ସହ ସେ ସହୁ, ମକା, କଦଳୀ ଓ ଡରିବା ଚାଷ ମଧ୍ୟ କରୁଛନ୍ତି।

ଉକୃଷ୍ଟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ମାଧ୍ୟମରେ ଗ୍ରାମାଞ୍ଚଳର ଦାରିଦ୍ର‌୍ୟ ସମସ୍ୟା ସମାଧାନ ଏବଂ କୃଷି ପଶୁପାଳନ ଓ ଉଦ୍ୟୋଗିକ କ୍ଷେତ୍ରର ବିକାଶ ତାଙ୍କର ଲକ୍ଷ୍ୟ ଉପରେ ତା. ୨୬.୦୭.୨୦୨୦ ତାରିଖରେ ‘ବହୁ ଦେଶୀୟ କମ୍ପାନୀ ଛାଡି ପଶୁପାଳକ ହେଲେ ଜଣେ ଉଚ୍ଚଶିକ୍ଷିତା ମହିଳା’ ନ୍ୟୁଜ ରିପୋଟିଂ ପାଇଁ ‘ସମାଜ’ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଜୟ ଦ୍ୱିବେଦୀଙ୍କୁ ଶ୍ରେଷ୍ଠ ନ୍ୟୁଜ ରିପୋଟିଂ ପାଇଁ ମୁମ୍ବାଇସ୍ଥିତ ଲବ୍ଧପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ପପୁଲେସନ୍ ଫାଷ୍ଟ, ୟୁନାଇଟେଟ୍ ନ୍ୟାସନ୍ ପପୁଲେସନ୍ ଫାଷ୍ଟ (ୟୁଏନ୍‌ଏଫ୍‌ପିଏଫ୍‌) ଗଭର୍‌ମେଣ୍ଟ ଅଫ୍ ନରୱେ ମିଳିତ ଆନୁକୂଲ୍ୟରେ ୧୯ ତାରିଖ ଦିନ ସନ୍ଧ୍ୟା ୬ଘଣ୍ଟା ସମୟରେ ମୁମ୍ବାଇ ଠାରେ କୋଭିଡ୍‌-୧୯ ନୀୟମାବଳିକୁ ମାନି ଭିର୍‌ଟ୍ୟୁଆଲ୍ ପ୍ଲାଟଫର୍ମ ଓ ହଷ୍ଟେଡ୍ ଅନ୍‌ଲାଇନ୍ ଜରିଆରେ ଶ୍ରୀ ଦ୍ୱିବେଦୀଙ୍କୁ ମର୍ଯ୍ୟାଦାଜନକ “୧୧ତମ ଲାଡଲିମିଡିଆ ଏଣ୍ଡ୍ ଏଡ୍‌ଭାଟାଇଜିଙ୍ଗ ଏୱାର୍ଡ ଫର୍ ଜେଣ୍ଡର ସେନ୍ସସିଟିଭିଟି-୨୦୨୧” ସମ୍ମାନ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତର ସୁନାମଧନ୍ୟ ସାମ୍ବାଦିକ ଫାଏ ଡିସୁଜା ଓ ସମ୍ମାନୀତ ଅତିଥି ଭାବେ ଗଭରମେଣ୍ଟ ଅଫ୍ ନୱେର ୟୁନାଇଟେଟ୍ ନ୍ୟାସନ୍ ପପୁଲେସନ୍ ଫାଷ୍ଟ (ୟୁଏନ୍‌ଏଫ୍‌ପିଏଫ୍‌) ର ଭାରତରେ ପ୍ରତିନିଧି ଶ୍ରୀରାମ ହରୀଦସ ଯୋଗଦେଇଥିବା ବେଳେ ବଂଶିକା ଜରାଲଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପପୁଲେସନ୍ ଫାଷ୍ଟର ନିର୍ଦ୍ଦେଶକ ଡ. ଏ.ଏଲ୍ ସାରଦା ଅଧ୍ୟକ୍ଷତା କରିଥିଲେ। ଶ୍ରୀ ଦ୍ୱିବେଦୀଙ୍କୁ ପୁରସ୍କାର ବାବଦରେ ସ୍ୱତନ୍ତ୍ର ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏଠାରେ ସୂଚନାଥାଉ ଯେ, ଶ୍ରୀ ଦ୍ୱିବେଦୀ ୨୦୨୦ ରେ ବିକାଶ ଠାରୁ ବହୁ ଦୂରରେ ଥିବା ନୀୟମଗିରି ପର୍ବତମାଳାରେ ବସବାସ କରୁଥିବା ଆଦିମ ଜନଜାତୀ ଡଙ୍ଗରିଆ ସଂପ୍ରଦାୟର ସମସ୍ତ ରୀତିନୀତି ସବୁଠାରୁ ଅଲଗା। ନିୟମଗିରିରେ ସବୁ ଚାଲେ ନୀୟମରେ। ଏହି ଜନଜାତୀରେ ବାଲ୍ୟ ବିବାହ ପ୍ରଥା ଯୋଗୁଁ ଝିଅ ଜନ୍ମ ହେବା ମାତ୍ରେ ତାର ବାପା ମାଆ ତା ପାଇଁ ପୁଅ ଠିକ୍ କରିଥାନ୍ତି।

