
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ଚାଷୀଙ୍କ ପାଇଁ କରାଯାଇଥିବା କାଳିଆ ଯୋଜନାକୁ ନେଇ ସେ ସିଇଓଙ୍କ ପାଖରେ ଫେରାଦ ହୋଇଛନ୍ତି। ବିଜେପିର ଅଭିଯୋଗ ପରେ ଏହି ଯୋଜନାକୁ ବନ୍ଦ କରାଯାଇଛି ବୋଲି କହିଛନ୍ତି ନବୀନ। ଲୋକେ ଏହାର ଦୃଢ ଜବାବ ଦେବେ। ପୂର୍ବରୁ ଏହି ଯୋଜନା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କୁହାଯାଇଥିଲା, କିନ୍ତୁ ବିଜେପିର ଅଭିଯୋଗ ପରେ ଆଦର୍ଶ ଆଚରଣ ଭଙ୍ଗ ନେଇ ଏହି ଯୋଜନା ଉପରେ ନିର୍ବାଚନ କମିଶନ ଅଙ୍କୁଶ ଲଗାଇଥିଲେ। ପୂର୍ବରୁ ବିଜେଡ଼ି ତରଫରୁ କାଳିଆ ଯୋଜନାକୁ ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିବାବେଳେ ଆଜି ଖୋଦ୍ ବିଜେଡି ସୁପ୍ରିମୋ କାଳିଆ ଯୋଜନା ପାଇଁ ସିଇଓଙ୍କ ଦ୍ବାରସ୍ଥ ହୋଇଛନ୍ତି।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )