Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦୁଝରରେ ଶାହା : ଉଭୟ ବିଜେଡ଼ି ଓ କଂଗ୍ରେସ ଉପରେ ବର୍ଷିଲେ
ଆଜିର ଖବର

କେନ୍ଦୁଝରରେ ଶାହା : ଉଭୟ ବିଜେଡ଼ି ଓ କଂଗ୍ରେସ ଉପରେ ବର୍ଷିଲେ

April 12, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
PTI8_9_2014_000057B

ପ୍ରଥମ ପର୍ଯ୍ୟାୟ ମତଦାନ ସରିଯାଇଥିବାବେଳେ ଆସନ୍ତା ୧୮ ତାରିଖରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ । ଏଥର ୫ଟି ଲୋକସଭା ଆସନ ଓ ତତ୍‌ସଂଲଗ୍ନ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏଥିପାଇଁ ନିର୍ବାଚନୀ ପ୍ରଚାର ପୂରା ଜୋର୍‌ସୋର୍‌ରେ ଚାଲିଛି । ଆଜି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କେନ୍ଦୁଝର ଗସ୍ତରେ ଆସି ମେଡିକାଲ କଲେଜ ପଡ଼ିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି। ଏହି ସଭାରେ ଉଭୟ କଂଗ୍ରେସ ଓ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯ ବର୍ଷ ଧରି ଶାସନ କରିବା ସତ୍ତ୍ୱେ ଏଯାବତ ସେ ଭଲ ଭାବେ ଓଡ଼ିଆ ଭାଷା ଜାଣି ନ ଥିବା ନେଇ ଶାହ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। କେନ୍ଦୁଝରରେ ଡିଏମଏଫ ଫଣ୍ଡରେ ୧୬୦୦ କୋଟି ମିଳିଛି  । ମୋଦି ସରକାର ରେଳପଥ, ଜାତୀୟ ରାଜପଥ ଆଦିର ବିକାଶ ନେଇ କାର୍ଯ୍ୟ କରୁଥିବା ବେଳେ ଏଥର ସରକାରକୁ ଆସିଲେ ଏଠାରେ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ବୋଲି କହିଥିଲେ। ଏହାଛଡ଼ା କେନ୍ଦୁଝରରେ ଆଉ ଏକ ମେଡିକାଲ କଲେଜ ସ୍ଥାପନ, କେନ୍ଦୁପତ୍ରରେ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼, ବନଜାତ ଦ୍ରବ୍ୟ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯିବ ବୋଲି ଶାହ କହିଛନ୍ତି। ଶାହ ବେରୋଜଗାରୀ, ପାନୀୟଜଳ ସମସ୍ୟା ବିଷୟରେ କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଥରେ ନବୀନଙ୍କୁ କ୍ଷମତାରୁ ହଟାଇବା ପରେ ବାହାରକୁ କାମ କରିବାକୁ ଯିବାକୁ ପଡ଼ିବ ନାହିଁ। ୫ ବର୍ଷରେ ଓଡ଼ିଶା ନଂ-୧ ହେବ ବୋଲି ଶାହ କହିଛନ୍ତି। ରାଜ୍ୟରେ ଖଣି ଦୁର୍ନୀତି ହୋଇଛି । ସରକାରୀ ବାବୁ ଦୁର୍ନୀତି କରୁଛନ୍ତି । କିନ୍ତୁ ନବୀନ ଚୁପ । ଓଡିଶାରେ ବିପୁଳ ଖଣିଜ ସଂପଦ ରହିଛି କିନ୍ତୁ ରାଜ୍ୟବାସୀ ଗରିବ । ଚିଟଫଣ୍ଡ ଘୋଟାଲାରେ ଲକ୍ଷଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । କିନ୍ତୁ ନବୀନ କିଛି କରିନାହାନ୍ତି । ବିଜେପି ସରକାର ଆସିଲେ ଏମାନଙ୍କୁ ଜେଲ ପଠାଯିବ । ନବୀନ ସରକାରଙ୍କୁ ଉପାଡ଼ି ଫୋପାଡ଼ି ଦେବା ପାଇଁ ଆହ୍ବାନ କରିଛନ୍ତି ଶାହା ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନଭେମ୍ବର ୩ ତାରିଖ ସୋମବାରରେ ମହାଦେବ ଏହି ରାଶିକୁ କରୁଛନ୍ତି ଆର୍ଶିବାଦ, ଜାଣନ୍ତୁ ରାଶିଫଳ

November 3, 2025

ବଡ଼ ଏକାଦଶୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼

November 2, 2025

“ବିସ୍ଫୋରଣ ପାକିସ୍ତାନରେ ହେଲା, କିନ୍ତୁ ଶୋଇ ପାରିଲା ନାହିଁ କଂଗ୍ରେସ ପରିବାର,”: ପ୍ରଧାନମନ୍ତ୍ରୀ ମୋଦୀ

November 2, 2025

ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଆଇନ ମନ୍ତ୍ରୀଙ୍କୁ‌ କୃତଜ୍ଞତା ଜଣାଇଲେ ଓଏସଇଏଫଡ଼ି ସଂଘ

November 2, 2025
BJP Ads
Latest News

ଆଜି ନଭେମ୍ବର ୩ ତାରିଖ ସୋମବାରରେ ମହାଦେବ ଏହି ରାଶିକୁ କରୁଛନ୍ତି ଆର୍ଶିବାଦ, ଜାଣନ୍ତୁ ରାଶିଫଳ

November 3, 2025

ମହିଳା ବିଶ୍ଵକପ: ଶେଷ ହେଲା ୫୨ ବର୍ଷର ଅପେକ୍ଷା, ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ଵ ବିଜେତା ହେଲା ଭାରତ

November 3, 2025

ବଡ଼ ଏକାଦଶୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼

November 2, 2025

“ବିସ୍ଫୋରଣ ପାକିସ୍ତାନରେ ହେଲା, କିନ୍ତୁ ଶୋଇ ପାରିଲା ନାହିଁ କଂଗ୍ରେସ ପରିବାର,”: ପ୍ରଧାନମନ୍ତ୍ରୀ ମୋଦୀ

November 2, 2025

ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଆଇନ ମନ୍ତ୍ରୀଙ୍କୁ‌ କୃତଜ୍ଞତା ଜଣାଇଲେ ଓଏସଇଏଫଡ଼ି ସଂଘ

November 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.