ରାହୁଲ୍‌ ଗାନ୍ଧିଙ୍କୁ ଜିତାଇବା ପାଇଁ ନବରାତ୍ରି ଉପବାସ ରଖିଛି : ମାହିକା ଶର୍ମା

Published: Apr 11, 2019, 3:16 pm IST

ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଆସୁଥିବା ଲୋକପ୍ରିୟ ଅଭିନେତ୍ରୀ ମାହିକା ଶର୍ମା ପୁଣିଥରେ ଏକ ବୟାନ ଦେଇଛନ୍ତି। ମାହିକା କହିଛନ୍ତି ଯେ, ଚୈତ୍ର ନବରାତ୍ର ଅବସରରେ ମା’ଙ୍କୁ ଖୁସି କରିବା ପାଇଁ ବ୍ରତ ରଖିଛି, ଏହି ବ୍ରତ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧିଙ୍କୁ ଜିତାଇବା ପାଇଁ ରଖିଛି। ଏହି ଅବସରରେ ମାହିକା କହିଛନ୍ତି ଯେ, ସେ ପୂରା ନଅଦିନ ବ୍ୟାପୀ ବ୍ରତ ରଖିଛନ୍ତି। ସପ୍ତଦଶ ଲୋକସଭା ନିର୍ବାଚନ ସମୟରେ ଏହି ଅଭିନେତ୍ରୀଜଣକ କହିଛନ୍ତି ଯେ, ସେ ଏହି ନବରାତ୍ର ବ୍ରତ ଦେଶର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ରଖିଛନ୍ତି, ଯାହା ରାହୁଲ୍‌ଙ୍କ ହାତରେ ରହିଛି। ଦେବୀ ନିଶ୍ଚିତ ଭାବରେ ରାହୁଲ୍‌ଙ୍କୁ ଜିତାଇବେ ବୋଲି ସେ ଦୃଢ ନିଶ୍ଚିତ ରହିଛନ୍ତି। ସେ କହିଛନ୍ତି ଯେ, ସନାତନ ଧର୍ମରେ ପତ୍ନୀ ନିଜର ପୁରୁଷର ଜିତିବା ପାଇଁ ବ୍ରତ ରଖିଥା’ନ୍ତି। ଆମ ପାଇଁ ରାହୁଲ୍‌ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି ଏବଂ ସାରା ଜୀବନ ଦେଶ ସେବାରେ ଲଗାଇଛନ୍ତି। ତେଣୁ ଆମର ଦାୟିତ୍ବ ଯେ ଆମେ ତାଙ୍କ ପାଇଁ କିଛି କରିବା। ମାହିକା ଏହା ପୂର୍ବରୁ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଭାରତକୁ ଫେରିବା ପରେ ସେ ଅଭିନନ୍ଦନଙ୍କ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିବା ସହ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଅଲିଟି ଶୋ’ ‘ଖତଁରୋ କି ଖିଲାଡି’କୁ ବନ୍ଦ କରି ଏହି ରିଅଲିଟି ଶୋ’ର ଟାଇଟଲ୍‌ ଅଭିନନ୍ଦନଙ୍କୁ ଦେବା ପାଇଁ ଅପିଲ୍‌ କରିଥିଲେ।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

 

Related posts