Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମରୁଡ଼ି ମୁକାବିଲା ଯୁଦ୍ଧକାଳୀନ ଭିତ୍ତିରେ କର, ଧାନ ବୋନସ୍ ପାଇଁ ପଇସା ରଖ: ଶେଷଦେବ ନନ୍ଦ
ଆଜିର ଖବର

ମରୁଡ଼ି ମୁକାବିଲା ଯୁଦ୍ଧକାଳୀନ ଭିତ୍ତିରେ କର, ଧାନ ବୋନସ୍ ପାଇଁ ପଇସା ରଖ: ଶେଷଦେବ ନନ୍ଦ

August 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚାଷୀ
Implementation of PMFBY for Kharif 2026 in Odisha

ଭୁବନେଶ୍ୱର: ଚାଷୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦ ନାହିଁ। ଦେହ ଓ ମନ ଲଗାଇ କାମ କର। ଲକଡ଼ାଉନ ଓ ସଟଡ଼ାଉନ ସମୟରେ ସମସ୍ତଙ୍କ ଚକା ଜାମ୍ କରି, ମୁହଁରେ ତୁଣ୍ଡି ଲଗାଇ ଖଣିରୁ ଅପର୍ଯ୍ୟାପ୍ତ ଅର୍ଥ ପାଇଛ। ଏପରିକି ସବୁ ବିଭାଗକୁ ଖର୍ଚ୍ଚ ପାଇଁ ପଇସା ମଗାଇ ସାରିଲେଣି। ଅଥଚ ମରୁଡ଼ିରେ ଛଟପଟ ହେଉଥିବା ଚାଷୀଙ୍କ କଥା ସମ୍ପୂର୍ଣ୍ଣ ଭୁଲିଯାଇଛ। ଖଣି ଅର୍ଥରେ ପ୍ରଥମେ ଚାଷୀଙ୍କ ଜମିକୁ ଜଳ ଯୋଗାଇ ମରୁଡ଼ି ମୁକାବିଲା କର।

ସୂଚନାଯୋଗ୍ୟ ଯେ, ସାରା ଓଡ଼ିଶାର ଅଧାରୁ ଅଧିକ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଯୋଗୁଁ ରୁଆ ପୋତା ହୋଇପାରୁ ନାହିଁ। ରୁଆ ହୋଥିବା ଧାନ ଜଳିଗଲାଣି। ଚାଷ ପ୍ରକ୍ରିୟା ଗଭୀର ଭାବରେ ବ୍ୟାହତ ହୋଇଛି। ଏପରିକି ଚାଷୀଙ୍କ ମୁଣ୍ଡ ଗଡ଼ିଲାଣି। ତଥାପି ସରକାର ଚେତି ନାହାଁନ୍ତି। ଯାଜପୁର, କଟକ, ମୟୁରଭଞ୍ଜ, ଗଞ୍ଜାମ ଯୁଆଡ଼େ ଦେଖ ମରୁଡ଼ି ସ୍ଥିତି। ଅଧା ଓଡ଼ିଶାରେ ମରୁଡ଼ି ସ୍ଥିତି ବୋଲି ପ୍ରମୁଖ ଖବରକାଗଜରେ ସମ୍ବାଦ ପ୍ରକାଶ ପାଇସାରିଛି। ଜୁନ୍‌ର ଶେଷ ଭାଗରୁ ଜଣାଥିଲା ଯେ ଜୁଲାଇରେ ଅନାବୃଷ୍ଟି ହେବ। ତଥାପି ସରକାର ନାହିରେ ତେଲ ପକାଇ ଶୋଇଲେ ଓ ଏଥିଲାଗ କୌଣସି ଉଦ୍ୟମ କଲେନାହିଁ।

