Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠୁ କୁଜଙ୍ଗ ବଜାରରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ,ବୈଠକରେ ନିଷ୍ପତି
ଆଜିର ଖବର

ଆଜିଠୁ କୁଜଙ୍ଗ ବଜାରରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ,ବୈଠକରେ ନିଷ୍ପତି

July 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ କୁଜଙ୍ଗ ବଜାର କମିଟି କର୍ମକର୍ତ୍ତାଙ୍କ ସହିତ ଜିଲ୍ଲା ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି କହିଥିଲେ ଯେ, ବର୍ତ୍ତମାନ ଜିଲ୍ଲାରେ କୋଭିଡ୍ ସଂକ୍ରମଣ କୁଜଙ୍ଗ ଓ ବାଲିକୁଦାରେ ଅଧିକ ହେଉଛି। ବର୍ତ୍ତମାନ କୋଭିଡ୍ ସଂକ୍ରମଣ ୧୦ ପ୍ରତିଶତରୁ ତଳେ ୭ ପ୍ରତିଶତ ରହିଛି ଏବଂ ଜିଲ୍ଲାରେ ୫ ପ୍ରତିଶତରୁ ଅଧିକ ରହୁଛି। ଟୀକାକରଣ ପ୍ରକ୍ରିୟା ଜିଲ୍ଲାରେ ଚାଲୁ ରହିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨ଲକ୍ଷ ୨୦ହଜାର ବ୍ୟକ୍ତିଙ୍କୁ ଟୀକାକରଣ କରାଯାଇଛି। ଏବେ ସୁଦ୍ଧା ବହୁଲୋକ ଟୀକା ନେଇନାହାଁନ୍ତି। ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ଦୋକାନ ଗୁଡିକରେ ଭିଡ ନକମିବାରୁ ଓ ଲୋକମାନେ ସଚେତନ ନହେବାରୁ ବାଧ୍ୟହୋଇ କୁଜଙ୍ଗ ବଜାରକୁ ସଟଡାଉନ୍ କରିବାକୁ ପଡିଲା।

ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀ ମାନଙ୍କର ଜୀବିକାକୁ ଦୃଷ୍ଟିରେ ରଖି ଗତକାଲି ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ମତାମତ ନେଇ କୋଭିଡ୍ ଗାଇଡଲାଇନ୍ ମାନି ଦୋକାନ ଖୋଲିବାକୁ ପଡିବ ବୋଲି କୁହାଯାଇଥିଲା। ସରକାରଙ୍କର ତାଲା ବନ୍ଦର ଉଦ୍ଦେଶ୍ୟ ହେଉଛି କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବା। କୁଜଙ୍ଗ ବଜାରର ପରିବା ମାର୍କେଟ ଓ ଲୁଗା ଦୋକାନ ମାନଙ୍କରେ ଅଧିକ ଭିଡ଼ ପରିଲକ୍ଷିତ ହେଉଥିବାରୁ ଦୋକାନୀ ମାନେ ଗ୍ରାହକଙ୍କୁ ଧାଡିରେ ଆସିବା, ମାସ୍କ୍ ପରିଧାନ କରିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗ୍ରାହକମାନଙ୍କୁ ସଚେତନ କରାଇବେ ବୋଲି କୁଜଙ୍ଗ ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର, ଅତିରିକ୍ତ ତହସିଲଦାର ପୁଜା ଲେଙ୍କା ଏହି ବୈଠକରେ ପ୍ରକାଶ କରିଥିଲେ।

ସମସ୍ତ ବଜାର କମିଟି କର୍ମକର୍ତ୍ତାମାନଙ୍କୁ ଟୀକା ନେବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏଥିସହିତ ଦୋକାନ ସିଲ୍ ଓ ଫାଇନ୍ ଦେବା ସତ୍ତ୍ୱେ ଯେଉଁମାନେ କୋଭିଡ୍ ନିୟମାବଳୀକୁ ବାରମ୍ବାର ଭାଙ୍ଗିବେ ସେମାନଙ୍କ ବିରୁଦ୍ଧରେ ଥାନାରେ ଏତଲା ରୁଜୁ କରାଯିବ ବୋଲି ପ୍ରକାଶ କରିଥିଲେ।

ବୈଠକରେ ନିଷ୍ପତ୍ତି ଅନୁଯାୟୀ କୁଜଙ୍ଗ ପରିବା ମାର୍କେଟକୁ ସ୍ଥାନାନ୍ତରିତ କରାଯିବ। କୁଜଙ୍ଗ ମେନ୍ ରୋଡରୁ କୋର୍ଟଛକ ବାଇକ୍ (ମୋଟର ସାଇକେଲ) ଯାତାୟତ ଉପରେ ପ୍ରତିବନ୍ଧକ ରହିବ, ଏଥିପାଇଁ କୁଜଙ୍ଗ ବ୍ଲକ ପଡିଆରେ ବାଇକ୍ ଷ୍ଟାଣ୍ଡ କରାଯିବ ଏବଂ କୋଭିଡ୍ ଗାଇଡଲାଇନ ପାଳନ ପୂର୍ବକ ଆସନ୍ତା କାଲିଠାରୁ ସମସ୍ତ ଦୋକାନ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଭିଡ ନିୟନ୍ତ୍ରଣ ନିମନ୍ତେ ପୋଲିସ୍ ମୃତୟନ ପାଇଁ ଆରକ୍ଷୀ ଅଧିକ୍ଷକ ପଦକ୍ଷେପ ଗ୍ରହଣ କରିବେ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଜରୁରୀ ବିଭାଗ /ଡେପୁଟି କଲେକ୍ଟର ଅଜୟ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ଜିଲ୍ଲାପାଳଙ୍କ ଓ.ଏସ୍.ଡି ଡା ଶଶାଙ୍କ ଶେଖର ଲେଙ୍କା, କୁଜଙ୍ଗ ବଜାର କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଜଗତସିଂହପୁର ସଂଗ୍ରାମ କେଶରୀ ମହାପାତ୍ର ସଦଭାବନା ସଭାଗୃହ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.