ପୂର୍ବତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳନ

Published: Jun 10, 2021, 11:06 pm IST

ଭୁବନେଶ୍ବର, ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ (ILCAD) ପାଳନ ଅବସରରେ ସଡକ ବ୍ୟବହାରକାରୀଙ୍କୁ ସଚେତନତା କରାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ କରାଯାଇଅଛି। ବିଭିନ୍ନ ମାଧ୍ୟମରେ ଯଥା ପୋଷ୍ଟର, ଲିଫଲେଟ୍ ଏବଂ ନୁକ୍କଡ ନାଟକ ଇତ୍ୟାଦି ମାଧ୍ୟମରେ ସଚେତନତା ଅଭିଯାନ କରାଯାଇଛି।

ଖୋର୍ଦ୍ଧା ରୋଡ଼ ଏବଂ ତାପଙ୍ଗ ଷ୍ଟେସନ ମଧ୍ୟରେ ଥିବା ଲେଭଲ୍ କ୍ରସିଂ ଗେଟ୍ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୂର୍ବ ତଟ ରେଳପଥର ପ୍ରମୁଖ ସୁରକ୍ଷା ଅଧିକାରୀ ହେମନ୍ତ କୁମାର ଦତ୍ତ ଙ୍କ ନେତୃତ୍ୱରେ ଲେଭଲ୍ କ୍ରସିଂ ଗେଟ ଠାରେ ଟ୍ରେନ୍ ଲାଇନ ଅତିକ୍ରମ କରୁଥିବାବେଳେ ବିଶେଷ ଧ୍ୟାନଦେବାକୁ ରେଳ ବ୍ୟବହାରକାରୀଙ୍କୁ ପରାମର୍ଶ ଦିଆଯାଇଥିଲା। ସଚେତନତା ସମୟରେ ରେଳବାଇ ଲେଭେଲ କ୍ରସିଂ ପାରହେବା ସମୟରେ ନିରାପତ୍ତା ପ୍ରତି ଧ୍ୟାନ ଦେବାକୁ ଦତ୍ତ ପଥଚାରୀ ଓ ଗାଡି ଚାଲାକ ମାନଙ୍କୁ ପରାମର୍ଶ ଦେଇଥିଲେ।

ପୂର୍ବତଟ ରେଳପଥ ମୁଖ୍ୟାଳୟର ଉପ ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ଏସ ସି ନାୟକ ଙ୍କ ସହିତ ମୁଖ୍ୟାଳୟ ଓ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ଉରକ୍ଷା ବିଭାଗ କର୍ମଚାରୀମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରେତଙ୍ଗ ଏବଂ କାଇପଦର ରେଳ ସେକ୍ସନ ମଧ୍ୟରେ ଥିବା ଲେଭଲ୍ କ୍ରସିଂ ଗେଟ୍ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଗଣେଶ ଚନ୍ଦ୍ର ନାୟକ ଏହି ସଚେତନତା କାର୍ଯ୍ୟକ୍ରମ ଗୁଡିକୁ ସଂଯୋଜନା କରିଥିବାବେଳେ ଲେଭଲ କ୍ରସିଂ ପାର ହେବା ସମୟରେ ସତର୍କତା ଅବଲମ୍ବନ କରିବାକୁ ସଡକ ବ୍ୟବହାରକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

Related posts