ସରକାର ଚାଷୀଙ୍କ କଥା ନବୁଝି ଅଲମ୍ପିକ୍‌ରେ ମାତି କ୍ରୀଡ଼ାଙ୍ଗନ କରିବା କଥା ଘୋଷଣା କରୁଛନ୍ତି। ସରକାର ସାଂସ୍କୃତିକ ବୈଭବ ଓ କ୍ରୀଡ଼ା ପ୍ରତି ସମ୍ବେଦନଶୀଳ ହୁଅନ୍ତୁ, କିନ୍ତୁ ଅନ୍ନଦାତାଙ୍କ କଥା ବୁଝିବେ କି ନାହିଁ। ସବୁଠାରୁ ଦୁର୍ଭାଗ୍ୟର କଥା ମୁଖ୍ୟମନ୍ତ୍ରୀ ନିଜେ ଦୀର୍ଘଦିନ ଧରି ଜଳସେଚନ ବିଭାଗର ଦାୟିତ୍ୱରେ ଅଛନ୍ତି। ଏହା ସତ୍ତ୍ୱେ ଜଳସେଚନ ପାଇଁ ସେଭଳି ଆଖିଦୃଶିଆ ପଦକ୍ଷେପ ସେ ନେଇନାହାଁନ୍ତି। କରୋନାରେ ଲୋକ ହାତ ବାନ୍ଧି ବସିଛନ୍ତି । ଦୁଇଥର କରୋନା ମାଡ଼ରେ ଚାଷ ଦେଶକୁ ବଞ୍ଚାଇଲା ବୋଲି ସମସ୍ତେ ସ୍ୱୀକାର କରୁଛନ୍ତି ହେଲେ ଚାଷକୁ ବଞ୍ଚାଇବାକୁ ସରକାର ପଦକ୍ଷେପ ନେବା ଯନ୍ତ୍ରଣାଦାୟକ।

ସରକାରଙ୍କ ଖଜଣାଖାନାରେ ଅର୍ଥର ଅଭାବ ନାହିଁ। ତୁରନ୍ତ ସରକାର ମରୁଡ଼ି ମୁକାବିଲା କରିବା ସହିତ ଧାନ କୁଇଣ୍ଟାଲ ପିଛା ୫୦୦ ଟଙ୍କା ଲେଖାଏଁ ବୋନସ ଦେବା ପାଇଁ ଅର୍ଥ ବରାଦ କରନ୍ତୁ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି। ଯଦି ଏଥର ମରୁଡ଼ି ହୁଏ, ତେବେ ପୁରୁଣା ରିଲିଫ କୋଡ଼ ନୁହେଁ, ବରଂ ରିଲିଫ କୋଡ଼ ସଂଶୋଧନ କରି କ୍ଷତି ଯେତେ, ଦିଅ ସେତେ ଆଧାରରେ କ୍ଷତିପୂରଣ ଦାବି କରାଯିବ ବୋଲି ଶ୍ରୀ ନନ୍ଦ କହିଛନ୍ତି।

କୁମ୍ଭୀର କାନ୍ଦଣା ଶେଷଦେବ ନନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀରେ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ: ଉଦ୍ଧାର କାର୍ଯ୍ୟ ଜାରି

August 14, 2026

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ଭର୍ତ୍ତି: ଆଞ୍ଜିଓଗ୍ରାଫି ପରେ ହସ୍ପିଟାଲ ଜାରି କଲା ସ୍ୱାସ୍ଥ୍ୟ ସୂଚନା

August 14, 2026

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026

କଟକ ଟ୍ରାଫିକ୍‌ ଭିଡ଼ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ: ଡିସିପିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି

August 14, 2026
Latest News

ପୁରୀରେ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ: ଉଦ୍ଧାର କାର୍ଯ୍ୟ ଜାରି

August 14, 2026

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ବିମାନବନ୍ଦର ସମେତ ୫ ଟି ସ୍ଥାନରେ ବୋମା ଧମକ: ତଦନ୍ତ ଜାରି

August 14, 2026

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି: ବୀର ସାବରକର ମାମଲା ଖାରଜ

August 14, 2026

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ଭର୍ତ୍ତି: ଆଞ୍ଜିଓଗ୍ରାଫି ପରେ ହସ୍ପିଟାଲ ଜାରି କଲା ସ୍ୱାସ୍ଥ୍ୟ ସୂଚନା

August 14, 2026

୨୦ ଟିଏମସି ବିଦ୍ରୋହୀଙ୍କ ପାଇଁ ବଢିବ ଚିନ୍ତା!: ମମତା ବାନାର୍ଜୀ ନେଲେ ବଡ଼ ନିଷ୍ପତ୍ତି

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.