Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶୃଙ୍ଖଳିତ ଟୀକାକରଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଓ ସିଡ଼ିଏମଓଙ୍କ ବାଣପୁର ଗସ୍ତ: ଅନଲାଇନ ସ୍ଲଟ ବୁକିଂକୁ ପ୍ରାଧାନ୍ୟ
ଆଜିର ଖବର

ଶୃଙ୍ଖଳିତ ଟୀକାକରଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଓ ସିଡ଼ିଏମଓଙ୍କ ବାଣପୁର ଗସ୍ତ: ଅନଲାଇନ ସ୍ଲଟ ବୁକିଂକୁ ପ୍ରାଧାନ୍ୟ

July 31, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ବିଗତ କିଛି ଦିନ ହେବ ବିଭିନ୍ନ ଟିକାକେନ୍ଦ୍ରରେ ଟୀକାଦାନକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ଟୀକାକେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ କେଉଁଠି ମହିଳାମାନେ ରାସ୍ତା ଅବରୋଧ କରୁଛନ୍ତି ତ, ଆଉ କେଉଁଠି ଠେଲାପେଲା ହୋଇ ବହୁ ନାଗରିକମାନେ ଆହତ ମଧ୍ୟ ହେଉଛନ୍ତି।

ଗତକାଲି ବାଣପୁର କୃତିବାସ ଭବନରେ ଠେଲାପେଲା ଯୋଗୁଁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡିଥିଲା। ଏଥିରେ କିଛି ଲୋକ ଆହତ ମଧ୍ୟ ହୋଇଥିଲେ। ସେଥିପାଇଁ ପୋଲିସର ଲାଠି ଚାର୍ଜ ଯୋଗୁଁ ଆହତ ହୋଇଥିବା ଲୋକେ ଅଭିଯୋଗ କରିଥିଲେ।

ତେବେ ଏ ସବୁକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇଛି। ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସ ପଟ୍ଟନାୟକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରି ଡ଼ଃ ବିଶ୍ୱରଂଜନ ପତି ବାଣପୁର ଗସ୍ତରେ ଆସି ଏନଏସି ସଭାଗୃହ ମଧ୍ୟରେ ଏକ ଜରୁରୀକାଳୀନ ବୈଠକରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ବାଣପୁରରେ ଜନସାଧାରଣମାନେ କିପରି ସୁରୁଖୁରୁରେ ଟୀକା ନେବେ ତାହା ଉପରେ ଉଭୟ ଅଧିକାରୀ ଗୁରୁତ୍ୱାରୋପ କରିଥିଲେ।

ସେହିପରି ଭାବେ ବାଣପୁରରେ ଆଉ ତିନି ଗୋଟି ନୁତନ ଟୀକାଦାନ କେନ୍ଦ୍ର ଖୋଲାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେଗୁଡିକ ହେଲା କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ, ଭେଟେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଭାପୁର ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବାଣପୁର ଏନଏସି ଅନ୍ତର୍ଗତ ଟିକିରାଇ ପ୍ରାଥମିକ ବିଦ୍ୟାଳୟ। ଶାନ୍ତି ଶୃଙ୍ଖଳା ପାଇଁ ସବୁ ଟୀକା କେନ୍ଦ୍ର ସମ୍ମୁଖରେ ଆବଶ୍ୟକ ପରିମାଣର ବ୍ୟାରିକେଡ଼ କରାଯିବ।

ଅନୁରୂପ ଭାବେ ବାଣପୁରରେ ଅନଲାଇନ ସ୍ଲଟ ବୁକିଂ ବ୍ୟବସ୍ଥା ମଧ୍ୟ ଆଗକୁ କରାଯିବା ସହ ଏ ସମ୍ପର୍କରେ ନିରନ୍ତର ଭାବେ ଜନସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଅବଗତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଉକ୍ତ ବୈଠକରେ ବାଣପୁର ତହସିଲଦାର ପ୍ରମୋଦ କୁମାର ପାଢ଼ୀ, ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ରମାକାନ୍ତ ନାୟକ, ବାଣପୁର ଆଇଆଇସି ରଶ୍ମିରଂଜନ ସାହୁ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ପାତ୍ର ଏବଂ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ପ୍ରସାଦ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଅତିରିକ୍ତ ଜିଲ୍ଲାପାଳ ଅନଲାଇନ ସ୍ଲଟ ବୁକିଂ ବାଣପୁର ଗସ୍ତ ସିଡ଼ିଏମଓ
Share. Facebook Twitter LinkedIn Email WhatsApp Copy Link

Related Posts

ପରାଜୟ ମଧ୍ୟରେ ଏହି ନିର୍ବାଚନରେ ​​ଟିଏମସି ର ବଡ଼ ବିଜୟ: କେତେ ଆସନ ଜିତିଲା ବିଜେପି?

August 20, 2026

ପୁଣି ଥରେ ନିଷେଧାଦେଶ ବଢାଇଲା ପାକିସ୍ତାନ: ଭାରତୀୟ ବିମାନ ପାଇଁ ବନ୍ଦ ରହିବ ଆକାଶ ମାର୍ଗ

August 20, 2026

ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 20, 2026

ICC Test Ranking: ଜାଣନ୍ତୁ ଶୀର୍ଷ ୧୦ ରେ କେତେଜଣ ଭାରତୀୟ?

August 20, 2026
Latest News

‘କଂଗ୍ରେସ ଦେଶ ବିରୋଧୀ ନିଷ୍ପତ୍ତି ନେଇଛି’: ‘ବନ୍ଦେ ମାତରମ୍’ ଉପରେ ଅମିତ ଶାହଙ୍କ ବଡ଼ ଆକ୍ରମଣ

August 20, 2026

ପରାଜୟ ମଧ୍ୟରେ ଏହି ନିର୍ବାଚନରେ ​​ଟିଏମସି ର ବଡ଼ ବିଜୟ: କେତେ ଆସନ ଜିତିଲା ବିଜେପି?

August 20, 2026

ପୁଣି ଥରେ ନିଷେଧାଦେଶ ବଢାଇଲା ପାକିସ୍ତାନ: ଭାରତୀୟ ବିମାନ ପାଇଁ ବନ୍ଦ ରହିବ ଆକାଶ ମାର୍ଗ

August 20, 2026

ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 20, 2026

୨୪ ଘଣ୍ଟା ମଧ୍ୟରେ ଭାରତ ମାଧ୍ୟମରେ ପାକିସ୍ତାନକୁ ତିନୋଟି ଝଟକା: ଜାଣନ୍ତୁ….

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.