Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୭ତମ କିଟ୍ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଜମଣିଙ୍କୁ ସ୍ୱର୍ଣ୍ଣପଦକ
ଆଜିର ଖବର

୧୭ତମ କିଟ୍ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଜମଣିଙ୍କୁ ସ୍ୱର୍ଣ୍ଣପଦକ

August 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ୧୭ତମ ‘କିଟ୍‌’ ଓ ‘କିସ୍‌’ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ୨୦୨୧ବର୍ଷ ପାଇଁ ସମାପନ ହୋଇଯାଇଛି। ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତ୍ୟେକ ବିଭାଗରେ ସର୍ବାଚ୍ଚ ନମ୍ବର ରଖିଥିବା କୃତୀଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ମେଡ଼ାଲ ପ୍ରଦାନ କରାଯାଇଛି।

ପ୍ରକାଶଥାଉକି, ଏଲ୍‌.ଏଲ୍‌.ଏମ୍ (ସ୍କୁଲ୍ ଅଫ୍ ଲ)ରେ ରାଜମଣି ମହାନ୍ତି ସର୍ବୋଚ୍ଚ ନମ୍ବର ରଖିଥିବାରୁ ସମାବର୍ତ୍ତନ ଉତ୍ସବରେ ରାଜମଣିଙ୍କୁ ସ୍ୱର୍ଣ୍ଣପଦକ (ମେଡ଼ାଲ) ଅର୍ଥାତ୍ ଚାନ୍‌ସେଲର ଗୋଲ୍‌ଡ଼ ମେଡ଼ାଲ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଉକ୍ତ ସ୍ୱର୍ଣ୍ଣ ପଦକ ଚାନ୍‌ସଲରଙ୍କ ଠାରୁ ପ୍ରାପ୍ତ ଏବଂ ପ୍ରୋ.ଭି.ସି. ସସ୍ମିତା ସାମନ୍ତ ସାର୍ଟିଫିକେଟ ପ୍ରଦାନ କରିଛନ୍ତି।

ଶ୍ରୀ ମହାନ୍ତି ବି.ଏସ୍‌.ସି.ଏଲ୍‌.ଏଲ୍‌.ବି.ରେ ଟପ୍ପର ହୋଇ ଭାଇସ୍ ଚାନ୍‌ସେଲର ସିଲ୍‌ଭର (ରୌପ୍ୟ) ପଦକ ୨୦୨୦ ମସିହାରେ ପାଇଥିଲେ। ୧୦ଟି ଯାକ ସେମଷ୍ଟରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଥିଲେ। ସର୍ବଭାରତୀୟ ମୋର୍ଟ କୋର୍ଟ ପରୀକ୍ଷାରେ କେରଳ, ତ୍ରିବେନ୍ଦ୍ରମଠାରେ ପ୍ରଥମ ହୋଇ କେରଳ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଠାରୁ ମେଡ଼ାଲ ଗ୍ରହଣ କରି କିଟ୍ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏହି ଉତ୍ସବରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ତଥା ପାର୍ଲାମେଣ୍ଟର ଲୋକସଭା ସଦସ୍ୟ ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ। କିଟ୍‌ର ରେଜିଷ୍ଟ୍ରାର ଜ୍ଞାନରଞ୍ଜନ ମହାନ୍ତିଙ୍କ ସମେତ ସମସ୍ତ ବିଭାଗର ନିର୍ଦ୍ଦେଶକ ଓ ସମାବର୍ତ୍ତନ ଉତ୍ସବର ସମସ୍ତ ଉଚ୍ଚପଦାଧିକାରୀ ଉପସ୍ଥିତ ଥିଲେ।

ରାଜମଣି ହେଉଛନ୍ତି ଜିଲ୍ଲା ଲାୟନ୍ସ ଗଭର୍ଣ୍ଣର ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ ପଦାଧିକାରୀ ବିଶ୍ୱନାଥ ମହାନ୍ତି ଏବଂ ଓଡ଼ିଶା ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରେବତୀ ସଙ୍କ ପୁତ୍ର। ତାଙ୍କର ଭଉଣୀ ସ୍ମିତା ମହାନ୍ତି, ଭିଣୋଇ ଡଃ ଦେବାଶୀଶ ସୌମ୍ୟରଞ୍ଜନ ଦାସ। କିଟ୍ ବିଶ୍ୱବିଦ୍ୟାଳୟର ଏତାଦୃଶ କାର୍ଯ୍ୟ ତଥା ସମାବର୍ତ୍ତନ ଉତ୍ସବରେ ସର୍ବଭାରତୀୟ ତଥା ବିଶ୍ୱର ବହୁ ବିଦେଶୀ ରାଷ୍ଟ୍ରର ପିଲାମାନେ ସ୍ୱର୍ଣ୍ଣ, ରୌପ୍ୟ ମେଡ଼ାଲ ଲାଭ କରୁଥିବା ଦେଖି ରାଜମଣିଙ୍କ ପିତା ବିଶ୍ୱନାଥ ମହାନ୍ତି ଏବଂ ମାତା ରେବତୀ ସ ଆଶ୍ଚର୍ଯ୍ୟ ହୋଇଥିବା ସ୍ଥଳେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ସମାବର୍ତ୍ତନ ପରିଚାଳନା ନିମନ୍ତେ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି।

କିଟ୍ ବିଶ୍ୱବିଦ୍ୟାଳୟ କିସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.