Categories
ଆଜିର ଖବର ଖେଳ ରାଜ୍ୟ ଖବର

୪ ଓଡିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଆର୍ଥିକ ପୁରସ୍କାର: ୨ ଖେଳାଳିଙ୍କୁ ଡିଏସପି ଚାକିରୀ

ଭୁବନେଶ୍ବର: ଟୋକିଓ ଅଲମ୍ପିକରେ ଖେଳି ନିଜ ରାଜ୍ୟକୁ ତଥା ସମଗ୍ର ଦେଶକୁ ଗର୍ବାନ୍ଵିତ କରିଥିବା ୪ ଜଣ ଓଡିଶା ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେବା ପରେ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। ସମସ୍ତ ୪ ଓଡିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି।

ମହିଳା ଟିମରେ ଅଂଶଗ୍ରହଣ କରିଥିବା ଦିପଗ୍ରେସ ଏକ୍କା ଏବଂ ନମୀତା ଟପୋଙ୍କୁ ୫୦ ଲକ୍ଷ ଲେଖାଏଁ ଆର୍ଥିକ ପୁରସ୍କାର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି। ଏହା ସହ ବ୍ରୋଞ୍ଜ ପଦକ ହାସଲ କରିଥିବା ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଅଢେଇ କୋଟି ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ସହ ଡିଏସପି ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟୋକିଓ ଅଲମ୍ପିକ: ପିଭି ସିନ୍ଧୁଙ୍କ ଦମଦାର ଖେଳ ପ୍ରଦର୍ଶନ, ଆଉ ଏକ ପଦକ ନିକଟରେ ଭାରତ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନ ଜାରି ରହିଛି। ମହିଳା ବକ୍ସର ଲଭଲିନା ବୋରଗୋହେନ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି। ସେ ୬୯ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଚାଇନାର ତାଇପେଇର ନିନ୍ ଚିନ୍ ଚେନ୍ ଙ୍କୁ ୪-୧ ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ଲଭଲିନା ସେମିଫାଇନାଲରେ ପ୍ରବେଶ କରିଛନ୍ତି। କିନ୍ତୁ ତୀରନ୍ଦାଜରୁ ଭାରତ ପାଇଁ ଏକ ଦୁଃଖଦ ଖବର ମିଳିଛି। ଦୀପିକା କୁମାରୀ ଅନ୍ତିମ-୮ ରୁ ବିଦାୟ ନେଇଛନ୍ତି।

ସେପଟେ ସଟଲରପିଭି ସିନ୍ଧୁ ପ୍ରଥମ ଗେମ୍ ଜିତିଛନ୍ତି। ସେ ପ୍ରଥମ ଗେମ୍ ୨୧-୧୩ ରେ ଜିତିନେଇଥିଲେ। ଏହି ଖେଳ ୨୩ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ସିନ୍ଧୁ ୧-୦ ରେ ଆଗୁଆ ରହିଥିଲେ।

କିନ୍ତୁ ଦ୍ଵିତୀୟ ଗେମରେ ସିନ୍ଧୁ ଏବଂ ୟାମାଗୁଚି ମଧ୍ୟରେ କଡା ପ୍ରତିଯୋଗିତା ଚାଲିଥିଲା। ଉଭୟଙ୍କ ମଧ୍ୟରେ ଲମ୍ବା ରାଲି ଚାଲିଥିବା ବେଳେ ୟାମାଗୁଚି ସିନ୍ଧୁଙ୍କୁ କ୍ଳାନ୍ତ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ପୂରା ସମୟ ନେଇ ଏକ ଚମତ୍କାର ମ୍ୟାଚରେ ଜାପାନର ଆକାନେ ୟାମାଗୁଚିଙ୍କୁ ପରାସ୍ତ କରିଥିଲେ। ସିନ୍ଧୁ ସିଧାସଳଖ ସେଟରେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ରେ ପରାସ୍ତ କରିଥିଲେ।

