Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ
ବ୍ୟବସାୟ

Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ

October 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Vedanta Investment
Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ

Vedanta Investment: ବେଦାନ୍ତ ଲିମିଟେଡ୍ (Vedanta Ltd) ଦକ୍ଷିଣ ଆଫ୍ରିକାରେ ଥିବା ନିଜ କଂପାନୀର ବାର୍ଷିକ ଜିଙ୍କ୍ (ଦସ୍ତା) ଉତ୍ପାଦନ କ୍ଷମତାକୁ ଦ୍ୱିଗୁଣିତ କରିବ। ଫଳରେ ଏହି କ୍ଷମତା ବର୍ତ୍ତମାନ ବାର୍ଷିକ ୫,୦୦,୦୦୦ ଟନ୍‌ରେ ପହଞ୍ଚିବ, ଯାହା ସର୍ବ ବୃହତ ଉତ୍ପାଦନ ବୋଲି କୁହାଯାଉଛି। ଏଥିପାଇଁ କଂପାନୀ ପ୍ରାୟ ୬୦୦ ନିୟୁତ ଡଲାର ନିବେଶ କରିବ ବୋଲି କହିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କମ୍ପାନୀ ଭାରତ ଏବଂ ଦକ୍ଷିଣ ଆଫ୍ରିକାକୁ ମିଶାଇ ମୋଟ ୩ ନିୟୁତ ଟନ୍ ବାର୍ଷିକ ଉତ୍ପାଦନ ଲକ୍ଷ୍ୟ ରଖିଛି।

ଦକ୍ଷିଣ ଆଫ୍ରିକାର ‘ଗାମ୍ସବର୍ଗ’ (Gamsberg) ରେ କରାଯାଇଥିବା ଏହି ନିବେଶ—ଯାହା ‘ବେଦାନ୍ତ ଜିଙ୍କ୍ ଇଣ୍ଟରନ୍ୟାସନାଲ୍’ (Vedanta Zinc International) ର ପ୍ରମୁଖ ଜିଙ୍କ୍ ଖଣି ଅଟେ, ତାହା ଭାରତ ଏବଂ ଦକ୍ଷିଣ ଆଫ୍ରିକାରେ କମ୍ପାନୀର ଜିଙ୍କ୍ ଉତ୍ପାଦନ କ୍ଷମତା ବୃଦ୍ଧି କରିବାର ବ୍ୟାପକ ଲକ୍ଷ୍ୟର ଏକ ଅଂଶ। ବେଦାନ୍ତ ନିଜର ସହଯୋଗୀ କମ୍ପାନୀ ‘ହିନ୍ଦୁସ୍ତାନ ଜିଙ୍କ୍ ଲିମିଟେଡ୍’ (Hindustan Zinc Ltd) ମାଧ୍ୟମରେ ବାର୍ଷିକ ୨ ନିୟୁତ ଟନ୍ ଏବଂ ‘ବେଦାନ୍ତ ଜିଙ୍କ୍ ଇଣ୍ଟରନ୍ୟାସନାଲ୍’ ମାଧ୍ୟମରେ ୧ ନିୟୁତ ଟନ୍ ଜିଙ୍କ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି।

ଏହି ସମ୍ପ୍ରସାରଣ କାର୍ଯ୍ୟ, ୨୦୧୮ ମସିହାରେ ଅନୁଷ୍ଠିତ ‘ଦକ୍ଷିଣ ଆଫ୍ରିକା ନିବେଶ ସମ୍ମିଳନୀ’ (South Africa Investment Conference) ରେ ବେଦାନ୍ତ ଦ୍ୱାରା ଘୋଷିତ ୨୧ ବିଲିୟନ ZAR (ପ୍ରାୟ ୧.୫ ବିଲିୟନ ଡଲାର) ନିବେଶ ପ୍ରତିଶ୍ରୁତିର ଏକ ଅଂଶ ଅଟେ। କମ୍ପାନୀ ଅନୁଯାୟୀ, ଗାମ୍ସବର୍ଗର ଏହି ସମ୍ପ୍ରସାରଣ ବର୍ତ୍ତମାନର ଦଶନ୍ଧି ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ସର୍ବବୃହତ ଖଣି ନିବେଶଗୁଡ଼ିକ ମଧ୍ୟରୁ ଅନ୍ୟତମ।

Vedanta Vedanta Investment ବେଦାନ୍ତ ବେଦାନ୍ତ ଲିମିଟେଡ୍
Share. Facebook Twitter LinkedIn Email WhatsApp Copy Link

Related Posts

ଫ୍ରାନ୍ସରେ ହିଂସା ଓ ଅରାଜକତା: ୧୨୦୦ରୁ ଅଧିକ ଗିରଫ

October 18, 2026

ବାଂଲାଦେଶ କକ୍ସ ବଜାର ରିସର୍ଟରେ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୬ ଜଣଙ୍କ ସମେତ ୧୦ ମୃତ

October 18, 2026

ଭୁବନେଶ୍ୱରରେ ନିଜର ସର୍ବବୃହତ ଜୁଏଲାରୀ ଶୋ’ରୁମ ଉଦ୍‌ଘାଟନ କଲା କିସ୍‌ନା

October 17, 2026

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026
Latest News

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ

October 18, 2026

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026

Durga Puja in Assam: ଆସାମର ବାରକ ଉପତ୍ୟକାର ଦୁର୍ଗା ପାଲଟିଛି ଏକ ବିରଳ ଉଦାହରଣ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.