ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬ ହଜାର ୨୫୨ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Jun 18, 2021, 7:44 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୨୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୮୯୩, କଟକରୁ ୬୨୨, ଯାଜପୁରରୁ ୪୦୬, ଅନୁଗୁଳରୁ ୪୦୩, ବାଲେଶ୍ଵରରୁ ୩୭୩, ମୟୂରଭଞ୍ଜରୁ ୨୯୨, ପୁରୀରୁ ୨୯୨, ଢେଙ୍କାନାଳରୁ ୨୮୨, ସୁନ୍ଦରଗଡରୁ ୨୭୮, ଭଦ୍ରକରୁ ୨୫୭, କେନ୍ଦ୍ରାପଡାରୁ ୨୩୫, ଜଗତସିଂହପୁରରୁ ୨୦୮, ନବରଙ୍ଗପୁରରୁ ୧୯୮, ବୌଦ୍ଧରୁ ୧୫୨, କୋରାପୁଟରୁ ୧୩୭, ରାୟଗଡାରୁ ୧୩୬, ନୟାଗଡରୁ ୧୨୦, ବରଗଡରୁ ୧୧୯, କେନ୍ଦୁଝରରୁ ୧୧୯, କନ୍ଧମାଳରୁ ୮୦, ବଲାଙ୍ଗୀରିରୁ ୭୫, କଳାହାଣ୍ଡିରୁ ୬୬, ମାଲକାନଗିରିରୁ ୬୫, ସମ୍ବଲପୁରରୁ ୬୫, ସୋନପୁରରୁ ୫୬, ଗଞ୍ଜାମରୁ ୫୧, ଗଜପତିରୁ ୪୮, ଝାରସୁଗୁଡାରୁ ୪୦, ନୂଆପଡାରୁ ୧୫, ଦେବଗଡରୁ ୧୨ ଏବଂ ଷ୍ଟେଟ ପୁଲରୁ ୧୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୨୯ ହଜାର ୮୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୦ ହଜାର ୪୯୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୨୩ ହଜାର ୫୯୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୩ ହଜାର ୩୩୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୦୭ କୁ ବୃଦ୍ଧି ହୋଇଛି।

Related posts