ବାଣପୁରର ଏହି ଗ୍ରାମଗୁଡିକରେ ଛଅ ଦିନ ପର୍ଯ୍ୟନ୍ତ ସକାଳ ୭ ରୁ ୧୨ ଯାଏଁ ବନ୍ଦ ରହିବ ବିଦ୍ୟୁତ ସରବରାହ

Published: Jun 5, 2021, 7:52 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଏବଂ ଏନଏସିର କିଛି ଗ୍ରାମରେ ଆସନ୍ତାକାଲି ରବିବାର ଠାରୁ ଶୁକ୍ରବାର (ଛଅ) ଦିନ ପର୍ଯ୍ୟନ୍ତ ଦୈନିକ ସକାଳ ୭ ରୁ ମଧ୍ୟାହ୍ନ ୧୨ ଯାଏଁ (ପାଞ୍ଚ ଘଣ୍ଟା) ଲେଖାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ।

୧୧ କେଭି ତାର ମରାମତି ନିମନ୍ତେ ଉକ୍ତ ଗ୍ରାମଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ଟିପିସିଓଡ଼ିଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ମଠପଟଣା ଗ୍ରାମରୁ ରଙ୍କନାଥପାଟଣା ଗ୍ରାମ ଯାଏଁ ଯାଇଥିବା ବିଦ୍ୟୁତ କନେକ୍ସନ ଅଧୀନରେ ଥିବା ଗ୍ରାମ ଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିବ।

ତେବେ ବିଦ୍ୟୁତ ସରବରାହ ବନ୍ଦ ରହିବାକୁ ଥିବା ଗ୍ରାମଗୁଡିକ ହେଲା ସୁନାକେରା, ବାଲିପଦର, ରଙ୍କନାଥପାଟଣା, ନୂଆଗାଁ, ଦାସଘରସାହି, ତେନ୍ତୁଳିଡିହ ଏବଂ ଭୀମପୁର।  ସେଥିପାଇଁ ସମ୍ପୃକ୍ତ ଗ୍ରାମଗୁଡିକରେ ଡାକବାଜି ଯନ୍ତ୍ର ଦ୍ୱାରା ଆଜି ଉକ୍ତ ସୂଚନା ଦିଆଯାଇଥିବାର ଶ୍ରୀ ଦଳେଇ ପ୍ରକାଶ କରିଛନ୍ତି।

Related posts