Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ପରୀକ୍ଷା ଫଳକୁ ନେଇ ଦରମା ବନ୍ଦ ପ୍ରସଙ୍ଗ: ଉଚ୍ଚ ନ୍ୟାୟଳୟଙ୍କ ଦ୍ଵାରସ୍ଥ ହେବେ ଶିକ୍ଷକ ଶିକ୍ଷୟତ୍ରୀ

ଭୁବନେଶ୍ୱର: ବୌଦ୍ଧ ଶିକ୍ଷା ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଫଳକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଦରମାକୁ ବନ୍ଦ କରାଯାଇଛି। ଯେଉଁ ଯେଉଁ ବିଦ୍ୟାଳୟରେ ଏ-୧ ଫଳ ହୋଇନାହିଁ ସେହି ବିଦ୍ୟାଳୟ ମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମାକୁ ବନ୍ଦ କରିଛନ୍ତି ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ। ଯାହାକୁ ନାପସନ୍ଦ କରିଛନ୍ତି ସମସ୍ତ ବୁଦ୍ଧିଜୀବୀ ଏବଂ ଶିକ୍ଷାବିତ।

ଯାହା ସୂଚନା ଅଛି ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମୋଟ ୯୭ ପ୍ରତିଶତ ଛାତ୍ର-ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୯୦ ପ୍ରତିଶତ ବିଦ୍ୟାଳୟରେ ପାସହାର ଶତ ପ୍ରତିଶତ ରହିଛି। ମୋଟ ଉପରେ କହିବାକୁ ଗଲେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଚେଷ୍ଟା, ଦୀର୍ଘ ତିନି ମାସ ଧରି ବିନା ଛୁଟିରେ (ରବିବାରରେ ମଧ୍ୟ) ଅତିରିକ୍ତ ସମୟରେ ଶିକ୍ଷାଦାନ କରିଛନ୍ତି। ମୋଟ ଓଡ଼ିଶାର ଏ-୧ ଗ୍ରେଡ଼ରେ ପାସ କରିଥିବା ଛାତ୍ର-ଛାତ୍ରୀଙ୍କର ହାର ୦.୭ ଥିବାସ୍ଥଳେ ବୌଦ୍ଧ ଜିଲ୍ଲା ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରେ ଏ-୧ ଗ୍ରେଡ଼ରେ ୩୦ ପ୍ରତିଶତ ଛାତ୍ର ଛାତ୍ରୀ ପାସ କଲେ ନାହିଁ ବୋଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିଷ୍ପତି ନେବା କେତେଦୂର ସମିଚୀନ? ଯାହା ଫଳରେ ବୌଦ୍ଧ ଜିଲ୍ଲାର ସମସ୍ତ ଗୁରୁକୁଳ ମାନସିକ ଓ ଆର୍ଥିକ ଚାପ ଦେଇ ଗତି କରୁଛନ୍ତି।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ଏହି ହିଟଲର ବ୍ୟବସ୍ଥାକୁ ବିରୋଧ କରିଛି ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ, ଭୁବନେଶ୍ୱର। ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଦରମା ବନ୍ଦ ନୀତି ବିରୋଧରେ ରାଜ୍ୟ ସଂଘ ଉଚ୍ଚ ନ୍ୟାୟଳୟ ଏବଂ ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେବ ବୋଲି ସଙ୍ଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ, ମହାସଚିବ ବିଶ୍ୱଜିତ ବିଶ୍ୱାଳ, ମିଡ଼ିଆ ସମ୍ପାଦକ ଚନ୍ଦ୍ରକାନ୍ତ ପଣ୍ଡା, କୋଷାଧକ୍ଷ ପଞ୍ଚାନନ ଜେନା ଏବଂ ଆବାହକ ନିରୋଦ ରଥ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସିବିଏସଇ ପରୀକ୍ଷା ବାତିଲ: ଫି’ ଫେରାଇବା ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟଳୟରେ ଦ୍ଵାରସ୍ଥ ହେଲେ ସାମାଜିକ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟଳୟରେ ଏକ ଜନହିତ ମାମଲା ଦାୟର କରଯାଇଛି। ଯେଉଁଥିରେ କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଅନ୍ୟ ବୋର୍ଡରେ ଦଶମ ଏବଂ ଦ୍ୱ୍ବାଦଶ ପରୀକ୍ଷା ଶୁଳ୍କ ଫେରାଇବା ଆଦେଶ ପାଇଁ ଆବେଦନ କରାଯାଇଛି। କରୋନା ଯୋଗୁଁ ଦଶମ ଏବଂ ଦ୍ଵାଦଶ ପରୀକ୍ଷାକୁ ବାତିଲ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ ହୋଇଥିବା ପରୀକ୍ଷା ଫି’ କୁ ଫେରାଇଦେବାପାଇଁ ଉଚ୍ଚ ନ୍ୟାୟଳୟରେ ଆବେଦନ କରାଯାଇଛି।

