ସିବିଏସଇ ପରୀକ୍ଷା ବାତିଲ: ଫି’ ଫେରାଇବା ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟଳୟରେ ଦ୍ଵାରସ୍ଥ ହେଲେ ସାମାଜିକ କାର୍ଯ୍ୟକର୍ତ୍ତା

Published: Jul 4, 2021, 2:30 pm IST

ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟଳୟରେ ଏକ ଜନହିତ ମାମଲା ଦାୟର କରଯାଇଛି। ଯେଉଁଥିରେ କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଅନ୍ୟ ବୋର୍ଡରେ ଦଶମ ଏବଂ ଦ୍ୱ୍ବାଦଶ ପରୀକ୍ଷା ଶୁଳ୍କ ଫେରାଇବା ଆଦେଶ ପାଇଁ ଆବେଦନ କରାଯାଇଛି। କରୋନା ଯୋଗୁଁ ଦଶମ ଏବଂ ଦ୍ଵାଦଶ ପରୀକ୍ଷାକୁ ବାତିଲ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ ହୋଇଥିବା ପରୀକ୍ଷା ଫି’ କୁ ଫେରାଇଦେବାପାଇଁ ଉଚ୍ଚ ନ୍ୟାୟଳୟରେ ଆବେଦନ କରାଯାଇଛି।

ଦିଲ୍ଲୀ ଉଚ୍ଚ ନ୍ୟାୟଳୟରେ ଏଭଳି ଆବେଦନ ଦୀପା ଜୋସେଫ ନାମକ ଜଣେ ଓକିଲ କରିଛନ୍ତି। ଦୀପା ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ହେବା ସହ ତାଙ୍କର ଜଣେ ପିଲା ସିବିଏସଇର ଏକ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ସେ କହିଛନ୍ତି ଯେ, ପରୀକ୍ଷା ବାତିଲ ହେବା ପରେ ପରୀକ୍ଷା ବାବଦକୁ ଆଦାୟ କରାଯାଇଥିବା ଫି’ କୁ ରଖିବା ଅନୁଚିତ। ପରୀକ୍ଷା ଫି’ ରୂପେ ସିବିଏସଇକୁ କୋଟି କୋଟି ଟଙ୍କା ମିଳିଛି ବୋଲି ଦୀପା କହିଛନ୍ତି।

Related posts