Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡିର ମିଶ୍ରଣ ପର୍ବ: ଟାଙ୍ଗୀ ଓ ଜଟଣୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ
ଆଜିର ଖବର

ବିଜେଡିର ମିଶ୍ରଣ ପର୍ବ: ଟାଙ୍ଗୀ ଓ ଜଟଣୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ

August 10, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଓ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସ ଦଳର ଶତାଧିକ କର୍ମକର୍ତ୍ତା ଓ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବହୁ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ସାମିଲ ଅଛନ୍ତି।

ଆଜି ମଧ୍ୟାହ୍ନରେ ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ବିଜେଡିର ବହୁ କର୍ମକର୍ତ୍ତା, ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପୌରୋହିତ୍ୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ସମସ୍ତ କଂଗ୍ରେସ ଓ ବିଜେପି ନେତୃବୃନ୍ଦଙ୍କୁ ଦଳକୁ ସ୍ୱାଗତ କରିଥିଲେ।

ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ। ଏଥିରେ ବିଜେଡିର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ତଥା ବରିଷ୍ଠ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟିକା ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଓ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହା ଦ୍ୱାରା ଦଳ ଅଧିକ ସୁଦୃଢ ହେଲା ବୋଲି ମତପ୍ରକାଶ କରିଥିଲେ।

ମିଶ୍ରଣ ପର୍ବରେ ଟାଙ୍ଗୀ ବ୍ଲକର ଜନଜାଗରଣ ମହାମେଣ୍ଟ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଓ ନିରାକାରପୁର ପଞ୍ଚାୟତ ସମିତି ସଭ୍ୟ ବିପିନ୍ କୁମାର ଜୟସିଂହ, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶୁଭମ୍ ଦାସ, ରାମେଶ୍ୱର ସରପଞ୍ଚ ପ୍ରମୋଦ କୁମାର ତ୍ରିପାଠୀ, ବିଜେପିର ୯ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟା ମମତା ଜେନା, ଡିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ମମତା ବେହେରା, ରାମେଶ୍ୱର ପଞ୍ଚାୟତ ସମିତି ସଭ୍ୟା ପ୍ରଭାସିନୀ ସ୍ୱାଇଁ, ଉଜ୍ଜଳା ଗୋପୀନାଥପୁର ଗ୍ରାମପଞ୍ଚାୟତ ସରପଞ୍ଚ ମାନକୁସି ସରକାର, ଉଜ୍ଜଳା ଗୋପୀନାଥପୁର ପଞ୍ଚାୟତ ସମିତି ସଭ୍ୟା ସୁପ୍ରିୟା ମାଦଳ, ସୁନ୍ଦରପୁର ଗ୍ରାମ ପଞ୍ଚାୟତ ସଭ୍ୟ ଯୁଧୀଷ୍ଠିର ସାହୁ, ଭୁଷଣ୍ଡପୁର ଗ୍ରାମ ପଞ୍ଚାୟତ ସଭ୍ୟ ରାଜକିଶୋର ନାୟକ, ପୂର୍ବତନ ସରପଞ୍ଚ ପ୍ରଭାକର ରାଉତରାୟ, ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ବିନୋଦ ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଘୁନାଥ ମାଝୀ, ରୀନା ସାମଲ, ପାରୀଓରଡ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ପ୍ରଧାନ, ସରପାରି ପଞ୍ଚାୟତ ସମିତି ସଭ୍ୟ ପ୍ରଶାନ୍ତ ଦାସ, କାଶୀପୁର କୋ-ଅପରେଟିଭ୍ ସୋସାଇଟି ସଭାପତି ଲକ୍ଷ୍ମଣ ନାୟକ, ରାମେଶ୍ୱର କୋ-ଅପରେଟିଭ୍ ସୋସାଇଟି ସଭାପତି ସୁଧାଂଶୁ ଶେଖର ତ୍ରିପାଠୀ, ବସନ୍ତ କୁମାର ରାଉତରାୟ, ପ୍ରଭାସ ଚନ୍ଦ୍ର ମଣ୍ଡଳ, ରାମେଶ୍ୱର ୱାର୍ଡ ସଭ୍ୟ ଜବର ଖାନ, ରାମେଶ୍ୱର ନାଏବ ସରପଞ୍ଚ ଗୀତାଞ୍ଜଳି ଛୋଟରାୟ, ବିଜେପି ୯ନଂ ଜୋନ୍‌ର ମଣ୍ଡଳ ସମ୍ପାଦକ ବିଜୟ ରାଉତରାୟ, ସସ୍ମିତା ବେହେରା, ସରପାରି ଗ୍ରାମ ପଞ୍ଚାୟତର ସରପଞ୍ଚ ଧନେଶ୍ୱର ବେହେରା ଓ ପ୍ରଫୁଲ୍ଲ ସାହୁଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ।

