Categories
ଆଜିର ଖବର ଜାତୀୟ ଖବର

ଅକ୍ଟୋବର ସୁଦ୍ଧା ଘରୋଇ କୋଇଲା ଭିତ୍ତିକ ଶକ୍ତି ଉତ୍ପାଦନରେ ୮.୮% ବୃଦ୍ଧି

ନୂଆଦିଲ୍ଲୀ: ବାର୍ଷିକ ବିଦ୍ୟୁତ ଚାହିଦା ପ୍ରାୟ ୪.୭% ବୃଦ୍ଧି ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି ଉପଭୋକ୍ତା ଭାବରେ ସ୍ଥାନ ପାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଭାରତରେ ବିଦ୍ୟୁତ୍ ଉତ୍ପାଦନ ପୂର୍ବ ବର୍ଷ ର ସମାନ ସମୟ ତୁଳନାରେ ୮.୧୮% ବୃଦ୍ଧି ପାଇଛି। ଗତ ବର୍ଷ ତୁଳନାରେ ଏପ୍ରିଲ-ଅକ୍ଟୋବର ୨୩ ମଧ୍ୟରେ କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନରେ ୧୧.୧୬% ବୃଦ୍ଧି ଘଟିଛି, ଯେଉଁଥିପାଇଁ ତାପମାତ୍ରାରେ ଅଭୂତପୂର୍ବ ବୃଦ୍ଧି, ବିଳମ୍ବିତ ମୌସୁମୀ ଏବଂ କୋଭିଡ୍ ପରେ ସମ୍ପୂର୍ଣ୍ଣ ବାଣିଜ୍ୟିକ କାର୍ଯ୍ୟକଳାପ ପୁନଃ ଆରମ୍ଭ ହୋଇଛି।

ଅକ୍ଟୋବର ୨୦୨୩ ସୁଦ୍ଧାଘରୋଇ କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନ୬୮୬.୭ ବିଲିୟନ ୟୁନିଟ୍ (ବିୟୁ)ରେ ପହଞ୍ଚିଛି, ଯାହା ଗତ ବର୍ଷ ସମାନ ଅବଧିରେ ଉତ୍ପାଦନ ହୋଇଥିବା ୬୩୦.୭ ବିଲିୟନ ୟୁନିଟ୍ (ବିୟୁ) ତୁଳନାରେ ୮.୮୮% ବୃଦ୍ଧି ହୋଇଥିବା ଦର୍ଶାଉଛି।

ବିଦ୍ୟୁତ ଚାହିଦା ବୃଦ୍ଧି ସତ୍ତ୍ୱେ, ମିଶ୍ରଣ ପାଇଁ କୋଇଲା ଆମଦାନୀ ୪୬.୫୭% ହ୍ରାସ ପାଇ ଅକ୍ଟୋବର’୨୩ ସୁଦ୍ଧା ୧୩.୫୭ ନିୟୁତ ଟନ୍ ରେ ପହଞ୍ଚିଛି, ଯାହା ଗତବର୍ଷ ଏହି ଅବଧିରେ ୨୫.୪ ମେଟ୍ରିକ ଟନ୍ ଥିଲା। ଏହି କୋଇଲା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଏବଂ ସାମଗ୍ରିକ କୋଇଲା ଆମଦାନୀକୁ ହ୍ରାସ କରିବା ପାଇଁ ଦେଶର ପ୍ରତିବଦ୍ଧତାକୁ ଦର୍ଶାଉଛି।

