
ନୂଆଦିଲ୍ଲୀ: ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ରାଜ୍ୟକୁ ଛୁଇଁଛି। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ମୌସୁମୀ ଆଜି କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଥିଲା।
ତେବେ ଭାରତ ପାଣିପାଗ ବିଜ୍ଞାନ ବିଭାଗ ମୁତାବକ ଚଳିତ ବର୍ଷ ଉତ୍ତର ଓ ଦକ୍ଷିଣ ଭାରତରେ ସାମାନ୍ୟ ବର୍ଷା ହେବ। ମଧ୍ୟ ଭାରତରେ ସାମାନ୍ୟରୁ ଅଧିକ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଥିବା ବେଳେ ପୂର୍ବୋତ୍ତର ଭାରତରେ ସାମାନ୍ୟରୁ କମ ବର୍ଷା ହେବ ବୋଲି ଅନୁମାନ କରିଛି। ଚଳିତ ବର୍ଷ ୯୬ ରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଅନୁମାନ କରିଛନ୍ତି।