ଚିଲିକା: ଏହି ଗ୍ରାମଗୁଡିକରେ ଆସନ୍ତାକାଲି ଠାରୁ ୭ ଦିନ ଯାଏଁ ଦୈନିକ ୫ ଘଣ୍ଟା ଲେଖାଏଁ ବନ୍ଦ ରହିବ ବିଦ୍ୟୁତ ସରବରାହ

Published: Jun 10, 2021, 5:59 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀର କିଛି ଗ୍ରାମରେ ଆସନ୍ତାକାଲି ଜୁନ ୧୧ ଶୁକ୍ରବାର ଠାରୁ ଗୁରୁବାର ଜୁନ ୧୭ (ସାତ ଦିନ) ପର୍ଯ୍ୟନ୍ତ ଦୈନିକ ସକାଳ ୮ ରୁ ଅପରାହ୍ନ ୧ ଘଟିକା ଯାଏଁ (ପାଞ୍ଚ ଘଣ୍ଟା) ଲେଖାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ।

୧୧ କେଭି ତାର ମରାମତି ନିମନ୍ତେ ଉକ୍ତ ଗ୍ରାମଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ଟିପିସିଓଡ଼ିଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ବୋଇତହୁଡ଼ା ଠାରୁ ପାରୀକଂସାରୀ ଯାଏଁ ଯାଇଥିବା ବିଦ୍ୟୁତ କନେକ୍ସନ ଅଧୀନରେ ଥିବା ଗ୍ରାମ ଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିବ।

ତେବେ ବିଦ୍ୟୁତ ସରବରାହ ବନ୍ଦ ରହିବାକୁ ଥିବା ଗ୍ରାମଗୁଡିକ ହେଲା ବିଷ୍ଣୁଡିହ, ଖଣତ, ଧୁଆଁଳ, କୋତରି, ଦୀକ୍ଷୀତପଡ଼ା, ପାରିକଂସାରୀ, ମହାକାଳପଡ଼ା, ପାଇକୋଷଡିହ, ବ୍ରାହ୍ମଣକୋଷଡିହ, ଦାମୋଦରପୁର ଏବଂ ସୋଲରୀ ଢ଼ାବା। ସେଥିପାଇଁ ସମ୍ପୃକ୍ତ ଗ୍ରାମଗୁଡିକରେ ଡାକବାଜି ଯନ୍ତ୍ର ଦ୍ୱାରା ଆଜି ସୂଚନା ଦିଆଯାଇଥିବାର ଶ୍ରୀ ଦଳେଇ ପ୍ରକାଶ କରିଛନ୍ତି।

Related posts