କୋଇଲା ଉତ୍ପାଦନ କୁ ଆହୁରି ବଢ଼ାଇବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ଉପଲବ୍ଧତା ବୃଦ୍ଧି କରିବା ଏବଂ ଆମଦାନୀ କୋଇଲା ଉପରେ ନିର୍ଭରଶୀଳତା ହ୍ରାସ କରିବା, ଯାହା ଦ୍ୱାରା ବୈଦେଶିକ ଭଣ୍ଡାରକୁ ସୁରକ୍ଷିତ ରଖାଯାଇପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଗତ ୨୪ ଘଣ୍ଟାରେ ରାଜ୍ୟରେ ଯାହା ବର୍ଷା ହୋଇଛି ତାହା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ଗତକାଲି ରାଜ୍ୟରେ ଯେପରି ବର୍ଷା ହୋଇଛି ତାହା ପୂର୍ବରୁ କେବେ ହୋଇ ନ ଥିଲା। ପହିଲି ମୌସୁମୀର ପହିଲି ବର୍ଷା ପୁରା ଢାଳି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ପାଣିପାଗ ବିଭାଗ ଅନୁସାରେ ଗତକାଲି ବର୍ଷାର ପରିମାଣ ଯାହା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଗତ ୨୪ ଘଣ୍ଟା ରେ ରାଜ୍ୟରେ ୨୧.୩ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୮.୯ ମିମି ତୁଳନାରେ ୧୩୯ ପ୍ରତିଶତ ଅଧିକ ରେକର୍ଡ ହୋଇଛି। ସର୍ବାଧିକ ବର୍ଷା ମାଲକାନଗିରି ଜିଲ୍ଲାରେ ୫୨.୫ ମିମି ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୫୯୧ % ଅଧିକ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଗତି କିଛି ଦିନ ଧରି ରାଜ୍ୟରେ ଲାଗି ରହିଛି କୁହୁଡି, ଖସୁଛି ପାରଦ

ଭୁବନେଶ୍ବର: ବର୍ତ୍ତମାନ ମୌସୁମୀ ଫେରିଯିବା ପରେ ରାଜ୍ୟରେ ଶୀତ ପ୍ରବେଶ କରିଛି। ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଶୀତ ଅନୁଭୂତ ହେବାରେ ଲାଗିଛି। ଏପରିକି ସକାଳେ ଚାରିଆଡେ କୁହୁଡିରେ ଆଚ୍ଛନ୍ନ ହୋଇଯାଉଛି। ରାସ୍ତାଘାଟ ଦେଖିବା ମୁସ୍କିଲ ହୋଇପଡିଛି।

ଆଜି ସକାଳେ ଫୁଲବାଣୀ, ପାରଳାଖେମୁଣ୍ଡି ଅଞ୍ଚଳରେ କୁହୁଡି ଦୃଶ୍ୟମାନ ହୋଇଥିଲା। ଯାହା ଫୁଲବାଣୀ ରେ ଦୃଶ୍ୟମାନ ଦୂରତା ୨୦୦ ମିଟର ଏବଂ ପାରଳାଖେମୁଣ୍ଡି ରେ ୫୦୦ ମିଟର ଥିଲା। ସେହିପରି ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି।

ପାଣିପାଗ ବିଭାଗ ଅନୁସାରେ ଗତକାଲି କୋରାପୁଟ ରେ ୧୫.୫ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୬ ଡ଼ିଗ୍ରୀ ଏବଂ ଫୁଲବାଣୀ ରେ ୧୭ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING: ଆସନ୍ତା ୨୭ ମଇରେ ପ୍ରବେଶ କରିବ ମୌସୁମୀ , ପାଣିପାଗ ବିଭାଗ ଦେଲା ସୂଚନା

ଭୁବନେଶ୍ବର: ଚଳିତ ବର୍ଷ ୨୭ ମଇ ରେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବ। ଏ ନେଇ ଆକଳନ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ। ବିଭାଗ କହିଛି ଯେ, ଏହା ସ୍ୱାଭାବିକ ତାରିଖ ଠାରୁ ପୂର୍ବରୁ ଛୁଇଁବା ନେଇ ଆକଳନ ଜାରି କରାଯାଇଛି। ତେବେ ଏହି ଆକଳନ ରେ ମଡେଲ ଜନିତ ତ୍ରୁଟି ୪ ଦିନ ଆଗ/ପଛ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଦ କହିଛି।

ପୂର୍ବରୁ ପାଣିପାଗ ବିଭାଗ କହିଥିଲା ଯେ, ଚଳିତ ବର୍ଷ ମୌସୁମୀ ବାୟୁ ଶିଘ୍ର ପ୍ରବେଶ କରିବ। କାରଣ ମୌସୁମୀ ପୂର୍ବରୁ ଏକ ଲଘୁଚାପ ତଥା ବାତ୍ୟା ଏହାକୁ ଡାକିବାରେ ସାହାଯ୍ୟ କରିଛି। ମୌସୁମୀ ଆସିବା ପାଇଁ ରାସ୍ତା ପରିଷ୍କାର ହୋଇଯାଇଛି। ଫଳରେ ଚଳିତ ବର୍ଷ ସ୍ବାଭାବିକ ତାରିଖ ପୂର୍ବରୁ କେରଳ ଛୁଇଁବ ବୋଲି କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେରଳ ଛୁଇଁଲା ମୌସୁମୀ: ଏହି ଅଞ୍ଚଳରେ ସାମାନ୍ୟରୁ କମ ବର୍ଷା ହେବା ଅନୁମାନ