କିନ୍ତୁ ଉକ୍ତ ଡଙ୍ଗରିଆ ପୁଅ ବଡ ହେବାପରେ ସେ ଧାଙ୍ଗିଡି ବସାରୁ ଅନ୍ୟ ଝିଅକୁ ଭଲପାଇ ଜୀବନ ସାଥି କରିବା ପାଇଁ ଟାଣି ନେଇଥାଏ ନିଜ ଘରକୁ। ଅନ୍ୟପଟେ ଛୋଟବେଳୁ ସ୍ୱାମୀ ରୁପେ ଠିକ କରିଥିବା ଭାବି ସ୍ୱାମୀ କୁ ଅପେକ୍ଷା କରି କରି ଅବିହାଡି ହୋଇ ରହି ଯାଆନ୍ତି ଏହି ଡଙ୍ଗରିଆ ଯୁବତୀ ମାନଙ୍କ ଉପରେ ୨୦୧୯ ସେପ୍ଟେମ୍ବର ୨୨ ତାରିଖରେ ଦୈନିକ ‘ସମାଜ’ ପ୍ରକାଶିତ ଅନୁସଂଧାନମୂଳକ ସମ୍ବାଦ ‘ବିଶ୍ୱାସ ଓ ପରମ୍ପରା ଜାଲରେ ଡଙ୍ଗରୀଆ ଯୁବତୀ, ଭାବୀସ୍ୱାମୀର ଫେରିବା ବାଟକୁ ଚାହିଁ ରହିବାକୁ ପଡୁଛି ଅବିବାହିତା’ ରିପୋର୍ଟ ପାଇଁ “୧୦ତମ ଲାଡଲିମିଡିଆ ଏଣ୍ଡ୍ ଏଡ୍‌ଭାଟାଇଜିଙ୍ଗ ଏୱାର୍ଡ ଫର୍ ଜେଣ୍ଡର ସେନ୍ସସିଟିଭିଟି-୨୦୨୦” ସମ୍ମାନୀତ ହୋଇଥିଲେ।

ଏଠାରେ ପ୍ରକାଶ ଥାଉ ଯେ, ମୁମ୍ବାଇସ୍ଥିତ ଲବ୍ଧପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ପପୁଲେସନ୍ ଫାଷ୍ଟ ଏବପ୍ନର୍‌ୱେ ସରକାରଙ୍କ ୟୁଏନ୍‌ଏଫ୍‌ପିଏଫ୍ ସଂସ୍ଥା ଏବଂ ଇଣ୍ଟର ନ୍ୟାସନାଲ ଏଡ୍‌ଭେଟାଇଜିଙ୍ଗ ଏସୋସିଏସନ୍ (ଆଇ.ଏ.ଏ.) ମିଳିତ ଆନୁକୂଲ୍ୟରେ ଗତ ୧୦ ବର୍ଷ ଧରି ସାରା ଭାରତ ବର୍ଷରେ ଇଂରାଜୀ ଓ ହିନ୍ଦୀ ଭାଷା ସମେତ ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଭାଷାର ସମ୍ବାଦପତ୍ର, ବିଦ୍ୟୁତ୍ ଗଣମାଧ୍ୟମ, ରେଡିଓ, ୱେବ୍ ଚ୍ୟାନାଲ ଆଦିରେ ବିଶେଷ କରି ବାଲ୍ୟବିବାହ, ମହିଳାଙ୍କ ସମସ୍ୟା, ମହିଳା ସାମାଜିକ ସୁରକ୍ଷା ଓ ଅଧିକାର, ଗରିବ ଓ ଅସହାୟ ମହିଳା ଜୀବନ କାହାଣି ଆଦି ଉପରେ ତଥ୍ୟମୂଳକ ଓ ଅନୁସଂଧାନମୂଳକ ରିପୋର୍ଟ ପ୍ରକାଶିତ ହେଉଥିବା ରିପୋର୍ଟକୁ ନେଇ ପ୍ରତିବର୍ଷ ସଂପୃକ୍ତ ସାମ୍ବାଦିକଙ୍କୁ ଲାଡଲିମିଡିଆ ଏଣ୍ଡ୍ ଏଡ୍‌ଭାଟାଇଜିଙ୍ଗ ଏୱାର୍ଡ ଫର୍ ଜେଣ୍ଡର ସେନ୍ସସିଟିଭିଟି ସମ୍ମାନ ପ୍ରଦାନ କରି ଆସୁଅଛି।