ଦିଲ୍ଲୀ ଉଚ୍ଚ ନ୍ୟାୟଳୟରେ ଏଭଳି ଆବେଦନ ଦୀପା ଜୋସେଫ ନାମକ ଜଣେ ଓକିଲ କରିଛନ୍ତି। ଦୀପା ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ହେବା ସହ ତାଙ୍କର ଜଣେ ପିଲା ସିବିଏସଇର ଏକ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ସେ କହିଛନ୍ତି ଯେ, ପରୀକ୍ଷା ବାତିଲ ହେବା ପରେ ପରୀକ୍ଷା ବାବଦକୁ ଆଦାୟ କରାଯାଇଥିବା ଫି’ କୁ ରଖିବା ଅନୁଚିତ। ପରୀକ୍ଷା ଫି’ ରୂପେ ସିବିଏସଇକୁ କୋଟି କୋଟି ଟଙ୍କା ମିଳିଛି ବୋଲି ଦୀପା କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମରାଳ ମାଳିନୀ ନୀଳାମ୍ବୁ ଚିଲିକାରୁ ଘେରି ଉଚ୍ଛେଦ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶକ୍ରମେ ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦକୁ ଘେରି ମୁକ୍ତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଦ୍ୟମ ଅବ୍ୟାହତ ରଖିଛି। ଗତ ଏକ ମାସ ତଳେ ଜିଲ୍ଲା ପ୍ରଶାସନ ପକ୍ଷରୁ  ଚିଲିକା ବ୍ଲକ ହାଟବରଡି ଓ ନିମାଣି ଅଞ୍ଚଳରୁ ୧୭ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଥିବା ବେଳେ ଆଜି ପୁଣି ଉକ୍ତ ଅଞ୍ଚଳରୁ ୪୦ ଏକର ବେଆଇନ ଚିଙ୍ଗୁଡ଼ି ଘେର ଉଚ୍ଛେଦ କରାଯାଇଛି।

ସୂଚନା ଅନୁସାରେ ଆଜି ସକାଳୁ ଖୋର୍ଦ୍ଧା ଅତରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅନୁଜ କୁମାର ଦାସ ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ନେତୃତ୍ୱରେ ଚିଲିକା ବ୍ଲକ ହାଟବରଡି ଗ୍ରାମ ଜେଟି ଠାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକାର ସୌନ୍ଦର୍ଯ୍ୟ ଓ ଗାରିମା ନଷ୍ଟ କରୁଥିବା ଚିଙ୍ଗୁଡ଼ି ମାଫିଆମାନେ ରାତା ରାତି ଚିଲିକା ହ୍ରଦ ମଧ୍ୟରେ ଏକର ଏକର ଜାଗାରେ ଜାଲ ବିଛାଇ ଘେରି ସୃଷ୍ଟି କରୁଛନ୍ତି ଯାହା ବେଆଇନ ଅଟେ। ବାରମ୍ବାର ଏଭଳି ମାଫିଆ ମାନଙ୍କର ମନମାନି ଚାଲିଥିବାରୁ ପ୍ରଶାସନ ବର୍ତ୍ତମାନ ଏହାକୁ ଗୁରୁତର ସହ ନେଇ କଡା ପଦକ୍ଷପ ଗ୍ରହଣ କରୁଅଛି। ଗତ ଏକମାସ ମଧ୍ୟରେ ଏହାକୁ ମିଶାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଦୁଇ ଥର ଘେରି ଉଚ୍ଛେଦ କରାଯାଇଛି।

ଆଜି ଉକ୍ତ ଉଚ୍ଛେଦ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳଙ୍କ ସମେତ  ଚିଲିକା ତହସିଲଦାର ପୂନମ ମହାପାତ୍ର, ଟାଙ୍ଗି ଥାନା ଆଇଆଇସି ସରୋଜ କୁମାର ଉପାଧ୍ୟାୟ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କର୍ମଚାରୀ, ମତ୍ସ୍ୟ ବିଭାଗ କର୍ମଚାରୀଙ୍କ ସମେତ ପାଖାପାଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ଥିଲେ। ତେବେ ପ୍ରଶାସନ ପକ୍ଷରୁ ଏଭଳି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ଜାତୀୟ ଖବର