ନୂଆଦିଲ୍ଲୀ: ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ରାଜ୍ୟକୁ ଛୁଇଁଛି। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ମୌସୁମୀ ଆଜି କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଥିଲା।

ତେବେ ଭାରତ ପାଣିପାଗ ବିଜ୍ଞାନ ବିଭାଗ ମୁତାବକ ଚଳିତ ବର୍ଷ ଉତ୍ତର ଓ ଦକ୍ଷିଣ ଭାରତରେ ସାମାନ୍ୟ ବର୍ଷା ହେବ। ମଧ୍ୟ ଭାରତରେ ସାମାନ୍ୟରୁ ଅଧିକ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଥିବା ବେଳେ ପୂର୍ବୋତ୍ତର ଭାରତରେ ସାମାନ୍ୟରୁ କମ ବର୍ଷା ହେବ ବୋଲି ଅନୁମାନ କରିଛି। ଚଳିତ ବର୍ଷ ୯୬ ରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଅନୁମାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରୁ ବିଦାୟ ନେଲା ମୌସୁମୀ

ଭୁବନେଶ୍ବର :  ଓଡ଼ିଶାରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଓଡ଼ିଶା ଛାଡିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି । ଦୁଇ ଦିନ ପୂର୍ବରୁ 8 ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବରେ ଆଉ 8 ଟି ଜିଲ୍ଲାରୁ ଆଂଶିକ ଯାଇଥିଲା ।  କେବଳ ରାଜ୍ୟ ନୁହେଁ ଦେଶରୁ ମଧ୍ୟ ମୌସୁମୀ ବିଦାୟ ନେଇଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି । ଏହା ସହିତ ଲା ନିନା ପ୍ରଭାବରେ ଚଳିତ ବର୍ଷ ହାଡଭଙ୍ଗା ଶୀତର ମଧ୍ୟ ପୂର୍ବାନୂମାନ ଲଗାଯାଇଛି ।

ଗତ ଦୁଇ ମାସ ଧରି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ବିଶେଷକରି ଲଘୁଚାପ ବର୍ଷା ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଜୁନ୍‌ 1ରେ ମୌସୁମୀ କେରଳ ଛୁଇଁଥିବାବେଳେ ଜୁନ୍‌ 12 ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଆସୁଛି ମୌସୁମୀ : ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠୁ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ମୌସୁମୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ । ଆସନ୍ତା  11 ତାରିଖରୁ 12 ତାରିଖ ଭିତରେ ଓଡ଼ିଶା ମୌସୁମୀ ଆସିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଜୁନ୍‌ 17 ବେଳକୁ  ସମଗ୍ର ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Categories
ଆଜିର ଖବର

କେରଳରେ ପହଞ୍ଚିଲା ମୌସୁମୀ

ନୂଆଦିଲ୍ଲୀ : କେରଳରେ ପହଞ୍ଚିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଠିକ୍‌ ସମୟରେ ମୌସୁମୀ ବାୟୁ ଭାରତ ଛୁଇଁଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।  ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଠିକ୍‌ ସମୟରେ ମୌସୁମୀ ଆସି କେରଳରେ ପହଞ୍ଚିଛି । କେରଳର ତିରୁଓ୍ବନନ୍ତପୁରମ୍‌ରେ ପ୍ରବଳ ବର୍ଷା ହୋଇଛି । କେରଳର 9 ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିିଛି ଭାରତୀୟ ପାଣିପାଗ ବିଭାଗ ।

ଆରବ ମହାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଉଛି । ଏହା ଦିନେ ଦୁଇଦିନ ମଧ୍ୟରେ ମହାରାଷ୍ଟ୍ର ଏବଂ ଗୁଜୁରାଟ ଉପକୂଳରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ବିଭାଗ ଆକଳନ କରିଛି ଯେ ଏହି ଘୂର୍ଣ୍ଣିବଳୟ ଯୋଗୁଁ ଗୁଜୁରାଟ ଏବଂ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।

