ଟୋକିଓ ଅଲମ୍ପିକ: ପିଭି ସିନ୍ଧୁଙ୍କ ଦମଦାର ଖେଳ ପ୍ରଦର୍ଶନ, ଆଉ ଏକ ପଦକ ନିକଟରେ ଭାରତ

Published: Jul 30, 2021, 3:02 pm IST

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନ ଜାରି ରହିଛି। ମହିଳା ବକ୍ସର ଲଭଲିନା ବୋରଗୋହେନ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି। ସେ ୬୯ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଚାଇନାର ତାଇପେଇର ନିନ୍ ଚିନ୍ ଚେନ୍ ଙ୍କୁ ୪-୧ ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ଲଭଲିନା ସେମିଫାଇନାଲରେ ପ୍ରବେଶ କରିଛନ୍ତି। କିନ୍ତୁ ତୀରନ୍ଦାଜରୁ ଭାରତ ପାଇଁ ଏକ ଦୁଃଖଦ ଖବର ମିଳିଛି। ଦୀପିକା କୁମାରୀ ଅନ୍ତିମ-୮ ରୁ ବିଦାୟ ନେଇଛନ୍ତି।

ସେପଟେ ସଟଲରପିଭି ସିନ୍ଧୁ ପ୍ରଥମ ଗେମ୍ ଜିତିଛନ୍ତି। ସେ ପ୍ରଥମ ଗେମ୍ ୨୧-୧୩ ରେ ଜିତିନେଇଥିଲେ। ଏହି ଖେଳ ୨୩ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ସିନ୍ଧୁ ୧-୦ ରେ ଆଗୁଆ ରହିଥିଲେ।

କିନ୍ତୁ ଦ୍ଵିତୀୟ ଗେମରେ ସିନ୍ଧୁ ଏବଂ ୟାମାଗୁଚି ମଧ୍ୟରେ କଡା ପ୍ରତିଯୋଗିତା ଚାଲିଥିଲା। ଉଭୟଙ୍କ ମଧ୍ୟରେ ଲମ୍ବା ରାଲି ଚାଲିଥିବା ବେଳେ ୟାମାଗୁଚି ସିନ୍ଧୁଙ୍କୁ କ୍ଳାନ୍ତ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ପୂରା ସମୟ ନେଇ ଏକ ଚମତ୍କାର ମ୍ୟାଚରେ ଜାପାନର ଆକାନେ ୟାମାଗୁଚିଙ୍କୁ ପରାସ୍ତ କରିଥିଲେ। ସିନ୍ଧୁ ସିଧାସଳଖ ସେଟରେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ରେ ପରାସ୍ତ କରିଥିଲେ।

ତେବେ ୟାମାଗୁଚିଙ୍କୁ ହରାଇ ଭାରତୀୟ ବ୍ୟାଡମିଣ୍ଟନ ତାରକା ସିନ୍ଧୁ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

Related posts