Categories
ଆଜିର ଖବର ରାଜ୍ୟ ଖବର

ଜେଲ୍‌ରୁ ମୁକୁଳିଲେ ଆଶାୟୀ ଶିକ୍ଷକ, ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ଦ୍ୱାରା ଅନଶନ ଭଙ୍ଗ

ଭୁବନେଶ୍ୱର: ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଗତ ୧୫ତାରିଖରେ ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ଗିରଫ ହୋଇଥିବା ୯ ଜଣ ଆନ୍ଦୋଳନକାରୀ ବୁଧବାର ସକାଳ ୯ ଘଟିକା ସମୟରେ ଝାରପଡ଼ା ଜେଲ୍‌ରୁ ମୁକୁଳିଛନ୍ତି। ବରିଷ୍ଠ ସାମ୍ବାଦିକ ରବି ଦାସ ୯ ଦିନ ଧରି ଅନବରତ ଭାବେ ଚାଲିଥିବା ଆମରଣ ଅନଶନରେ ବସି ରହିଥିବା ଆଶାୟୀ ଶିକ୍ଷକଙ୍କୁ ଗ୍ଲୁକୋଜ ପାଣି ପିଆଇ ଅନଶନ ଭଙ୍ଗ କରିଥିଲେ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଶିକ୍ଷାର ଘରୋଇକରଣ ବନ୍ଦ କରି ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସପକ୍ଷରେ ଦୃଢ ମତ ପ୍ରକାଶ କରିଥିଲେ। ରାଜ୍ୟ ସରକାର ତୁରନ୍ତ ରାଜ୍ୟରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ ନକଲେ ଶୋଷିତ ଓ ବଞ୍ଚିତ କର୍ମୀଙ୍କ ଦ୍ୱାରା ଜନଆନ୍ଦୋଳନ ତୀବ୍ର ରୂପ ନେଇପାରେ ବୋଲି ଆଶାୟୀ ଶିକ୍ଷକ ସଂଘ ଚେତାବନୀ ଦେଇଛନ୍ତି।

ଜେଲ୍‌ରୁ ମୁକୁଳିିଥିବା ଆନ୍ଦୋଳନକାରୀମାନେ ସରକାର ଓ ପ୍ରଶାସନକୁ ତୀବ୍ର ସମାଲୋଚନା କରି ଖୋଲାଖୋଲି ଚେତାବନୀ ଦେଇଛନ୍ତି ଯେ, ‘ସରକାର ମହୁମାଛି ଫେଣାରେ ଟେକା ଫୋପାଡ଼ିଛନ୍ତି, ତେବେ ଆଗାମୀ ଦିନରେ ମହୁମାଛି ଦଂଶନ କିଭଳି ରୂପ ନେବ ତାହା ସମ୍ପର୍କରେ ସ୍ୱପ୍ନରେ ମଧ୍ୟ କଳନା କରିପାରିବେ ନାହିଁ’। ପୂର୍ବତନ ବିଧାୟକ ନାରାୟଣ ରେଡ଼ି ଅନଶନକାରୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ସାମ୍ପ୍ରତିକ ସମୟରେ ଯୁବପିଢିଙ୍କ ପାଇଁ ଏକ ନୂତନ ଆଦର୍ଶ ସାଜିଛି ବୋଲି ଅଭିହିତ କରିଛନ୍ତି।

