କଳାହାଣ୍ଡି ଜିଲ୍ଲାରେ ଚାରିଦିନ ବ୍ୟାପି ୧୮ରୁ୪୪ ବୟସ ବର୍ଗଙ୍କୁ ସ୍ୱତନ୍ତ୍ର ଟିକାକରଣ

Published: Jun 2, 2021, 6:32 pm IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ୧୮ରୁ୪୪ ବୟସ ବର୍ଗଙ୍କୁ ସ୍ୱତନ୍ତ୍ର ଟିକାକରଣ ଗତ ୨୬/୫/୨୦୨୧ରୁ ୨୯/୫/୨୦୨୧ ଚାରିଦିନ ବ୍ୟାପି ଟିକାକରଣ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ପୌରପାଳିକା ଅଞ୍ଚଳରେ ମୋଟ ୮ ଟି କେନ୍ଦ୍ରରେ ନିର୍ଦ୍ଧାରିତ ସ୍ଲଟ୍ ଅନୁସାରେ ବୁକିଂ କରିଥିବା ଯୁବବର୍ଗଙ୍କୁ ଟିକା ପ୍ରଦାନ କରାଯାଇଥିଲା।

ଭବାନୀପାଟଣା ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ୧୦୪୮ଜଣ, ଓୟୁଏଟି କୃଷିମହାବିଦ୍ୟାଳୟ କେନ୍ଦ୍ରରେ ୧୬୯୦, ପୁଲିସ୍ ଡାକ୍ତରଖାନାରେ ୫୧୦ଜଣ, ସରକାରୀ ଆଇଟିଆଇ କେନ୍ଦ୍ରରେ ୨୦୭୬ଜଣ, କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ରରେ ୩୯୬୫ଜଣ, ପ୍ରଗତୀ କଲେଜ କେନ୍ଦ୍ରରେ ୩୭୭୦ଜଣ, ବିମଳା କନଭେଣ୍ଟ ସ୍କୁଲରେ ୪୬୨୫ଜଣ, ନକଟିଗୁଡ଼ାସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦ୍ରରେ ୨୨୬୬ଜଣ ଓ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ୯୫୬ ଜଣଙ୍କୁ ମିଶାଇ ମୋଟ ୨୦୯୦୬ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିଲା।

ଜିଲ୍ଲାପାଳ ଡା.ଗାଭାଲି ପରାଗ ହର୍ଷଦଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ସ୍ୱାସ୍ଥ୍ୟବିଭାଗ, ପ୍ରଶାସନ, ପୌରପରିଷଦ ଅଧିକାରୀ ଓ କର୍ମଚାରୀଙ୍କୁ ମିଶାଇମୋଟ ୯୫ ଜଣ ତୃତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ ସଫଳତା ସହ ଦାୟିତ୍ୱ ତୁଲାଇଥିଲେ।

ଓଡିଶାସରକାରଙ୍କ ୧୮ବର୍ଷରୁ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ ଅଭିଯାନରେ ପର୍ଯ୍ୟାୟ କ୍ରମେ କୋଭିଡ ଟୀକା ଉପଲବ୍ଧ ହେଲେ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ଏହିବର୍ଗର ଟିକାକରଣ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ତୃତୀୟ ଲହର ପୂର୍ବରୁ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା ଓ ଟିକାକରଣକୁ ତ୍ୱରାନ୍ୱିତକ କରାଗଲେ କରୋନା ସଂକ୍ରମଣକୁ ସମୁହେ ରୋକି ହେବ ବୋଲି ଜିଲ୍ଲାପାଳ ଡା.ଗାଭାଲି ପରାଗ ହର୍ଷଦ ଆଶା ପ୍ରକଟ କରିଛନ୍ତି।

Related posts