ଗାଡ଼ି ଏକା ଚଲାଉଥିଲେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଙ୍କଟ ବଢିବା ପରେ ଉଚ୍ଚ ନ୍ୟାୟଳୟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ଏବେ ଦିଲ୍ଲୀର ସବୁ ବ୍ୟକ୍ତିଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଆଜି ଏକ ଯାଚିକାର ଶୁଣାଣି ବେଳେ ଦିଲ୍ଲୀ ଉଚ୍ଚ ନ୍ୟାୟଳୟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀର ସବୁ ବ୍ୟକ୍ତି ମାସ୍କ ପିନ୍ଧିବା ଅନିବାର୍ଯ୍ୟ ବୋଲି ନ୍ୟାୟାଧୀଶ ପ୍ରତିଭା ସିଂହ ଆଦେଶ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଏକା କାର ଚଲାଉଛନ୍ତି, ତଥାପି ସେ ମାସ୍କ ପିନ୍ଧିବା ଜରୁରୀ ବୋଲି ନ୍ୟାୟାଧୀଶ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲ ମିଶ୍ରଣ ପ୍ରସଙ୍ଗରେ ଉଚ୍ଚନ୍ୟାୟଳୟରେ ଶୁଣାଣି: ୧୫ ଦିନ ଭିତରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ଓଡିଶା ଉଚ୍ଚନ୍ୟାୟଳୟ ସ୍କୁଲ ମିଶ୍ରଣ ମାମଲାର ଶୁଣାଣି କରିଛନ୍ତି। ୨୦ରୁ କମ ପିଲା ଥିବା ସ୍କୁଲକୁ ମିଶ୍ରଣ ମାମଲାରେ ଉଚ୍ଚନ୍ୟାୟଳୟ ରାଜ୍ୟ ସରକାରଙ୍କୁ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୫ ଦିନ ଭିତରେ ଅଭିଭାବକ ସଂଘର ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଉଚ୍ଚନ୍ୟାୟଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍କୁଲ ମିଶ୍ରଣକୁ ବିରୋଧ କରି ଅଭିଭାବକ ସଂଘ ଉଚ୍ଚ ନ୍ୟାୟଳୟ ଯାଇଥିଲା। ତେବେ ଅଭିଭାବକ ସଂଘର ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇ ଉଚ୍ଚ ନ୍ୟାୟଳୟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଯଦି ଅବିଭାକ ସଂଘ ସରକାରୀ ନିଷ୍ପତ୍ତିରେ ସନ୍ତୁଷ୍ଟ ନହୁଅନ୍ତି, ତେବେ ପୁନର୍ବାର ଉଚ୍ଚନ୍ୟାୟଳୟ ଆସିବା ପାଇଁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନେତାଜୀ ବସ୍ ଟର୍ମିନାଲ ନିର୍ମାଣ ପ୍ରସଙ୍ଗ: ଓଡିଶା ଉଚ୍ଚ ନ୍ୟାୟଳୟଙ୍କ ପକ୍ଷରୁ ସରକାରକୁ ଝଟକା

ଭୁବନେଶ୍ବର: ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ପ୍ରସଙ୍ଗରେ ସରକାରଙ୍କୁ ଝଟକା ଲାଗିଛି। ନେତାଜୀ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟରେ ଉଚ୍ଚ ନ୍ୟାୟଳୟ ଅଙ୍କୁଶ ଲଗାଇଛନ୍ତି। ଏହି ବସ ଟର୍ମିନାଲ ନିର୍ମାଣ ପାଇଁ ରାଜ୍ୟ ସରକାର ୧୧ ଏକର ଜମି ଚିହ୍ନଟ କରିଥିଲେ। ହେଲେ ଏହି ୧୧ ଏକର ଜମିରୁ କିଛି ଅଂଶ ମନ୍ଦିର ଜମି ଅଛି ବୋଲି ଅଭିଯୋଗ ହୋଇଥିଲା। ତେବେ ଏନେଇ ଆଜି ଉଚ୍ଚନ୍ୟାଳୟ ଏହାର ଶୁଣାଣି କରିଛନ୍ତି। ଚିହ୍ନଟ ହୋଇଥିବା ୧୧ ଏକର ଜମି ମଧ୍ୟରୁ ମନ୍ଦିରର ୩ ଏକର ଜମି ଅଛି ବୋଲି ଉଚ୍ଚ ନ୍ୟାୟଳୟ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଅତ୍ୟାଧୁନିକ ବସ ଟର୍ମିନାଲ ପାଇଁ ଶୁଭ ଉଦଘାଟନ କରିଥିଲେ। କଟକର ଖାନନଗର ଠାରେ ଏହି ଅତ୍ୟାଧୁନିକ ବସ ଟର୍ମିନାଲ ନେତାଜୀଙ୍କ ନାମରେ ନାମିତ ହୋଇଥିଲା। ଏଥିରେ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା ମଧ୍ୟ କରାଯାଇଥିଲା।