ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮ ହଜାର ୩୨ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Jun 9, 2021, 7:27 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୯୮୧, କଟକରୁ ୮୯୦, ପୁରୀରୁ ୪୬୭, ସୁନ୍ଦରଗଡରୁ ୪୬୨, ଅନୁଗୁଳରୁ ୪୨୩, ବରଗଡରୁ ୩୭୨, ଯାଜପୁରରୁ ୩୫୪, ଜଗତସିଂହପୁରରୁ ୩୩୨, ମୟୂରଭଞ୍ଜରୁ ୩୧୨, ବାଲେଶ୍ବରରୁ ୩୦୧, ରାୟଗଡାରୁ ୨୬୫, ବୌଦ୍ଧରୁ ୨୫୯, ନୟାଗଡରୁ ୨୫୫, ନବରଙ୍ଗପୁରରୁ ୨୪୯, କେନ୍ଦ୍ରାପଡାରୁ ୨୦୯, କେନ୍ଦୁଝରରୁ ୨୦୮, କୋରାପୁଟରୁ ୧୯୩, ସମ୍ବଲପୁରରୁ ୧୯୦, କଳାହାଣ୍ଡିରୁ ୧୮୧, ଗଞ୍ଜାମରୁ ୧୪୩, ଭଦ୍ରକରୁ ୧୩୯, ସୋନପୁରରୁ ୧୨୦, ମାଲକାନାଗିରିରୁ ୮୫, ଝାରସୁଗୁଡାରୁ ୭୭, ଗଜପତିରୁ ୭୧, କନ୍ଧମାଳରୁ ୭୧, ବଲାଙ୍ଗୀରିରୁ ୭୦, ଢେଙ୍କାନାଳାରୁ ୭୦, ନୂଆପଡାରୁ ୨୮ ଏବଂ ଷ୍ଟେଟ ପୁଲରୁ ୧୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭ ଲକ୍ଷ ୬୪ ହଜାର ୬୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୧ ହଜାର ୧୨୯ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୩ ହଜାର ୨୮୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୧୨୩ କୁ ବୃଦ୍ଧି ହୋଇଛି।

Related posts