ସେହିପରି ଜଟଣୀ ନିର୍ବାଚନ ମଣ୍ଡଳୀର ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ନାୟକ, ଛତାବର ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ମୋହିନି ନାୟକ, କଂଗ୍ରେସର ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ ବେହେରା, କଂଗ୍ରେସ ୱାର୍ଡ଼ ସଭ୍ୟ ଭାଗିରଥୀ ବେହେରା, ଅପର୍ତ୍ତୀ ସାହୁ, କଂଗ୍ରେସ ଦଳିତ ମହାସଂଘ ସଭାପତି ରଘୁନାଥ ନାୟକ, ପୂର୍ବତନ ୱାର୍ଡ଼ ସଭ୍ୟ ପିଙ୍କୁ ବେହେରା, କଂଗ୍ରେସର ପୂର୍ବତନ ୱାର୍ଡ଼ ସଭ୍ୟ ଭଗବାନ ନାୟକ, ପୁଷ୍ପଲତା ଜେନା, ଗୋବର୍ଦ୍ଧନ ମୁଦୁଲି, ଜ୍ୟୋତ୍ସ୍ନାରାଣୀ ସାହୁ, କଂଗ୍ରେସ ଯୁବ ନେତା ପବିତ୍ର ଲେଙ୍କା, ମଦନପୁର ସମିତି ସଭ୍ୟା ଗୌରୀ ଦେହୁରୀ, କଂଗ୍ରେସ ୱାର୍ଡ଼ ସଭ୍ୟ ରାଧୁ ନାୟକ ଓ କେଦାର ଲେଙ୍କାଙ୍କ ସମେତ ଶତାଧିକ କର୍ମୀ କଂଗ୍ରେସ ଓ ବିଜେପି ଦଳରୁ ଇସ୍ତଫା ଦେଇ ଆଜି ବିଜେଡ଼ିରେ ଯୋଗ ଦେଇଥିଲେ। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ସମ୍ପାଦକ ଅମରେଶ ଜେନା ଓ ଖୋର୍ଦ୍ଧା ନଗର ବିଜେଡି ସଭାପତି ମହମ୍ମଦ ଆରିଫଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

କଂଗ୍ରେସ ଜଟଣୀ ଟାଙ୍ଗୀ ବିଜେଡିରେ ସାମିଲ ବିଜେପି କର୍ମୀ
Share. Facebook Twitter LinkedIn Email WhatsApp Copy Link

Related Posts

କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା

July 9, 2026

ଓଡ଼ିଶା ମାଟିରୁ ନୀଳ ବିପ୍ଳବର ଶୁଭାରମ୍ଭ, ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି

July 9, 2026

ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ଵସ୍ତି: ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଉଠାଇପାରିବେ ଟଙ୍କା

July 9, 2026

ବାଧା ଦେବ କି ବର୍ଷା?: ଜାଣନ୍ତୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ର ପାଣିପାଗ ସ୍ଥିତି

July 9, 2026
Latest News

କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା

July 9, 2026

ଅଷ୍ଟ୍ରେଲିଆ-ଭାରତ ସିଇଓ ଫୋରମ୍ କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 9, 2026

୨୦୦୦ ଟଙ୍କିଆ ନୋଟ୍ ଉପରେ ବଡ଼ ଅପଡେଟ୍: ଜରୁରୀ ସୂଚନା ଜାରି କଲା RBI

July 9, 2026

ଓଡ଼ିଶା ମାଟିରୁ ନୀଳ ବିପ୍ଳବର ଶୁଭାରମ୍ଭ, ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି

July 9, 2026

NEET ପରେ UGC NET ମଧ୍ୟ ଲିକ୍!: ପ୍ରଶ୍ନ ପତ୍ର ୨.୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.