
କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସଂଧ୍ୟାରେ ନାକଟିଦେଉଳ ଗ୍ରାମର ଜନୈକ ଯୁବକ ମନ୍ଦିର ଛକ ପାଖରେ ବାଇକ୍ ଦୁର୍ଘଟଣାରେ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି।
ପ୍ରକାଶ ଯେ, ନାକଟିଦେଉଳ ଗ୍ରାମର ସନ୍ତୋଷ କୁମାର ଧଳ (୨୪) ନାମକ ଯୁବକ ସଂଧ୍ୟା ୫.୩୦ ରେ ନାକଟିଦେଉଳ ମେଡିକାଲ ପଟୁ ନିଜ ଘରକୁ ଫେରୁଥିବା ସମୟରେ ନାକଟିଦେଉଳ ଶିବ ମନ୍ଦରି ଛକ ନିକଟରେ ଭାରସାମ୍ୟ ହରାଇ ନିଜ ବାଇକଟି ଏକ ଗଛରେ ବାଡେଇ ହୋଇଥିଲା। ଆହତ ସନ୍ତୋଷକୁ ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଠିକ୍ ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।
Tags: ବାଇକ୍ ଦୁର୍ଘଟଣା, ବୁର୍ଲା ସ୍ଥାନାନ୍ତର