Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦର ଦାମ ବୃଦ୍ଧିକୁ ନେଇ ବାଣପୁରରେ ପ୍ରତିବାଦ: କେନ୍ଦ୍ର ସରକାର ବିରୋଧରେ ବର୍ଷିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ
ଆଜିର ଖବର

ଦର ଦାମ ବୃଦ୍ଧିକୁ ନେଇ ବାଣପୁରରେ ପ୍ରତିବାଦ: କେନ୍ଦ୍ର ସରକାର ବିରୋଧରେ ବର୍ଷିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

July 16, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଅତ୍ୟାବଶ୍ୟକୀ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଓଡ଼ିଶାର ସମସ୍ତ ବ୍ଲକ/ସହରାଞ୍ଚଳରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ତଥା ଚିଲିକା ନିର୍ବାଚନମଣ୍ଡଳୀର ସଂଗଠକ ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଘଣ୍ଟ ବାଡେଇ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଉଦ୍ଦେଶ୍ୟରେ ଏକ ପ୍ରତିବାଦ ସଭାର ମଧ୍ୟ ଆୟୋଜନ କରାଯାଇଥିଲା।

ଉକ୍ତ ପ୍ରତିବାଦ ସଭାରେ ଓଡିଶାର ପୂର୍ବତନ ମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନେତୃବୃନ୍ଦ ଯୋଗଦେଇଥିଲେ। ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ଲାଗି ସୁରେଶ ରାଉତରାୟ ଏବଂ ପ୍ରଦୀପ କୁମାର ସ୍ୱାଇଁ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଥିଲେ।

ପ୍ରତିବାଦ ସଭା ପରେ ସୁରେଶ ରାଉତରାୟଙ୍କ ନେତୃତ୍ୱରେ କୋଭିଡ କଟକଣା ଅନୁଯାୟୀ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ବାଣପୁର ବ୍ଲକ ସମ୍ମୁଖରୁ ବାହାରି ନଗର ପରିକ୍ରମା କରି ବିଶରପାଟଣା ଛକ ପର୍ଯ୍ୟନ୍ତ ଯାଇଥିଲା। ତେବେ ସୁରେଶ ରାଉତରାୟଙ୍କୁ ଦେଖିବା ପାଇଁ ଜନସାଧାରଣଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ପାଇଁ ବାଣପୁର ଆଇଆଇସିଙ୍କ ତତ୍ୱାବଧାନରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

BJP Ads
ଦରଦାମ ବୃଦ୍ଧି ପ୍ରତିବାଦ ବାଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ

November 7, 2025

ଦୋହାରେ ଭାରତର ପ୍ରଗତି ଉପରେ ଆଲୋକପାତ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

November 7, 2025

ଆଇଏଫଏଫଆଇ ଗୋଆ ୨୦୨୫ ୱେଭସ୍ ବଜାରରେ ଯୋଗଦେବାକୁ ଷ୍ଟାର୍ଟଅପ୍ ମାନଙ୍କୁ ଆମନ୍ତ୍ରଣ

November 7, 2025

ଐତିହାସିକ ବାଲିଯାତ୍ରା ପରିସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ପ୍ରଦର୍ଶନୀ ଉଦଘାଟିତ

November 7, 2025
Jindal Ads
BJP Ads
Latest News

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ

November 7, 2025

Indian Roads Congress: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଇଂଜିନିୟର ମହାକୁମ୍ଭ

November 7, 2025

ବନ୍ଦେ ମାତରମକୁ 150 ବର୍ଷ

November 7, 2025

ଦୋହାରେ ଭାରତର ପ୍ରଗତି ଉପରେ ଆଲୋକପାତ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

November 7, 2025

ଆଇଏଫଏଫଆଇ ଗୋଆ ୨୦୨୫ ୱେଭସ୍ ବଜାରରେ ଯୋଗଦେବାକୁ ଷ୍ଟାର୍ଟଅପ୍ ମାନଙ୍କୁ ଆମନ୍ତ୍ରଣ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.