Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି
ଆଜିର ଖବର

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି
ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର: ମହାନଦୀ ଟ୍ରିବୁନାଲର ସମୟସୀମା ଆସନ୍ତା ଏପ୍ରିଲ ୧୩ ତାରିଖରେ ସରିବ। ୯ ମାସର ସମୟ ବୃଦ୍ଧି ନହେଲେ ଆସନ୍ତା କାଲି ଟ୍ରିବୁନାଲର ହେବ ଶେଷ ଶୁଣାଣି। ଏହି ଶୁଣାଣି ସମୟରେ ଏକ ଆନ୍ତରୀଣ ରାୟ ପାଇଁ ଦାବି କରିଛି ମହାନଦୀ ନଞ୍ଚାଓ ଆନ୍ଦୋଳନ। ଟ୍ରିବୁନାଲର ଅଧ୍ୟକ୍ଷଙ୍କୁ ଏକ ପତ୍ର ମାଧ୍ୟମରେ ଅଣ ମୌସୁମୀ ସମୟରେ ମହାନଦୀରେ ଓଡ଼ିଶାର ଆବଶ୍ୟକତା ଅନୁସାରେ ପାଣି ଛାଡିବାକୁ ଦାବି କରାଯାଇଛି।

ଆସନ୍ତାକାଲି ଶୁଣାଣି ସମୟରେ ଓଡିଶାର ଆଡ଼ଭୋକେଟ ଜେନେରାଲ ଏହି ଦାବିକୁ ପ୍ରଭାବି ଢଙ୍ଗରେ ଉପସ୍ଥାପିତ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ହୋଇଥିଲା ମହାନଦୀ ଜଳ ବିବାଦ ଟ୍ରିବୁନାଲ। ମାର୍ଚ୍ଚ ୧୧ ତାରିଖ ୨୦୧୮ ରେ କାର୍ଯ୍ୟ ଆରମ୍ଭ କରିଥିବା ଏହି ଟ୍ରିବୁନାଲକୁ ୮ ବର୍ଷ ପୁରିଛି। ଓଡିଶା ତହବିଲରୁ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ ହୋଇଛି। କିନ୍ତୁ ଓଡିଶା ପାଇଲା କଣ? କେବଳ ପ୍ରତାରଣା ବ୍ୟତୀତ ଅନ୍ୟ କିଛି ନୁହଁ। ଖରାଦିନେ ଛତିଶଗଡ଼ ସଂପୂର୍ଣ୍ଣ ଭାବରେ ମହାନଦୀର ଜଳ ପ୍ରବାହକୁ ରୋକି ଦେଉଛି। କଲମା ବ୍ୟାରେଜର ସମସ୍ତ ଗେଟକୁ ବନ୍ଦ କରିଦେଉଛି। ଫଳରେ ଓଡିଶା ପଟକୁ ପାଣି ଆଦୌ ଆସୁନାହିଁ। ଏହା ଫଳରେ ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର କମିବା ସହିତ ତଳ ମୁଣ୍ଡରେ ପିଇବା ପାଣି ଅଭାବ ସାଙ୍ଗକୁ ଜଳ ସେଚନରେ ସଙ୍କଟ ଦେଖା ଦେଉଛି। ମହାନଦୀରୁ ମାଛ ମାରି ବଂଚୁଥିବା ଧୀବର ମାନେ ଜୀବିକା ହରାଉଛନ୍ତି। ମହାନଦୀ ଉପରେ ନିର୍ଭର କରୁଥିବା ପର୍ଯ୍ୟାବରଣ ନଷ୍ଟ ହେବାରେ ଲାଗୁଛି। ଚିଲିକା, ସାତକୋଶିଆ, ଭିତର କନିକା ଆଦି ପ୍ରାକୃତିକ ବିଭବର କ୍ଷେତ୍ର ଗୁଡିକ ଗଭୀର ଭାବରେ ପ୍ରଭାବିତ ହେଉଛି। ଟ୍ରିବୁନାଲ ଓଡ଼ିଶାର ଏହି ଗମ୍ଭୀର ସମସ୍ୟା ପ୍ରତି ଆଖି ବୁଜିଦେବା ଏବଂ ଆଠ ଵର୍ଷ ଭିତରେ ଏକ ଆନ୍ତରୀଣ ରାୟ ମାଧ୍ୟମରେ ଓଡିଶାକୁ ଏହି ସଙ୍କଟରୁ ସୁରକ୍ଷା ନଦେବା ପାଇଁ ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଆମେ ବିଚାର କରୁ ବୋଲି ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ କହିଛି।

ଓଡିଶା ଆଜି ଏକ ତ୍ରିଶଙ୍କୁ ଅବସ୍ଥାରେ। ଗୋଟିଏ ପଟେ ଟ୍ରିବୁନାଲର ଜର୍ଯ୍ୟକାଳ ସରୁଛି, ଅନ୍ୟପଟେ ତଥାକଥିତ ଆପୋଷ ଆଲୋଚନା ପ୍ରକ୍ରିୟା ଆଗକୁ ବଢ଼ି ପାରୁନାହିଁ। ଜଳ ବିବାଦର ସାନଧାନ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଢି ସରକାର ଖୁବ ବାହାବା ନେଲେ। ହେଲେ ଏ ଦିଗରେ କଣ ଅଗ୍ରଗତି ହୋଇଛି। ଏପରିକି ଏହି କମିଟି କଣ କରିବ ତାହା ମଧ୍ୟ ଓଡ଼ିଶାବାସୀ ଆଜି ପର୍ଯ୍ୟନ୍ତ ଜାଣି ପାରିଲେ ନାହିଁ।

