ଅଲିମ୍ପିକ ଦିବସରେ ଭାରତୀୟ ଅଲିମ୍ପିଆନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Published: Jun 23, 2021, 11:05 pm IST

ନୂଆଦିଲ୍ଲୀ, ବିଭିନ୍ନ ଅଲିମ୍ପିକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀଙ୍କ ପାଇଁ ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଅଲିମ୍ପିକ ଦିବସ ଅବସରରେ କହିଛନ୍ତି । ଏହାସହିତ ସେ ଟୋକିଓ ଅଲିମ୍ପିକରେ ଭାଗ ନେଉଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ ଯୋଗେ ଜଣାଇଛନ୍ତି ଯେ,

ଆଜି ଅଲିମ୍ପିକ ଦିବସରେ ବିଭିନ୍ନ ଅଲିମ୍ପିକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଉଛି । କ୍ରୀଡା ପ୍ରତି ଅବଦାନ ଓ ଅନ୍ୟ କ୍ରୀଡାବିତଙ୍କୁ ପ୍ରେରଣା ଯୋଗାଇ ଥିବାରୁ ଦେଶ ସେମାନଙ୍କ ପାଇଁ ଗର୍ବିତ ।

ଆଉ କିଛି ସପ୍ତାହ ମଧ୍ୟରେ ଟୋକିଓରେ ଆରମ୍ଭ ହେବ । ପ୍ରତିଭାବାନ ଆଥଲେଟଙ୍କୁ ନେଇ ଗଠିତ ଆମ ଦଳକୁ ଅନେକ ଶୁଭେଚ୍ଛା ଜଣାଉଛି । ଅଲିମ୍ପିକ ଅବ୍ୟବହିତ ପୂର୍ବରୁ ମାଇଁଗଭ କ୍ୱିଜ ଆୟୋଜନ କରୁଛୁ । ମୁଁ ସମସ୍ତଙ୍କୁ ବିଶେଷ କରି ଯୁବ ବନ୍ଧୁମାନଙ୍କୁ ଏଥିରେ ଭାଗ ନେବାକୁ ନିବେଦନ କରୁଛି ।

Related posts