ଅନଶନ ଭାଙ୍ଗିବା ପରେ ସଂଘର ସଭାପତି ଜୀବନବନ୍ଧୁ ଭୋଇ ସରକାରଙ୍କ ତରଫରୁ ଆନ୍ଦୋଳନକାରୀଙ୍କ ପ୍ରତି ହୋଇଥିବା ଅମାନବୀୟ ମନୋଭାବକୁ ତୀବ୍ର ସମାଲୋଚନା କରିବା ସହ ଆଗାମୀ ବିଧାନସଭା ଅଧିବେଶନ ସମୟରେ ରାଜ୍ୟର ବେରୋଜଗାର ଯୁବପିଢି ଗାନ୍ଧୀମାର୍ଗରେ ଉପସ୍ଥିତ ହେବେ ବୋଲି ଚେତାବନୀ ଦେଇଛନ୍ତି।

ସଂଘର ସମ୍ପାଦକ ସୁବ୍ରତ ପଣ୍ଡା, ଓଜେଟାର ଏହି ଆନ୍ଦୋଳନ କେବଳ ଶିକ୍ଷକ ନିଯୁକ୍ତି ପାଇଁ ନୁହେଁ, ବରଂ ସମଗ୍ର ରାଜ୍ୟର ଧ୍ୱସ୍ତ ଶିକ୍ଷା ବ୍ୟବସ୍ଥାରେ ଆମୁଳଚୁଳ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ।

ଏହି ଆନ୍ଦୋଳନରେ ମମିତା ମହାନ୍ତି, ଶିଖାରାଣୀ ପାଢୀ, ଜୟଶ୍ରୀ ଜେନା, ମନୋଜ କର, ଦୀପକ ସାହୁ, ସ୍ୱାଗତ କୁମାର ନାୟକ, ବ୍ରହ୍ମାନନ୍ଦ ବାରିକ, ରଜତ ବରାଳ, ବଳରାମ ପ୍ରଧାନ, ଶେଷଦେବ ଯଜ୍ଞକାମ ଦେଓ, ସୁମନ୍ତ ପ୍ରଧାନ, ଲକ୍ଷ୍ମୀ ପ୍ରଧାନ, ରେଶମା ମହାନ୍ତି ପ୍ରମୁଖ ଅନଶନକାରୀ ଅନଶନରୁ ପ୍ରତ୍ୟାହୃତ ହେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ

ଭୁବନେଶ୍ଵର: ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ଵର ଜିଲ୍ଲା ଭୋଗରାଇର ଜଣାଶୁଣା ସମାଜସେବୀ ଗୌତମବୁଦ୍ଧ ଦାସ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ଵାଗତ କରିଥିଲେ ଏବଂ ଗୌତମବୁଦ୍ଧଙ୍କ ଯୋଗଦାନ ଫଳରେ ଦଳ ସାଂଗଠନିକ ଓ ବୌଦ୍ଧିକ ସ୍ତରରେ ଅଧିକ ସଶକ୍ତ ହେବ ବୋଲି କହିଥିଲେ।

ଏହି ଅବସରରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ବିଜେଡି ସମ୍ପାଦକ ଅମରେଶ ଜେନା, ସମ୍ପାଦକ କୁନବିହାରୀ ଦାସ, ଓଡ଼ିଶା ମୋ ପରିବାରର ସଂଯୋଜକ ଡ. ପ୍ରକାଶ ତିପାଠୀ, ଛାତ୍ରନେତା ଦୀନବନ୍ଧୁ ପତି ଓ ରୋଜା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗୋପବନ୍ଧୁ ହେଉଛନ୍ତି ସର୍ବକାଳୀନ ଆଦର୍ଶ, ମହାପୁରୁଷଙ୍କୁ ଅସମ୍ମାନ ବରଦାସ୍ତ କରାଯିବନି: ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ

ଭୁବନେଶ୍ୱର: ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ, ସର୍ବକାଳୀନ ଆଦର୍ଶ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜଗତସିଂହପୁରସ୍ଥିତ ରଘୁନାଥପୁରଠାରେ ଥିବା ପ୍ରତିମୂର୍ତ୍ତି ନିକଟରେ ସ୍ୱର୍ଗତ ରାଜନେତା ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଘୋର ବିରୋଧ କରିଛନ୍ତି। ସେ ନିଜେ ଘଟଣାସ୍ଥଳକୁ ଯିବା ସହିତ ଅଭିଯାନର ବରିଷ୍ଠ ସଦସ୍ୟ ବି. ମୁରଲୀଧରଙ୍କ ନେତୃତ୍ୱରେ ପୂଜ୍ୟପୂଜାର ଏକ ସ୍ୱତନ୍ତ୍ର ଟିମ୍ ସେହି ସ୍ଥାନକୁ ଯାଇଥିଲେ।

ସେଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜ୍ୟପୂଜା ପ୍ରାଣ ରଶ୍ମୀରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଦୀର୍ଘ ଏକମାସ ଧରି ଊତ୍କଳମଣିଙ୍କ ପ୍ରତିମୂର୍ତ୍ତି ପାଖରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରି ଆସୁଛନ୍ତି। ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଛନ୍ତି ଯେ, ଉତ୍କଳମଣିଙ୍କ ନିକଟରେ ସମକକ୍ଷ ପ୍ରତିଭା ଭାବରେ ଉକ୍ତ ରାଜନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଗ୍ରହଣୀୟ ନୁହେଁ ଏବଂ ଏହା ଉତ୍କଳମଣିଙ୍କ ପ୍ରତି ଘୋର ଅପମାନ।

ଏହି ପରିପ୍ରେକ୍ଷୀରେ ସରକାର ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ, ନଚେତ ଏହାର ପ୍ରତିବାଦ ସ୍ୱରୂପ ଆନ୍ଦୋଳନ ଖୁବ୍‌ଶୀଘ୍ର ହେବ। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଏ ବାବଦରେ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର, ଓଡିଶାର ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା। ସେ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସ। 81 ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ କିଛି ଦିନ ତଳେ କରୋନା ପଜେଟିଭ ଚିହ୍ନଟ ହୋଇ ହୋମ କ୍ବାରଣ୍ଟାଇନରେ ଥିଲେ। ହେଲେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ପରଲୋକ ଘଟିଛି।

ଓଡିଆ ସାମ୍ବାଦିକ ଜଗତରେ ଦୀର୍ଘ ବର୍ଷ ଧରି ନିଜର କଲମ ଚାଳନା କରିଛନ୍ତି ବସନ୍ତ ଦାସ। ବିଭିନ୍ନ ଦୈନିକରେ କାମ କରିବା ସହିତ କେତେକ ପୁସ୍ତକ ରଚନା ମଧ୍ୟ କରିଛନ୍ତି। ସେ ମଧ୍ୟରେ ରହିଛି ‘ପଲଟିକାଲ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡିଶା’ ଏବଂ ‘ଯେ ଦେଶ ଯାଇ ସେଫଳ ଖାଇ’ ପ୍ରଭୃତି ରହିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡି ସାମ୍ବାଦିକ ୟୁନିଅନର ପ୍ରତିଷ୍ଠାତା ସଭ୍ୟ ଦୀନେଶ ପଣ୍ଡାଙ୍କ ପରଲୋକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦୀନେଶ ପଣ୍ଡାଙ୍କ ଗତ ରବିବାର ସଂଧ୍ୟାରେ ଭବାନୀପାଟଣା ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ୫୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। କୋଭିଡ ଟୀକା ନେଇସାରିଥିବା ବେଳେ ଏଭଳି ଅପ୍ରତ୍ୟାଶିତ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କ ଦେହାନ୍ତ ଘଟଣାକୁ ସାମ୍ବାଦିକ ମହଲର ସହଜରେ ଗ୍ରହଣ କରାଯାଇପାରୁନାହିଁ।

ତାଙ୍କର ପୈତୃକ ଗ୍ରାମ କଲମପୁର ବ୍ଲକ ଅନ୍ତଗ୍ରତ ମୀନଗୁର ଠାରେ ଶେଷକୃତ୍ୟ ସଂପାଦନ କରାଯାଇଛି। ପତ୍ନୀ ଓ ଦୁଇପୁତ୍ରଙ୍କୁ ଛାଡି ଇହଧାମ ତ୍ୟାଗ କରିଥିବା ସ୍ୱର୍ଗତ ପଣ୍ଡା ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱହେବ ଦୈନିକ ଓଡିଆ ସମ୍ବାଦପତ୍ର ଶ୍ରୃତିର ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ଜୁନାଗଡ ସହରରେ ଦୀର୍ଘ ଦିନ ହେବ ସପରିବାର ରହୁଥିବା ବେଳେ ଜୁନାଗଡ ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭ୍ୟ ଭାବେ ଦାୟୀତ୍ୱ ତୁଳାଇଥିବା ସହିତ କଳାହାଣ୍ଡି ସାମ୍ବାଦିକ ୟୁନିଅନର ମଧ୍ୟ ପ୍ରତିଷ୍ଠାତା ସଭ୍ୟ ଥିଲେ। ଜଣେ ନିଷ୍ଠାପର, ସରଳ, ନିଷ୍କପଟ ଓ ନିର୍ଭୀକ ସାମ୍ବାଦିକ ଭାବେ ସାମ୍ବାଦିକ ଗହଣରେ ସମସ୍ତଙ୍କ ପ୍ରୀୟ ଭାଜନ ହୋଇପାରିଥିଲେ।

