ବିଶ୍ବ ପରିବେଶ ଦିବସରେ ଗଛ ଲଗାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଏହି କଥା

Published: Jun 6, 2021, 11:36 am IST

ଭୁବନେଶ୍ବର, ପ୍ରତିବର୍ଷ ଜୁନ ପାଞ୍ଚ ତାରିଖକୁ ବିଶ୍ବ ପରିବେଷ ଦିବସ ଭାବେ ପାଳନ କରାଯାଇଥାଏ। ସେହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଟୁଇଟରରେ ନବୀନ ନିବାସରେ ଗଛ ଲଗାଉଥିବାର ଏକ ଫଟୋ ସେୟାର କରିଛନ୍ତି। ଏଥିସହିତ ସେ ରାଜ୍ୟବାସୀଙ୍କୁ ତାଙ୍କର ବାର୍ତ୍ତା ମଧ୍ୟ ଦେଇଛନ୍ତି।

ସେ କହିଛନ୍ତି ଯେ  “ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ଆମ ସମସ୍ତଙ୍କ ଆଗରେ ଏକ ବଡ଼ ଆହ୍ୱାନ। ଏ ଦିଗରେ ସଚେତନତା ବୃଦ୍ଧି ଓ ପରିବେଶରେ ସନ୍ତୁଳନ ରକ୍ଷା ପାଇଁ ‘ମୋ ପରିବାର’ ପକ୍ଷରୁ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହେଉଛି। ଏହାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି।”

Related posts