ଚିଲିକା: ବିଚାର ବିଭାଗୀୟ ବିଚାରପତିଙ୍କ ଉପସ୍ଥିତିରେ ପାଳିତ ହେଲା ୭୨ ତମ ବନମହୋତ୍ସବ କାର୍ଯ୍ୟକ୍ରମ

Published: Jul 1, 2021, 7:35 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଅଧିନସ୍ଥ ସୁନାଖଳା ଚି଼ହ୍ନଟ ସରଂକ୍ଷିତ ଜଙ୍ଗଲ ପରିସରରେ ୭୨ ତମ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ବିକାଶ ଗୋଏଲ, ଚିଲିକା ତହସିଲଦାର ପୁନମ ମହାପାତ୍ର ଏବଂ ଚିଲିକା ବନ୍ୟପ୍ରାଣୀ ବିଭାଗର ଭାରପ୍ରାପ୍ତ ଡ଼ିଏଫଓ ଶରତ କୁମାର ମିଶ୍ର ଯୋଗଦେଇଥିଲେ।

କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷାକରି ସମସ୍ତ ଅତିଥିମାନେ ଜଙ୍ଗଲ ପରିସରରେ ବୃକ୍ଷରୋପଣ କରିଥିଲେ। ସେହିପରି ଭାବେ ଗଙ୍ଗାଧରପୁର ଅଗ୍ନିଶମ କେନ୍ଦ୍ର ପରିସରରେ ମଧ୍ୟ ଉକ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ଉକ୍ତ ସ୍ଥଳରେ ଅଗ୍ନିଶମ ଅଧିକାରୀ ମନୋଜ ସାହୁ ବୃକ୍ଷରୋପଣ କରିଥିଲେ।

ତେବେ ସମ୍ପୃକ୍ତ ଦୁଇ ସ୍ଥାନରେ ପାଳିତ ହୋଇଯାଇଥିବା ବନ ମହୋତ୍ସବ କାର୍ଯ୍ୟକ୍ରମକୁ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ବନାଞ୍ଚଳ ଅଧିକାରିଣୀ ଚୁଡାରାଣୀ ମୁର୍ମୁ ପରିଚାଳନା କରିଥିବାବେଳେ ବନ୍ୟପ୍ରାଣୀ ବିଭାଗର ବନପାଳ ପ୍ରଣୟ ଜୟସିଂ ତ୍ରିନାଥ ବାରିକ ଏବଂ ବନରକ୍ଷୀ ଆଲୋକ ବେହେରା, ଶିବପ୍ରସାଦ ପଲାଇ, ମଧୁସ୍ମିତା ଜେନା, ଲିପିନା ପାଇକରାୟ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତି ଥିଲେ।

Related posts