
ଭୁବନେଶ୍ବର, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କରୋନାରେ ସ୍ବସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏମସ ହସପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି।
ତାଙ୍କର ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି। କିଛିଦିନ ତଳେ ସେ କରୋନା ପଜେଟିଭ ଚିହ୍ନଟ ହୋଇ ଘରେ କ୍ବାରଣ୍ଟାଇନରେ ରହିଥିଲେ। ହେଲେ ଆଜି ସକାଳେ ତାଙ୍କର ଗୁରୁତର ହେବାରୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।