ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋୟୀ ସୂଚନା ଆୟୋଗର ସଦସ୍ୟ ମନୋନୀତ

Published: Aug 13, 2020, 9:29 pm IST

ଭୁବନେଶ୍ବର: ଓଡିଶାର ଖ୍ୟାତନାମା ସାମ୍ବାଦିକ ତଥା “ଦି ଫିନାନ୍ସିଆଲ ଏକ୍ସପ୍ରେସ” ର ପୂର୍ବତନ ବ୍ୟୁରୋ ମୁଖ୍ୟ ଦିଲୀପ ବିଶୋୟୀଙ୍କୁ ରାଜ୍ୟ ସୂଚନା କମିଶନର ସଦସ୍ୟ ଭାବେ ନିଯୁକ୍ତି ଦେବାଲାଗି ଆଜି ନିଷ୍ପତ୍ତି ହୋଇଛି। କମିଶନ ସଦସ୍ୟ ଚୟନ ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ନେଇ ଗଠିତ ଚୟନ କମିଟିର ବୈଠକରେ ଶ୍ରୀ ବିଶୋୟୀଙ୍କ ନାମ ସର୍ବସମ୍ମତ୍ତି କ୍ରମେ ନିର୍ଦ୍ଧାରିତ ହୋଇଛି। ରାଜ୍ୟପାଳଙ୍କ ସ୍ଵୀକୃତି ମିଳିବା ପରେ ସେ ସୂଚନା କମିଶନ ସଦସ୍ୟ ଭାବେ ନିଯୁକ୍ତି ପାଇବେ। ଜଣେ ସାମ୍ବାଦିକ ଭାବେ ସୂଚନା କମିଶନ ସଦସ୍ୟ ଭାବେ ଦାୟିତ୍ଵ ନେବାରେ ଶ୍ରୀ ବିଶୋୟୀ ପ୍ରଥମ। ଜଣେ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ଅର୍ଥନୀତି ସମୀକ୍ଷକ ଓ ସମ୍ପାଦକ ଭାବରେ ତାଙ୍କର ବିଶେଷ ପରିଚୟ ରହିଛି। ସାମ୍ବାଦିକତା ସହିତ ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ବିଶେଷ ରୁଚି ରହିଛି। ଟେଲିଭିଜନରେ ଜଣେ ରାଜନୈତିକ ସମୀକ୍ଷକ ଭାବରେ ତାଙ୍କର ଆଉ ଏକ ପରିଚୟ ମଧ୍ୟ ରହିଛି।

Related posts