ମାଗଣାରେ ମିଳିବ ୩୦୦ ୟୁନିଟ ବିଜୁଳି: ଉତ୍ତରାଖଣ୍ଡରେ ନିର୍ବାଚନୀ ପ୍ରତିଶ୍ରୁତି ଦେଲେ ଅରବିନ୍ଦ କେଜ୍ରିୱାଲ

Published: Jul 11, 2021, 3:27 pm IST

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତରାଖଣ୍ଡ ନିର୍ବାଚନକୁ ନେଇ ଆମ ଆଦ୍ମି ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଅରବିନ୍ଦ କେଜ୍ରିୱାଲ ଏକ ବଡ ପ୍ରତିଶ୍ରୁତି ଦେଇଛନ୍ତି। ୨୦୨୨ ମସିହାରେ ହେବାକୁ ଥିବା ଏହି ନିର୍ବାଚନରେ ଆପର ସରକାର ଗଠନ ହେଲେ ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମୁକ୍ତରେ ମିଳିବ। ଏହାସହ କୃଷକଙ୍କୁ ମୁକ୍ତରେ ବିଜୁଳି ଦିଆଯିବ ଏବଂ ପୁରୁଣା ବିଦ୍ୟୁତ ଦେୟକୁ ମଧ୍ୟ ଛାଡ କରାଯିବ। ରାଜ୍ୟରେ ୨୪ ଘଣ୍ଟିଆ ବିଜୁଳି ବ୍ୟବସ୍ଥା କରାଯିବ। ଦିଲ୍ଲୀ ଭଳି ଉତ୍ତରାଖଣ୍ଡରେ କେବେ ପାୱାର କଟ ହେବ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି।

ଅରବିନ୍ଦ ଆଜି ଡେରାଡୁନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯେଉଁଭଳି ଚକ୍କିର ଭିତର ପାର୍ଶ୍ଵ ମାଧ୍ୟମରେ ଗହମ ପେସା ଯାଉଛି, ସେହିଭଳି ଉତ୍ତରାଖଣ୍ଡ ଜନତାଙ୍କୁ ଦୁଇଟି ପାର୍ଟି ପେଷି ଚାଲିଛନ୍ତି। ବର୍ତ୍ତମାନ ଶାସକ ଦଳ ପାଖରେ ମୁଖ୍ୟମନ୍ତ୍ରୀ ହେବ ପାଇଁ ନେତା ନାହାନ୍ତି। ଜଣଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ କିଛି ଦିନ ପରେ ତାଙ୍କୁ ଅଯୋଗ୍ୟ ମାନେ କରୁଛି। ଏବଂ ପୁନର୍ବାର ଅନ୍ୟଜଣଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଆସନରେ ବସାଉଛି।

ଆପ ସଂଯୋଜକ ଆହୁରି କହିଛନ୍ତି ଯେ, ଦେଶରେ ଦର ଦାମ ବଢିବାରେ ଲାଗିଛି। କିନ୍ତୁ ଲୋକଙ୍କ ଆୟ ବଢୁନାହିଁ। ଉତ୍ତରାଖଣ୍ଡ ରାଜ୍ୟ ନିଜେ ବିଦ୍ୟୁତ ଉତ୍ପାଦନ କରୁଛି ଏବଂ ଅନ୍ୟ ରାଜ୍ୟକୁ ବିଜୁଳି ବିକୁଛି। ତେଣୁ ଏଥିରେ ଉତ୍ତରାଖଣ୍ଡ ଜନତାଙ୍କୁ ଏତେ ମହଙ୍ଗାରେ ବିଜୁଳି ଦର ଦେବାକୁ କାହିଁକି ଦେବାକୁ ପଡୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

Related posts