ତେବେ ୟାମାଗୁଚିଙ୍କୁ ହରାଇ ଭାରତୀୟ ବ୍ୟାଡମିଣ୍ଟନ ତାରକା ସିନ୍ଧୁ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତୀୟ ପୁରୁଷ ହକି ଦଳର ଦମଦାର ପ୍ରଦର୍ଶନ: ଟୋକିଓ ଅଲମ୍ପିକରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ କଲା ପରାସ୍ତ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ଏକ ଭଲ ଆରମ୍ଭ କରିଛି। ପୁଲ ଏ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରି ଭାରତୀୟ ଦଳ ଏହାର ପ୍ରଥମ ବିଜୟ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ ଉପରେ ଭାରତକୁ ଏହି ଅଗ୍ରଣୀ ଦେବା ପାଇଁ ରୁପିନ୍ଦର ପାଲ ସିଂ ଏବଂ ହରମାନପ୍ରୀତ ସିଂ ଭାରତ ପାଇଁ ସ୍କୋର କରିଥିଲେ। ଭାରତ ପ୍ରମଥାର୍ଦ୍ଧରେ ନ୍ୟୁଜିଲ୍ୟାଣ୍ଡଠାରୁ ୩-୧ରେ ଅଗ୍ରଣୀ ହାସଲ କରିଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ନ୍ୟୁଜିଲ୍ୟାଣ୍ଡ ଗୋଟିଏ ଗୋଲ ସ୍କୋର କରି ଗୋଲ ସଂଖ୍ୟାକୁ ବୃଦ୍ଧି କରିଥିଲା। କିନ୍ତୁ ଭାରତ ରକ୍ଷଣାତ୍ମକ କ୍ଷେତ୍ରରେ ମଜବୁତ ପ୍ରଦର୍ଶନ କରି ବିରୋଧୀ ଦଳକୁ ଗୋଲ କରିବାରେ ସୁଯୋଗ ଦେଇନଥିଲା। ତେବେ ଭାରତୀୟ ହକି ଦଳ ଆସନ୍ତାକାଲି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ଭେଟିବ। ସେହିପରି ଆଜି ଭାରତୀୟ ମହିଳା ହକି ଦଳ ମଧ୍ୟ ଦ୍ୱିତୀୟ ଦିନରେ ଏହାର ଅଭିଯାନ ଆରମ୍ଭ କରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟୋକିଓ ଅଲମ୍ପିକରେ ଭାରତକୁ ମିଳିଲା ପ୍ରଥମ ପଦକ: ମୀରାବାଈ ଚାନୁ ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ଆଜି ଭାରତ ପାଇଁ ଏକ ଭଲ ଦିନ। କାରଣ ଟୋକିଓ ଅଲମ୍ପିକରେ ଭାରତକୁ ପ୍ରଥମ ସଫଳତା ମିଳିଛି। ଭାରତ ଆଜି ଟୋକିଓ ଅଲମ୍ପିକରେ ପ୍ରଥମ ପଦକ ହାସଲ କରିଛି। ଭାରତୀୟ ଭାରତ୍ତୋଳନ ଖେଳାଳି ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ ହାସଲ ହୋଇଛି। ମହିଳା ୪୯ କିଲୋଗ୍ରାମର ଭାରତ୍ତୋଳନରେ ମୀରାବାଈଙ୍କୁ ରୌପ୍ୟ ପଦକ ମିଳିଛି।

ତାଙ୍କର ଏଭଳି ସଫଳତା ଯୋଗୁଁ ଭାରତ ପାଇଁ ଆଜି ଏକ ଖୁସିର ଦିନ ବୋଲି କୁହାଯିବ। ମୀରାବାଈ ଆଜି ଏହି ପଦକ ଜିତିବା ପରେ ୧୩୫ କୋଟି ଭାରତୀୟ ଗର୍ବ ଅନୁଭବ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ଅନେକ ନେତା ତାଙ୍କୁ ଶୁଭେଚ୍ଛାର ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟୋକିଓ ଅଲମ୍ପିକ ପାଇଁ  ଯୋଗ୍ୟତା ଅର୍ଜ୍ଜନ କଲେ ଦୂତୀ ଚାନ୍ଦ: ୱାର୍ଲ୍ଡ ରାଙ୍କିଂ ଅନୁସାରେ ହେଲେ ମନୋନୀତ