ଏଭଳି ଅହେତୁକ ଭାବେ ସ୍ୱର୍ଗତ ପଣ୍ଡାଙ୍କର ଦେହାନ୍ତ ହେବା ଖବର ପାଇବା ପରେ ଜୁନାଗଡ ସାମ୍ବାଦିକ ମହଲ ସ୍ତବ୍ଧ ହୋଇଯାଇଥିବା ଜଣାପଡିଛି। ଜୁନାଗଡ ଆରଏମସି ପରିସରରେ କଳାହାଣ୍ଡି ସାମ୍ବାଦିକ ୟୁନିଅନର ସଭାପତି ମହମ୍ମଦ ଅଲ୍ଲୀ, ଜିଲ୍ଲା ସଂପାଦକ ଦୁଷ୍ମନ୍ତ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର କ୍ଷୀତି, ଖଗେଶ୍ୱର ଧଙ୍ଗଡାମାଝୀ, ପ୍ରଭାକର ସେଠୀ, ସଂଜୀବ ଦାଶ, କୁମର ମଣି, ରବିଶଙ୍କର ସୁନାନୀ, ଦିଲିପ ବେହେରା,ରାକେଶ ବେମାଲ, ସୁନଦର ମୋହନ ଛତ୍ରୀଆ ପ୍ରମୂଖ ସମସ୍ତ ସାମ୍ବାଦିକ ଉପସ୍ଥି ହୋଇ କୋଭଡ ନିୟମ ପାଳନ ପୂର୍ବକ ଶୋକ ସଭାରେ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଂଜଳି ଦେବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ପଣ୍ଡାଙ୍କର ଅବର୍ତମାନରେ କଳାହାଣ୍ଡି ଜିଲ୍ଲାରେ ସାମ୍ବାଦିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଳାହାଣ୍ଡିର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ ପାଇଲେ ଲାଡଲି ସମ୍ମାନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ନିୟମଗିରି ବଣପାହାଡ ଘେରା ଅଂଚଳରେ ବସବାସ କରୁଥିବା ଜନଜାତି ଆଦିବାସୀ ସଂପ୍ରଦାୟର ଚାଲିଚଳଣି ତଥା ବାଲ୍ୟ ବିବାହ ପ୍ରଥା ଆଦି ସାମାଜିକ ଚଳଣି ସଂପର୍କରେ ପ୍ରକାଶିତ ତଥ୍ୟ ଭିତ୍ତିକ ସମ୍ବାଦ ପାଇଁ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ ‘ଲାଡଲି’ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଗତ ୨୨ ସେପ୍ଟେମ୍ବର ୨୦୧୯ ସଂସ୍କରଣ ଦୈନିକ ସମାଜରେ ପ୍ରକାଶିତ ଅନୁସଂଧାନ ମୂଳକ ସମ୍ବାଦ – ବିଶ୍ୱାସ ଓ ପରଂପରା ଜାଲରେ ଡଙ୍ଗରିଆ ଯୁବତୀ, ଭାବିସ୍ୱାମୀର ଫେରିବା ବାଟକୁ ଚାହିଁ ରହିବାକୁ ପଡୁଛି ଅବିବାହିତ- ଶୀର୍ଷକ ରିପୋର୍ଟ ପାଇଁ ସମା ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଜୟ ଦ୍ୱିବେଦୀଙ୍କୁ ସମ୍ମାନ ଜନକ ଲାଡଲି ସମ୍ମାନ ପ୍ରଦାନ କରାଯାଇଛି। ମୁମ୍ବାଇର ଲବ୍ଧ ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ପପୁଲେସନ ଫାଷ୍ଟ, ୟୁନାଇଟେଡ ନେସନ ପପୁଲେସନ ଫାଷ୍ଟ, ନରୱେ ସରକାର, ଆନ୍ତର୍ଜାତିକ ବିଜ୍ଞାପନ ଏଜେନ୍ସି ର ମିଳିତ ଆନୁକୂଲ୍ୟରେ ଗତ ୨୦ ତାରିଖ ଅପରାହ୍ନରେ କୋଭିଡ-୧୯ ନିୟମ ପାଳନ କରାଯାଇ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ସମ୍ମାନ ଜନକ ୧୦ ତମ ଲାଡଲି ମିଡିଆ ଆଣ୍ଡ ଆଡଭାର୍ଟାଇଜିଂ ଆୱାର୍ଡ ଫର ଜେଣ୍ଡର ସେନ୍ସିବିଲିଟି-୨୦୨୦ ସମ୍ମାନ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ରେଖା ଶର୍ମା ଓ ସମ୍ମାନିତ ଅତିଥି ଭାବେ ନରୱେ ର ବାରତୀୟ ପ୍ରତିନିଧି ଆରଜେନଟିନା ମାଟାବେନ ପିଜିନ ଯୋଗ ଦେଇ ସ୍ୱତନ୍ତ୍ର ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ଶ୍ରୀ ଦ୍ୱିବେଦୀଙ୍କୁ ସମ୍ମାନିତ କରିଥିଲେ। ଶ୍ରୀ ଦ୍ୱିବେଦୀ ଏଥିପୂର୍ବରୁ ସାମ୍ବାଦିକତା କ୍ଷେତ୍ରରେ ବହୁ ସମ୍ମାନରେ ସମ୍ମାନିତ ହୋଇ କଳାହାଣ୍ଡି ଜିଲ୍ଲାକୁ ଅତୀତରେ ଗୌରବ ଆଣିବାରେ ସକ୍ଷମ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋୟୀ ସୂଚନା ଆୟୋଗର ସଦସ୍ୟ ମନୋନୀତ

