କରୋନାରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ

Published: Aug 19, 2021, 12:48 pm IST

ଭୁବନେଶ୍ୱର: ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ। ମାତ୍ର ୪୪ ବର୍ଷ ବୟସରେ ସଂଗ୍ରାମଙ୍କ ପରଲୋକ ହୋଇଛି। କୋଭିଡ୍ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ। ପରଲୋକ ନେଇ ସୂଚନା ଦେଲେ ତାଙ୍କ ସାନ ଭାଇ ମନୋଜ ଜେନା। ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ହେଉଛନ୍ତି ସଂଗ୍ରାମ ଜେନା। ସମସ୍ତେ ଶ୍ରଦ୍ଧାରେ ତାଙ୍କୁ ବାପି ବୋଲି ସମ୍ବୋଧିତ କରନ୍ତି। ତାଙ୍କର ମୃତ୍ୟୁ କଂଗ୍ରେସ ପାଇଁ ଏକ ଅପୂରଣୀୟ ‍‍କ୍ଷତି। ତାଙ୍କର ମୃତ୍ୟୁରେ ଛାତ୍ର ଓ ଯୁବ ଗୋଷ୍ଠୀ ମହଲରେ ଶୋକର ଛାୟା ଖେଳିଯାଇଛି।

ସେ ଅନେକ ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଇକ୍‌ମୋ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯାଇଥିଲା। ସେ ୮୪ ଦିନ ହେବ ଇକ୍‌ମୋ ଚିକିତ୍ସାରେ ଚିକିତ୍ସିତ ହେଉଥିଲେ। ତା’ପୂର୍ବରୁ ଓଡ଼ିଶାରେ ୩ ସପ୍ତାହରୁ ଅଧିକ ଦିନ ଧରି ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ସେ ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ, ସଭାପତି, ପିସିସିର ସାଧାରଣ ସମ୍ପାଦକ, ଓ କଟକର ଜିଲ୍ଲା ପ୍ରଭାରୀ ଥିଲେ। ସେ ଅନେକ ସାମାଜିକ ସେବା ସହ ଜଡିତ ଥିଲେ। ଯୁବକମାନହ୍କୁ ଏକାଠି କରି କିପରି କାମ କରିହେବ, ଲୁଲୁଙ୍କ ପରେ ସେ ଦ‍‍‍କ୍ଷତା ତାଙ୍କ ନିକଟରେ ଥିଲା। ତାଙ୍କରି ନେତୃତ୍ୱରେ ହିଁ ହଜାର ହଜାର ଯୁବକ ଓ ଛାତ୍ରମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ୱର ଉତ୍ତୋଳନ କରୁଥିଲେ।

Related posts