ନୂଆଦିଲ୍ଲୀ/ଭୁବନେଶ୍ବର: ଓଡିଶା ଝିଅ ଦୂତୀ ଚାନ୍ଦଙ୍କୁ ଏକ ବଡ ସଫଳତା ମିଳିଛି। ଜାତୀୟ ଚମ୍ପିୟାନ ଦୂତୀ ଚାନ୍ଦଙ୍କୁ ଟୋକିଓ ଅଲମ୍ପିକ ପାଇଁ  ଟିକେଟ ମିଳିଛି। ସେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡରେ ଟୋକିଓ ଅଲମ୍ପିକ ଖେଳିବା ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି। ୱାର୍ଲ୍ଡ ରାଙ୍କିଂ ଅନୁସାରେ ଦୂତୀଙ୍କୁ ମନୋନୀତ କରାଯାଇଛି। ଏଥିପାଇଁ ରାଜ୍ୟ ଓ ଦେଶର ଖେଳପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅଲମ୍ପିକ ଦିବସରେ ଭାରତୀୟ ଅଲମ୍ପିୟାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ଆଜି ହେଉଛି ଅଲମ୍ପିକ ଦିବସ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଅଲମ୍ପିୟାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଏକ ଟୁଇଟ ଯୋଗେ କହିଛନ୍ତି ଯେ, ଅଲମ୍ପିକରେ ଭାଗ ନେବାକୁ ଥିବା ଅଲମ୍ପିୟାନଙ୍କୁ ଶୁଭେଚ୍ଛା। ସେମାନେ ଭାରତର ପତାକାକୁ ଉପରକୁ ଉଡାଇ ଚାଲନ୍ତୁ। ଓଡିଶାରେ ଏକ ବିଶ୍ବସ୍ତରୀୟ କ୍ରୀଡା ଭୂମି କରିବା ପାଇଁ ଆମେ ପ୍ରତିଶୃତିବଦ୍ଧ। ଏହା ପ୍ରତିଟି ଭାରତୀୟ କ୍ରୀଡାପ୍ରେମୀଙ୍କୁ ନିଶ୍ଚିତ ଆକର୍ଷିତ କରିବ।

Categories
PIB_NEWS ଆଜିର ଖବର ଜାତୀୟ ଖବର

ଅଲିମ୍ପିକ ଦିବସରେ ଭାରତୀୟ ଅଲିମ୍ପିଆନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ବିଭିନ୍ନ ଅଲିମ୍ପିକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀଙ୍କ ପାଇଁ ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଅଲିମ୍ପିକ ଦିବସ ଅବସରରେ କହିଛନ୍ତି । ଏହାସହିତ ସେ ଟୋକିଓ ଅଲିମ୍ପିକରେ ଭାଗ ନେଉଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ ଯୋଗେ ଜଣାଇଛନ୍ତି ଯେ,

ଆଜି ଅଲିମ୍ପିକ ଦିବସରେ ବିଭିନ୍ନ ଅଲିମ୍ପିକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଉଛି । କ୍ରୀଡା ପ୍ରତି ଅବଦାନ ଓ ଅନ୍ୟ କ୍ରୀଡାବିତଙ୍କୁ ପ୍ରେରଣା ଯୋଗାଇ ଥିବାରୁ ଦେଶ ସେମାନଙ୍କ ପାଇଁ ଗର୍ବିତ ।

ଆଉ କିଛି ସପ୍ତାହ ମଧ୍ୟରେ ଟୋକିଓରେ ଆରମ୍ଭ ହେବ । ପ୍ରତିଭାବାନ ଆଥଲେଟଙ୍କୁ ନେଇ ଗଠିତ ଆମ ଦଳକୁ ଅନେକ ଶୁଭେଚ୍ଛା ଜଣାଉଛି । ଅଲିମ୍ପିକ ଅବ୍ୟବହିତ ପୂର୍ବରୁ ମାଇଁଗଭ କ୍ୱିଜ ଆୟୋଜନ କରୁଛୁ । ମୁଁ ସମସ୍ତଙ୍କୁ ବିଶେଷ କରି ଯୁବ ବନ୍ଧୁମାନଙ୍କୁ ଏଥିରେ ଭାଗ ନେବାକୁ ନିବେଦନ କରୁଛି ।