ଭୁବନେଶ୍ବର: ଓଡିଶାର ଖ୍ୟାତନାମା ସାମ୍ବାଦିକ ତଥା “ଦି ଫିନାନ୍ସିଆଲ ଏକ୍ସପ୍ରେସ” ର ପୂର୍ବତନ ବ୍ୟୁରୋ ମୁଖ୍ୟ ଦିଲୀପ ବିଶୋୟୀଙ୍କୁ ରାଜ୍ୟ ସୂଚନା କମିଶନର ସଦସ୍ୟ ଭାବେ ନିଯୁକ୍ତି ଦେବାଲାଗି ଆଜି ନିଷ୍ପତ୍ତି ହୋଇଛି। କମିଶନ ସଦସ୍ୟ ଚୟନ ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ନେଇ ଗଠିତ ଚୟନ କମିଟିର ବୈଠକରେ ଶ୍ରୀ ବିଶୋୟୀଙ୍କ ନାମ ସର୍ବସମ୍ମତ୍ତି କ୍ରମେ ନିର୍ଦ୍ଧାରିତ ହୋଇଛି। ରାଜ୍ୟପାଳଙ୍କ ସ୍ଵୀକୃତି ମିଳିବା ପରେ ସେ ସୂଚନା କମିଶନ ସଦସ୍ୟ ଭାବେ ନିଯୁକ୍ତି ପାଇବେ। ଜଣେ ସାମ୍ବାଦିକ ଭାବେ ସୂଚନା କମିଶନ ସଦସ୍ୟ ଭାବେ ଦାୟିତ୍ଵ ନେବାରେ ଶ୍ରୀ ବିଶୋୟୀ ପ୍ରଥମ। ଜଣେ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ଅର୍ଥନୀତି ସମୀକ୍ଷକ ଓ ସମ୍ପାଦକ ଭାବରେ ତାଙ୍କର ବିଶେଷ ପରିଚୟ ରହିଛି। ସାମ୍ବାଦିକତା ସହିତ ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ବିଶେଷ ରୁଚି ରହିଛି। ଟେଲିଭିଜନରେ ଜଣେ ରାଜନୈତିକ ସମୀକ୍ଷକ ଭାବରେ ତାଙ୍କର ଆଉ ଏକ ପରିଚୟ ମଧ୍ୟ ରହିଛି।