ଜାନୁଆରୀ ୩୧ ଓ ଫେବୃଆରୀ ୧ ତାରିଖରେ ଏହି କମିଟି ଛତିଶଗଡ଼ ଗସ୍ତ କରି ଛତିଶଗଡ଼ରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବାର ଥିଲା। ତାହା ହେଲା ନାହିଁ। ସରକାର ଜାନୁଆରୀ ୨୫ ତାରିଖରେ ଏକ ସର୍ବଦଳୀୟ ବୈଠକ ଡାକିବେ ବୋଲି ଘୋଷଣା କରିଥିଲେ। ତାହା ମଧ୍ୟ ହେଲା ନାହିଁ। ଏହା ସରକାରଙ୍କ ଅପାରଗତା ନା ସମ୍ବେଦନ ହୀନତା?

ଏହି ତ୍ରିଶଙ୍କୁ ଅବସ୍ଥାରୁ ମୁକୁଳିବା ପାଇଁ ଓଡ଼ିଶର ବୁଦ୍ଧିଜୀବୀ, ରାଜନୈତିକ ଦଳ, ସାମାଜିକ ସଂଗଠନ ମାନେ ଆଗେଇ ଆସିବାକୁ ଆମେ ନିବେଦନ କରୁଛୁ। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୩ ତାରିଖରେ ଏକ ବିଚାର ବିମର୍ଶ ସଭା ଆୟୋଜିତ ହେବ। “ମହାନଦୀ ଟ୍ରିବୁନାଲର ଭବିଷ୍ୟତ ଓ ମହାନଦୀର ଭାଗ୍ୟ ” ଶୀର୍ଷକ ଏହି ଆଲୋଚନା ସଭା ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଆରମ୍ଭ ହେବ। ଏଥିରେ ଓଡ଼ିଶାର ସମସ୍ତ ରାଜନୈତିକ ଦଳ, ନଦୀ ଓ ମହାନଦୀ ଉପରେ ଜର୍ଯ୍ୟ କରୁଥିବା ସଂଗଠନ ଓ ବ୍ୟକ୍ତି ବିଶେଷ ତଥା ବୁଶେଷଜ୍ଞ ମାନଙ୍କୁ ଆମନ୍ତ୍ରଣ ଜରାଯିବ। ମହାନଦୀର ସୁରକ୍ଷା ଓ ଓଡ଼ିଶାର ସ୍ୱାର୍ଥ ରକ୍ଷା ଦିଗରେ ଆଗାମୀ ପଦକ୍ଷେପ ବିଷୟରେ ସେଠାରେ ନିଷ୍ପତ୍ତି ନୂଆଯିବ।

ଆଜିର ସାମ୍ବାଦିକ ସମ୍ମିଳନୀରେ ସୁଦର୍ଶନ ଦାସ, ଆବାହକ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ବାସୁଦେବ ଭଟ୍ଟ, ସହ ଆବାହକ ମନୋଜ ଜେନା, ସଂଯୋଜକ ପ୍ରସନ୍ନ ବିଶୋଇ, ପ୍ରବକ୍ତା ପ୍ରଭାସିନୀ ରାଉତ, ସଂଯୋଜକ ଉପସ୍ଥିତ ଥିଲେ।

ଅନ୍ତରୀଣ ରାୟ ମହାନଦୀ ଟ୍ରିବୁନାଲ ମହାନଦୀ ବଞ୍ଚାଓ ଆନ୍ଦୋଳନ ସାମ୍ବାଦିକ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ଡେବ୍ୟୁ କରିପାରନ୍ତି ଏହି ଦୁଇ ଖେଳାଳି

June 25, 2026

ପାରଳାଖେମୁଣ୍ଡିରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଲେେ ଆଇନ ମନ୍ତ୍ରୀ

June 25, 2026

ଗୋଦାମ ଗୃହରେ ସଂରକ୍ଷିତ ଇଭିଏମ୍ ଓ ଭିଭିପାଟ୍ ମେସିନଗୁଡିକର ଯାଞ୍ଚ କଲେ ସିଇଓ

June 25, 2026

ପୁରୀ ଶ୍ରୀମନ୍ଦିରରେ ଆଜି ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଅପୂର୍ବ ସଙ୍ଗମ: ପବିତ୍ର ରୁକ୍ମିଣୀ–କୃଷ୍ଣ ବିବାହ ନୀତି

June 25, 2026
Latest News

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ଡେବ୍ୟୁ କରିପାରନ୍ତି ଏହି ଦୁଇ ଖେଳାଳି

June 25, 2026

ପାରଳାଖେମୁଣ୍ଡିରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଲେେ ଆଇନ ମନ୍ତ୍ରୀ

June 25, 2026

ଗୋଦାମ ଗୃହରେ ସଂରକ୍ଷିତ ଇଭିଏମ୍ ଓ ଭିଭିପାଟ୍ ମେସିନଗୁଡିକର ଯାଞ୍ଚ କଲେ ସିଇଓ

June 25, 2026

୬ ହଜାର କୋଟି ମୂଲ୍ୟର ନିଶାଦ୍ରବ୍ୟ ଧ୍ୱଂସ ପାଇଁ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ ଅମିତ ଶାହ

June 25, 2026

ପୁରୀ ଶ୍ରୀମନ୍ଦିରରେ ଆଜି ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଅପୂର୍ବ ସଙ୍ଗମ: ପବିତ୍ର ରୁକ୍ମିଣୀ–କୃଷ୍ଣ ବିବାହ ନୀତି

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.