Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହଙ୍ଗା ଭତ୍ତା ଦାବିରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ୧୫ ଜୁଲାଇରୁ ଜାତୀୟ ପ୍ରତିରୋଧ ଦିବସ
ଆଜିର ଖବର

ମହଙ୍ଗା ଭତ୍ତା ଦାବିରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ୧୫ ଜୁଲାଇରୁ ଜାତୀୟ ପ୍ରତିରୋଧ ଦିବସ

July 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ ଆହ୍ୱାନରେ ତିନି କିସ୍ତି ମହଙ୍ଗା ଭତ୍ତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। ଆଜି ଦେଶବ୍ୟାପୀ ‘ଜାତୀୟ ପ୍ରତିରୋଧ ଦିବସ’କୁ ଓଡ଼ିଶାରେ ‘ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି’ ନେତୃତ୍ୱରେ ପାଳନ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବିଳମ୍ବେ ୩ କିସ୍ତି ମହଙ୍ଗା ଭତ୍ତା ନଗଦ ଆକାରରେ ପ୍ରଦାନ କରିବାକୁ ଦାବି କରାଯାଇଛି।

ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। ଏନେଇ ସମନ୍ୱୟ ସମିତିର ସଭାପତି ଲିଙ୍ଗରାଜ ମହାନ୍ତି, ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ, କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ସାହୁ, ସୁଦର୍ଶନ ପ୍ରଧାନ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାଦଗ୍ଦ ଓ ହେଡ୍‌କ୍ୱାର୍ଟର ସମ୍ପାଦକ କାହ୍ନୁଚରଣ ମଲ୍ଲିକ ଏକ ପ୍ରେସ୍ ନୋଟରେ ପ୍ରକାଶ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୋଭିଡ଼ ମହାମାରୀର ଆଳ ନେଇ କେନ୍ଦ୍ର ସରକାର ଓ ଓଡ଼ିଶା ରାଜ୍ୟ ସରକାର କର୍ମଚାରୀଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ୨୦୨୦ ଜାନୁୟାରୀ ଠାରୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ୧୮ ମାସର ୩ କିିସ୍ତି ମହଙ୍ଗା ଭତ୍ତା ନଦେଇ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଆର୍ଥିକ ଦୁର୍ବିସହ ମଧ୍ୟକୁ ଠେଲି ଦେଇଛନ୍ତି।

ଏହି ୧୮ ମାସ ମଧ୍ୟରେ ପେଟ୍ରୋଲ, ଡ଼ିଜେଲ, ରନ୍ଧନଗ୍ୟାସ୍‌, ଔଷଧ, ଖାଇବା ତେଲ ଠାରୁ ଆରମ୍ଭ କରି ପ୍ରତିଟି ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ପ୍ରକୃତ ଦରମାର ମୂଲ୍ୟ ହ୍ରାସ ହୋଇଚାଲିଛି। କରୋନା ମହାମାରୀ ସମୟରେ ସରକାରଙ୍କ ସମସ୍ତ କାର୍ଯ୍ୟ ଓ ଯୋଜନାଗୁଡ଼ିକ ଚାଲୁ ରହିଥିବା ବେଳେ ଦୀର୍ଘ ୧୮ ମାସ ଧରି ୩ କିିସ୍ତି ମହଙ୍ଗା ଭତ୍ତା ପୋଷଣ କରାନଯାଇ, ନିଜ ଜୀବନକୁ ବାଜି ଲଗାଇ କୋଭିଡ଼ ମହାମାରୀରେ ଜଣେ କର୍ମଚାରୀ ସର୍ବନିମ୍ନ ମାସିକ ୧୦ ହଜାର ଟଙ୍କା କ୍ଷତି ସହିବାକୁ ପଡୁଛି।

ଆଜିର ଆର୍ଥିକ ଅବସ୍ଥାକୁ ବିଚାର କରି କର୍ମଚାରୀଟି ହାତକୁ ଏହି ଟଙ୍କା ଆସିଲେ ବଜାର ଚଳଚଞ୍ଚଳ ହେବ ଓ ମାନ୍ଦା ଆର୍ଥିକ ଅବସ୍ଥାରେ ସଚଳତା ଆସିବ। କର୍ମଚାରୀ ଓ ଶିକ୍ଷକମାନଙ୍କ କାର୍ଯ୍ୟର ଗୁରୁତ୍ୱକୁ ବିଚାର କରି ଅବିଳମ୍ବେ ୩ କିସ୍ତି ମହଙ୍ଗା ଭତ୍ତା ଘୋଷଣା କରିବାକୁ ଦାବି କରି ଆଜି ରାଜ୍ୟ ସରକାରୀ କର୍ମଚାରୀ ପକ୍ଷରୁ ବ୍ରହ୍ମପୁର, କୋରାପୁଟ, ଭୁବନେଶ୍ୱର, ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର ଓ କଟକ ସମେତ ବହୁ ଜିଲ୍ଲାରେ ସ୍ମାରକପତ୍ର ଦିଆଯାଇଛି ବୋଲି କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ କାହ୍ନୁଚରଣ ମଲ୍ଲିକ ଜଣାଇଛନ୍ତି।

ଏଥିସହିତ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଶାଖା ତରଫରୁ ସଭାପତି ଅକ୍ଷୟ କୁମାର ଜେନା, ସମ୍ପାଦକ କାହ୍ନୁ ଚରଣ ମଲ୍ଲିକ ଓ ଉପଦେଷ୍ଟା କ୍ଷେତ୍ରମୋହନ ଦାସ ଓ ଅନ୍ୟାନ୍ୟ ସହକର୍ମୀଙ୍କ ସହିତ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ସ୍ମାରକପତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026
Latest News

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.