ଏଥି ସହିତ କେରଳରେ ମୌସୁମୀ ପହଞ୍ଚିବା ପରେ ଲକ୍ଷ୍ମଦ୍ୱୀପ ଠାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପୂର୍ବ ଭାରତ, ପଶ୍ଚିମ ହିମାଳୟ ରାଜ୍ୟ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶରେ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଦେଶରେ ଅନ୍ୟାନ୍ୟ ଅଞ୍ଚଳ ଯେପରିକି ଗୋଆ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଆସାମ ଓ ପୂର୍ବୋତ୍ତର ରାଜ୍ୟରେ ଜୁନ୍‌ 5ରେ ମୌସୁମୀ ପ୍ରବେଶ କରିବ ବୋଲି ସୂଚନା ରହିଛି । ସେହିପରି ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ସିକିମ୍‌ ରାଜ୍ୟରେ ଜୁନ୍‌ 10ରେ ମୌସୁମୀ ପହଞ୍ଚିବ ବୋଲି ସୂଚନା ରହିଥିବାବେଳେ ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶ୍‌ଗଡ, ଓଡ଼ିଶା, ଝାଡଖଣ୍ଡ ଓ ବିହାରରେ ଜୁନ୍‌ 15ରେ ମୌସୁମୀ ପହଞ୍ଚିବା ନେଇ ସମ୍ଭାବନା ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଜୁନ୍‌ 1ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଇଁବ ମୌସୁମୀ ବାୟୁ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ମେ’ ମାସ ସରୁ ସରୁ ମୌସୁମୀ ଆସିବା ନେଇ ସମ୍ଭାବନା ଦେଖାଦେଇଛି। ସେହିପରି ଦିଲ୍ଲୀରେ ପହଞ୍ଚିବା ପାଇଁ କିଛି ସମୟ ଲାଗିପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ଦିଲ୍ଲୀରେ ଜୁନ୍‌ 25ରୁ 30 ଭିତରେ ମୌସୁମୀ ଆସିବ ବୋଲି କୁହାଯାଇଛି । ବାତ୍ୟା ଅମ୍ପାନ କାରଣରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତୀୟ ଉପ ମହାଦେଶକୁ ଆସିବାକୁ ବାଧା ସୃଷ୍ଟି ହେଉଥିଲା। ହେଲେ ଏବେ ବାତ୍ୟା ଯିବା ପରେ ମୌସୁମୀ ବାୟୁ କେରଳ ମୁହାଁ ହୋଇଛି।

ସେହିପରି ଦେଶରେ ଅନ୍ୟାନ୍ୟ ଅଞ୍ଚଳ ଯେପରିକି ଗୋଆ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଆସାମ ଓ ପୂର୍ବୋତ୍ତର ରାଜ୍ୟରେ ଜୁନ୍‌ 5ରେ ମୌସୁମୀ ପ୍ରବେଶ କରିବ ବୋଲି ସୂଚନା ରହିଛି । ସେହିପରି ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ସିକିମ୍‌ ରାଜ୍ୟରେ ଜୁନ୍‌ 10ରେ ମୌସୁମୀ ପହଞ୍ଚିବ ବୋଲି ସୂଚନା ରହିଥିବାବେଳେ ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶ୍‌ଗଡ, ଓଡ଼ିଶା, ଝାଡଖଣ୍ଡ ଓ ବିହାରରେ ଜୁନ୍‌ 15ରେ ମୌସୁମୀ ପହଞ୍ଚିବା ନେଇ ସମ୍ଭାବନା ରହିଛି ।

ସେହିପରି ମଧ୍ୟପ୍ରଦେଶର ଉତ୍ତର ଅଂଶ, ପୂର୍ବ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଜୁନ୍‌ 20 ସୁଦ୍ଧା ମୌସୁମୀ ପହଞ୍ଚିବା ନେଇ ସୂଚନା ରହିଛି । ଜୁନ୍‌ 25 ଭିତରେ ପୂରା ଉତ୍ତରପ୍ରଦେଶ, ଜମ୍ମୁକାଶ୍ମୀର, ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି । ତେବେ ଜୁନ୍‌ 30 ସୁଦ୍ଧା ରାଜସ୍ଥାନ, ପଞ୍ଜାବ, ହରିୟାଣା ଆଦି ରାଜ୍ୟରେ ମୌସୁମୀ ପହଞ୍ଚିବାର ସୂଚନା ରହିଛି । (ଏଜେନ୍ସି)