୧୫ ତାରିଖରୁ ଆରମ୍ଭ ହେବ ଗର୍ଭବତୀ ମହିଳାଙ୍କୁ ଟୀକାକରଣ: ଆଜି ଜାରି ହେବ ଗାଇଡଲାଇନ

Published: Jul 9, 2021, 12:24 pm IST

ଭୁବନେଶ୍ବର: ଗର୍ଭବତୀ ମହିଳାଙ୍କୁ କୋଭିଡ ଟୀକାକରଣରେ ସାମିଲ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆସନ୍ତା ୧୫ ତାରିଖରୁ ଗର୍ଭବତୀମାନଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ୧୫ ତାରିଖ ପୂର୍ବରୁ ପ୍ରଶିକ୍ଷଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି। ଏହି ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନବାଡି, ସ୍ଵାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ ଶେଷ ହେବାକୁ କୁହାଯାଇଛି।

ତେବେ ଏହାକୁ ନେଇ ଆଜି ଗାଇଡଲାଇନ ସ୍ଥିର କରାଯିବ। ଯେଉଁ ଜିଲ୍ଲାରେ ଯେଉଁ ଟୀକା ଉପଲବ୍ଧ ହେଉଛି, ସେହି ଜିଲ୍ଲାରେ ସେହି ଟୀକା ଦେବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

Related posts