Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ପାଳିତ ହେଲା ୭୨ତମ ବନମହୋତ୍ସବ ସପ୍ତାହ
ଆଜିର ଖବର

ସୋଆରେ ପାଳିତ ହେଲା ୭୨ତମ ବନମହୋତ୍ସବ ସପ୍ତାହ

July 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କରୋନା ମହାମାରୀ ଏବଂ ତଦଜନିତ ଲକଡାଉନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନଏସଏସ ଶାଖା ନିଆରା ଢ଼ଙ୍ଗରେ ବନମହୋତ୍ସବ ପାଳନ କରିଛି। ସୋଆ ଏନଏସଏସ ବ୍ୟୁରୋ ପକ୍ଷରୁ “ଇଚ ୱାନ, ପ୍ଲାଂଟ ୱାନ’ (ଗୋଟିଏ ପିଲା, ଗୋଟିଏ ଗଛ) ଶ୍ଳୋଗାନରେ ଅନୁପ୍ରାଣିତ ହୋଇ ପ୍ରାୟ ୫୦୦ ସ୍ୱେଚ୍ଛାସେବୀ ନିଜ ଘରର ଚତୁଃପାଶ୍ୱର୍ ଏବଂ ନିକଟବର୍ତୀ ଅଂଚଳରେ ବିଭିନ୍ନ ପ୍ରକାରର ଚାରା ରୋପଣ
କରିଛନ୍ତି।

ବନମହୋତ୍ସବ ସପ୍ତାହ ଅବସରରେ ଜୁଲାଇ ୧ ରୁ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଏଥି ନିମନ୍ତେ ଆୟୋଜିତ ୱେବିନାରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସୋଆ କୂଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ ଯଦି ପ୍ରକୃତି ଡାଇନୋସୋର ଭଳି କେତେକ ପ୍ରଜାତିର ଜୀବକୁ ଲୋପକରିପାରେ ମଣିଷ ବା କାହିଁକି ନିଶ୍ଚିହ୍ନ ନହେବ? ଯେଉଁଭଳି ଭାବରେ ପାଣି ଓ ପବନ ଦୂଷିତ ହେବାରେ ଲାଗିଛି ଓ ଜଙ୍ଗଲ ସମ୍ପଦର କ୍ଷୟ ଘଟୁଛି, ସାବଧାନ ନହେଲେ ବଂଚିବା ଅସମ୍ଭବ ବୋଲି ପ୍ରଫେସର ମହାପାତ୍ର କହିଥିଲେ।

ଏହି ଅବସରରେ ମୁଖ୍ୟବକ୍ତାଭାବେ ଯୋଗଦେଇ ଓଡ଼ିଶା ପରିବେଶ କଂଗ୍ରେସର ପ୍ରତିଷ୍ଠାତା ସମ୍ପାଦକ ସୁଦର୍ଶନ ଦାସ କହିଥିଲେ ଯେ ମଣିଷ ଆଜି ଛିଡା ହୋଇଛି ପ୍ରଶ୍ନର ଦୋଛକିରେ, ଆର୍ଥିକ ପ୍ରଗତି ଆଗେ ନା ପରିବେଶ ସୁରକ୍ଷା ଆଗେ? ଏହି ପ୍ରଶ୍ନର ସମାଧାନରେ ନିହିତ ରହିଛି ଆମର ଅସ୍ତିତ୍ୱ। ଆଗ ବଂଚିଲେ ଯାଇ ଯାବତୀୟ ପ୍ରଗତିର ମୂଲ୍ୟ ରହିଛି।

ସୋଆର ଆଉଟରିଚ କାର୍ଯ୍ୟକ୍ରମ ସମ୍ପର୍କରେ ଖୁସି ବ୍ୟକ୍ତ କରି ବନମହୋତ୍ସବ, ବୃକ୍ଷ ରୋପଣ ସହିତ ଜଳ ସଂରକ୍ଷଣ ଉପରେ ମଧ୍ୟ ସୋଆ ଏନଏସଏସ କାର୍ଯ୍ୟ ଜାରି ରଖୁ ବୋଲି ସେ କହିଥିଲେ।

ସୋଆର ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ତଥା ଏନଏସଏସ ସଂଯୋଜକ ପ୍ରଫେସର ନଚିକେତା ଶର୍ମା ବୃକ୍ଷରୋପଣ କାର୍ଯ୍ୟକ୍ରମର ଏକ ସଂକ୍ଷିପ୍ତ ବିବରଣୀ ଦେଇଥିଲେ। ଇନଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନସେସର ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଉଭୟ ଗୁଗୁଲ ମିଟ୍ ଓ ୟୁଟ୍ୟୁବରେ ପ୍ରସାରିତ କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ସୋଆ ଛାତ୍ରଛାତ୍ରୀ, ଡିନ ଓ ପ୍ରୋଗ୍ରାମ ଅଫିସର ଯୋଗଦେଇଥିଲେ।

କରୋନା ମହାମାରୀ ଲକଡାଉନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.