ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ ସହ ବୃକ୍ଷରୋପଣ

Published: Jun 5, 2021, 12:22 pm IST

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ବିଶ୍ୱ ପରିବେଶ ଦିବସ ପାଳନ ହେବା ସହିତ ବୃକ୍ଷରୋପଣ କରାଯାଇଛି। ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରିୟରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଏସ୍.ଡି.ଜେମ୍ ଋତୁପର୍ଣ୍ଣା ମିଶ୍ର, ଜେ.ଏମ୍.ଏଫ୍.ସି ମହମ୍ମଦ ଶାହା ଫୟଜଲ୍ ଓ ଝିଲିଲିନା ନାୟକ ଏବଂ ଫରେଷ୍ଟ ରେଞ୍ଜ ଅଫିସର ବଳରାମ ସାହୁ, ଫରେଷ୍ଟର ସୁକାନ୍ତ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଏବଂ ପାରାଲିଗାଲ୍ ସ୍ୱେଚ୍ଛାସେବୀ ଅବନିକାନ୍ତ ମହାରଣାଙ୍କ ସମେତ କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୁନନ୍ଦା ପାଢୀ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ବୃକ୍ଷରୋପଣ କରାଯାଇଥିବା ବେଳେ ଉପସ୍ଥିତ ସମସ୍ତ ବ୍ୟକ୍ତି ସରକାରଙ୍କ କୋଭିଡ୍ ନିୟମ ପାଳନ କରି ସାମାଜିକ ଦୂରତା ଅବଲମ୍ବନ କରିଥିଲେ।

Related posts