ଦେଖିଲେ ଲାଗିବ ଏହା ଏକ ପଞ୍ଚ ତାରକା ହୋଟେଲ; ନା, ଏହା ହେଉଛି ଓଡିଶାର ଏକ ହାଇସ୍କୁଲ ପାଠାଗାର

Published: Jun 6, 2021, 12:44 pm IST

ବ୍ରହ୍ମପୁର, ଏହି ଫଟୋଟି ଯେ କେହି ଦେଖିଲେ ସେ ଭାବି ନେବ ଯେ, ଏହା କୌଣସି ପଞ୍ଚ ତାରକା ହୋଟେଲର ବୈଠକ ରୁମ ବା ଅନ୍ୟ କିଛି। ଆଉ କେହି ଭାବ ଯେ ଏହା କୌଣସି ମଲଟି ନ୍ୟାସନାଲ କଂପାନୀର ଅଫିସ। ନା ଏହା ଏପରି କିଛି ନୁହେଁ। ଏହା ହେଉଛି ଓଡିଶାର ଏକ ହାଇସ୍କୁଲ ପାଠାଗାରର ଦୃଶ୍ୟ।

ଗଂଜାମ ଜିଲ୍ଲାର ସେରଗଡ ବ୍ଲକରେ ଥିବା କରଡାକଣ ହାଇସ୍କୁଲର ଏହା ହେଉଛି ପାଠାଗାର। ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ରାଜ୍ୟର ବିଭିନ୍ନ ହାଇସ୍କୁଲଗୁଡିକ ଉନ୍ନତି କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି। ଫଳ ସୂରୁପ ଗଂଜାମ ଜିଲ୍ଲାରେ ଏହିପରି 278ଟି ହାଇସ୍କୁଲର ପାଠାଗାର ନିର୍ମାଣ କରାଯାଇଛି।

Related posts