
ସିଙ୍ଗାପୁର ଓପନ ଦ୍ବିତୀୟ ଦିବସରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ପିଭି ସିନ୍ଧୁ ଏବଂ ସାଇନା ନେହ୍ବାଲ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଡେନମାର୍କର ମିଆ ବିକ୍ଫେଲ୍ଟଙ୍କ ବିପକ୍ଷରେ ପିଭି ସିନ୍ଧୁ ମାତ୍ର ୩୯ ମିନିଟ୍ ସମୟ ନେଇ ବିଜୟୀ ହୋଇଥିଲେ। ମିଆଙ୍କୁ ୨୧-୧୩ ଏବଂ ୨୧-୧୯ ସିଧାସଳଖ ସେଟ୍ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଥିଲେ ଏହି ଅଲମ୍ପିକ ରୌପ୍ୟପଦକ ବିଜୟିନୀ। ସିନ୍ଧୁ ନିଜର ଆଗାମୀ ମୁକାବିଲାରେ ଚୀନ୍ର କାଇ ୟାନ୍ଜାନ୍ଙ୍କୁ ଭେଟିବେ। ଅନ୍ୟତମ ଭାରତୀୟ ଖେଳାଳି ସାଇନା ନେହ୍ବାଲ ତିନି ରାଉଣ୍ଡର କଡା ମୁକାବିଲା ପରେ ଥାଇଲାଣ୍ଡର ପର୍ଣ୍ଣପାଓ୍ବି ଚୋଚୁଓ୍ବଙ୍ଗଙ୍କୁ ପରାସ୍ତ କରିଥିଲେ। ସାଇନା ୨୧-୧୬, ୧୮-୨୧ ଏବଂ ୨୧-୧୯ ସେଟ୍ରେ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ମୁଖ୍ୟ ଡ୍ରରେ ପ୍ରବେଶ କରିଥିବା ପାରୁପଲ୍ଲୀ କଶ୍ୟପଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। କଶ୍ୟପ୍ ଜାପାନର ୟୁ ଇଗାରାଶିଙ୍କ ନିକଟରୁ ୯-୨୧, ୨୧-୧୫ ଏବଂ ୧୬-୨୧ରେ ପରାସ୍ତ ହୋଇଥିଲେ।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )