
କଲିକତା: କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ବିବାଦ ମଧ୍ୟରେ ରାଜ୍ୟର ମୁଖ୍ୟ ସଚିବ ଅଳପନ ବନ୍ଦୋପାଧ୍ୟାୟ ଅବସର ଘୋଷଣା କରିଛନ୍ତି। ହେଲେ ଅଳପନଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ସେ ଆଗାମୀ ତିନି ବର୍ଷ ପାଇଁ ମାମାତାଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ।
ଉଲ୍ଲେଖ ଯୋଗ୍ୟ ଯେ, ବାତ୍ୟା ୟାଶ୍ କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପଶ୍ଚିମବଙ୍ଗର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ହୋଇଥିଲା। ହେଲେ ମମତା ବାନାର୍ଜୀ ଏବଂ ମୁଖ୍ୟ ସଚିବ ବନ୍ଦୋପାଧ୍ୟାୟ ଯୋଗୁଁ ୩୦ ମିନିଟ ଅପେକ୍ଷା କରିବାକୁ ପଡିଥିଲା ବୋଲି କେନ୍ଦ୍ର ସରକାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ମମତା ବାନାର୍ଜୀ ବାତ୍ୟା ସମ୍ବଦ୍ଧୀୟ କାଗଜପତ୍ର ଦେଇ ବୈଠକରୁ ବିଦାୟ ନେଇଥିଲେ। ଏହାପରେ କେନ୍ଦ୍ର ପକ୍ଷରୁ ବନ୍ଦୋପାଧ୍ୟାୟକୁ କାର୍ଯ୍ୟ ମୁକ୍ତ କରାଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ନିଯୁକ୍ତ ହେବା ପାଇଁ ଚିଠି ଦିଆଯାଇଥିଲା। କିନ୍ତୁ ତାଙ୍କୁ କାର୍ଯମୁକ୍ତ କରିବା ପାଇଁ ମମତା ସରକାର ମନା କରିଦେଇଥିଲା।