Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୪ ରେ ତୃତୀୟ ଲୋକକଳା ଦିବସ: ଏଥର ଭର୍ଚୁଆଲ୍‌ରେ ଉତ୍ସବ, ଯୋଗଦେବେ ୧ ହଜାର କଳାକାର
ଆଜିର ଖବର

୧୪ ରେ ତୃତୀୟ ଲୋକକଳା ଦିବସ: ଏଥର ଭର୍ଚୁଆଲ୍‌ରେ ଉତ୍ସବ, ଯୋଗଦେବେ ୧ ହଜାର କଳାକାର

June 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରେ ତୃତୀୟ ରାଜ୍ୟସ୍ତରୀୟ ଲୋକକଳା ଦିବସ-୨୦୨୧ ପାଳନ ହେବ। ଏଥିପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ୟୁନିସେଫ୍ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ମହାମାରୀ କରୋନା କଟକଣା ଯୋଗୁ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ଥିଲା ବେଳେ ଏହି ଦିବସକୁ ଭର୍ଚୁଆଲ୍ ମାଧ୍ୟମରେ ପାଳନ କରାଯିବ। ଜୁମ୍ ମାଧ୍ୟମରେ ରାଜ୍ୟସ୍ତରୀୟ ଉତ୍ସବ ସାଙ୍ଗକୁ ବିଭିନ୍ନ ବ୍ଲକ୍ ଓ ଜିଲ୍ଲାସ୍ତରରେ ମଧ୍ୟ କାର୍ଯ୍ୟକ୍ରମ କରାଯିବ। ୧୪ ତାରିଖ ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ରାଜ୍ୟସ୍ତରୀୟ ଉତ୍ସବର ଆୟୋଜନ ହେବ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ୟୁନିସେଫ୍ ଯୋଗାଯୋଗ ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ଅତିଥି ଭାବେ ଯୋଗଦେବେ।

ଏଥିସହିତ ବ୍ଲକ୍ କଳା ସଂସ୍କୃତି ସଂଘ, ଜିଲ୍ଲା କଳା ସଂସ୍କୃତି ସଂଘ, ନଗର କଳା ସଂସ୍କୃତି ସଂଘ ଓ ରାଜ୍ୟ କଳା ସଂସ୍କୃତି ସଂଘ ଅଧୀନରେ ଥିବା ୧ ହଜାର କଳାକାର, ସଂଘର ଉପସଭାପତିମାନେ କାର୍ଯ୍ୟକ୍ରମ ସହ ଅନ୍‌ଲାଇନ୍‌ରେ ଯୋଡ଼ି ହେବେ। ଏହି ଅବସରରେ ଲୋକକଳା ସମ୍ପର୍କରେ ଆଲୋଚନା ହେବା ସହ ଓଡ଼ିଶାର ୩ଟି ପ୍ରାଚୀନ ଲୋକକଳା ଲାଇଭ୍ ପରିବେଷଣ କରାଯିବ। ଖୋର୍ଦ୍ଧାର ମା’ ବାସେଳୀ ଚୈତାଳୀ ଅନୁଷ୍ଠାନ ପକ୍ଷରୁ ଗୁରୁ ଗୋପାଳ ଚନ୍ଦ୍ର ବେହେରା ଓ ସାଥୀ ପରିବେଷଣ କରିବେ ଘୋଡ଼ାନାଚ। ପରେ ବଳାଙ୍ଗୀର କୃଷ୍ଣପ୍ରିୟା କଳା ପରିଷଦ ଗୁରୁ ପୂର୍ଣ୍ଣଚନ୍ଦ୍ର ଛତ୍ରିଆ ଓ ସାଥୀ ପରିବେଷଣ କରିବେ ଘୁଡ଼ୁକା ନାଚ ଏବଂ ଶେଷରେ କୋରାପୁଟର କୁଳମଣି ଜେନା ଓ ସାଥୀ ଢେମସା ନୃତ୍ୟ ପରିବେଷଣ କରିବେ। ଏ ସମସ୍ତ କାର୍ଯ୍ୟକ୍ରମର ଲାଇଭ୍ ବିଭାଗୀୟ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍ ଓ ୟୁଟ୍ୟୁବ୍‌ରେ ପ୍ରସାରଣ କରାଯିବ।

ଏଥିସହିତ ତିନିଦିନ ଧରି ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ବିଭାଗ ପକ୍ଷରୁ ଲୋକକଳାକୁ ନେଇ ୧ଘଣ୍ଟାର ଆଲୋଚନା ଓ ଲୋକକଳା ପରିବେଷଣ କାର୍ଯ୍ୟକ୍ରମ କରାଯିବ। ରାଜ୍ୟର ବିଭିନ୍ନ ଅଞ୍ଚଳର ବଛା ବଛା ଲୋକକଳାକୁ ଏହାରି ମାଧ୍ୟମରେ ଦର୍ଶକଙ୍କ ନିକଟରେ ପହଞ୍ଚାଯିବ। ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିବା ସୂଚନା ମିଳିଛି।

ଲୋକକଳା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୭ ତାରିଖ ଶୁକ୍ରବାରର ସକାଳୁ ଏହି ରାଶିଗୁଡିକର ଖୋଲିଲା ଭାଗ୍ୟ

March 27, 2026

ଏନ୍ଏଚ୍ଆରସି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ

March 26, 2026

ମା’ ଭବବତୀଙ୍କ ପୀଠରେ ଅଶୋକାଷ୍ଟମୀ ଚଇତି ପର୍ବ: ବର୍ଷର ଶେଷ ପର୍ବରେ ଦକ୍ଷିଣାୟନ ଯାତ୍ରା କଲେ ମା

March 26, 2026

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026
Latest News

ଆଜି ମାର୍ଚ୍ଚ ୨୭ ତାରିଖ ଶୁକ୍ରବାରର ସକାଳୁ ଏହି ରାଶିଗୁଡିକର ଖୋଲିଲା ଭାଗ୍ୟ

March 27, 2026

ଏନ୍ଏଚ୍ଆରସି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ

March 26, 2026

ମା’ ଭବବତୀଙ୍କ ପୀଠରେ ଅଶୋକାଷ୍ଟମୀ ଚଇତି ପର୍ବ: ବର୍ଷର ଶେଷ ପର୍ବରେ ଦକ୍ଷିଣାୟନ ଯାତ୍ରା କଲେ ମା

March 26, 2026

ସାରା ଦେଶରେ ସୁବିଧାଜନକ ଉପମାର୍ଗ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

March 26, 2026

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.