Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ସରକାରଙ୍କ ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲ ବାଦ ପଡିଲା ଓଡିଆ ଭାଷା, ଆଇଟି ମନ୍ତ୍ରୀଙ୍କ ପ୍ରତିବାଦ
ଆଜିର ଖବର

କେନ୍ଦ୍ର ସରକାରଙ୍କ ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲ ବାଦ ପଡିଲା ଓଡିଆ ଭାଷା, ଆଇଟି ମନ୍ତ୍ରୀଙ୍କ ପ୍ରତିବାଦ

June 10, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ସରକାରଙ୍କ ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲ ବାଦ ପଡିଲା ଓଡିଆ ଭାଷା, ଆଇଟି ମନ୍ତ୍ରୀଙ୍କ ପ୍ରତିବାଦ

ଭୁବନେଶ୍ବର, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡିବା ଘଟଣା ନେଇ ଇଲେକଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ଷୋଭ ପ୍ରକାଶ କରିଛନ୍ତି ଓ ଏହି ଘଟଣାର ସତ୍ୟାସତ ଅନୁଧ୍ୟାନ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ଓ କୌଣସି ପରିସ୍ଥିତିରେ ଓଡ଼ିଆ ପିଲାଙ୍କ ଭବିଷ୍ୟତ ସହ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡ଼ିଥିବା ଘଟଣା ସାମ୍ନାକୁ ଆସିବା ପରେ ମନ୍ତ୍ରୀ ବେହେରା ଗଭୀର ଉଦବେଗ ପ୍ରକାଶ କରିବା ସହ ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ପିଲାମାନେ ଅନଲାଇନ ଶିକ୍ଷା ଉପରେ ବହୁଳ ଭାବେ ନିର୍ଭର କରୁଛନ୍ତି। ରାଜ୍ୟ ସରକାର ମାଲକାନଗିରି ସମେତ ଅନେକ ଉପାନ୍ତ ଅଞ୍ଚଳରେ ନେଟୱର୍କ ସୁଦୃଢୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ଓ ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲ ଏକ ଭଲ ବ୍ୟବସ୍ଥା ଓ ଏଥିରେ ବିଜ୍ଞାନ, ବୈଷୟିକ, ଫର୍ମାସୀ, ସାମାଜିକ ବିଜ୍ଞାନ ଆଇନ।

ମ୍ୟାନେଜମେଣ୍ଟ ଆଦି ବିଷୟର ପାଠ୍ୟ ପୁସ୍ତକ ଆଇଆଇଟି, କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଏବଂ ଆଇଆଇଏସସିର ଅଭିଜ୍ଞ ଅଧ୍ୟାପକଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି ଓ ଶିକ୍ଷା ଗ୍ରହଣରେ ଭାଷା ଯେପରି ବାଧକ ନ ସାଜେ ତାହାକୁ ନଜରରେ ରଖି କେନ୍ଦ୍ର ଶିକ୍ଷା  ମନ୍ତ୍ରଣାଳୟ ଓଡ଼ିଆ ଭାଷା ସମେତ ମୋଟ ୧୦ ଟି ଭାଷାରେ ପାଠ୍ୟ ପୁସ୍ତକ ଉପଲବ୍ଧ କରିବା ନେଇ ଘୋଷଣା କରିଥିଲେ। ଏହା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ତେବେ ଏଆଇସିଟିଇ ପକ୍ଷରୁ ପାଠ୍ୟ ପୁସ୍ତକ ଅନୁବାଦ ସମୟରେ ଓଡ଼ିଆ ଭାଷା ବାଦ ପଡ଼ିଥିବା ସାମ୍ନାକୁ ଆସିଛି। ଏସବୁକୁ ନେଇ କେନ୍ଦ୍ର ନିକଟରେ ଅଭିଯୋଗ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ତୁଷାରକାନ୍ତି ବେହେରା
Share. Facebook Twitter LinkedIn Email WhatsApp Copy Link

Related Posts

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Latest News

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.