ଏନଇଇଟି (ୟୁଜି) ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ: ଆସନ୍ତାକାଲିଠୁ ଆରମ୍ଭ ହେବ ଆବେଦନ

Published: Jul 12, 2021, 7:13 pm IST
ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ୧୨ ତାରିଖରେ ଏନଇଇଟି (ୟୁଜି) ପରୀକ୍ଷା ହେବ। କୋଭିଡ କଟକଣା ଭିତରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସେଥିପାଇଁ ଆସନ୍ତା କାଲିଠାରୁ ଆବେଦନ ପ୍ରକ୍ରିୟା ଏନଟିଏ ଓ୍ବେବସାଇଟରେ ଆରମ୍ଭ ହେବ। ଆସନ୍ତାକାଲି ସନ୍ଧ୍ୟା ୫ଟା ରୁ ଅନଲାଇନ ଆବେଦନ ଆରମ୍ଭ ହେବ।

ଏହାସହ ସଂକ୍ରମଣ ଭୟଥିବାରୁ ଅଧିକ ସଂଖ୍ୟକ ସହରରେ ପରୀକ୍ଷା କେନ୍ଦ୍ର ଆୟୋଜନ କରାଯିବ। ପୂର୍ବଥର ୧୫୫ ଟି ସହରରେ ପରୀକ୍ଷା କେନ୍ଦ୍ରର ଆୟୋଜନ କରାଯାଇଥିବା ବେଳେ ଏଥର ଏହା ୧୯୮ଟି ସହରକୁ ବୃଦ୍ଧି କରାଇଯାଇଛି।

ତେବେ ଏହି ପରୀକ୍ଷା ପାଇଁ ଗତ ବର୍ଷ ମୋଟ ୩୮୬୨ଟି କେନ୍ଦ୍ରରେ ପରୀକ୍ଷା ଆୟୋଜନ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ଏହାର ସଂଖ୍ୟାରେ ବୃଦ୍ଧି କରାଯିବ। ପରୀକ୍ଷା କେନ୍ଦ୍ରରେ କଣ୍ଟାକ୍ଟଲେସ୍ ପଂଜୀକରଣ ହେବ, ମାସ୍କ ଯୋଗାଇ ଦିଆଯିବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Related posts