Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଟୋବରରେ ପିକକୁ ଆସିବ ତୃତୀୟ ଲହର!: ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି ୨୩ ପ୍ରତିଶତ ପିଲା
ଆଜିର ଖବର

ଅକ୍ଟୋବରରେ ପିକକୁ ଆସିବ ତୃତୀୟ ଲହର!: ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି ୨୩ ପ୍ରତିଶତ ପିଲା

August 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ସମ୍ଭାବ୍ୟ କରୋନାର ତୃତୀୟ ଲହରୀକୁ ନେଇ ଡିଏମଇଟି ସିବିକେ ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି। ତୃତୀୟ ଲହରୀରେ ପିଲାମାନେ ଅଧିକ ପ୍ରଭାବିତ ହୋଇପାରନ୍ତି। ସେପ୍ଟେମ୍ବର-ଅକ୍ଟୋବର ମାସରେ କରୋନାର ତୃତୀୟ ଲହରୀ ପିକ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତୃତୀୟ ଲହରୀ ଆସିଲେ ଦେଶରେ ଦୈନିକ ୪ ଲକ୍ଷ ଲୋକ ସଂକ୍ରମିତ ହେବେ ବୋଲି ଅନୁମାନ କରାଯାଇଛି। ସେହି ହିସାବରେ ଓଡିଶାରେ ଦୈନିକ ସଂକ୍ରମଣ ମଧ୍ୟ ୧୪ ହଜାରକୁ ଛୁଇଁପାରେ। ଯେହେତୁ ଏଥିରେ ଶିଶୁମାନେ ଅଧିକ ସଂକ୍ରମଣ ହେବା ସମ୍ଭାବନା ଦେଖାଯାଇଛି। ସେଥିପାଇଁ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଉଛି।

ତେବେ ବର୍ତ୍ତମାନ ୧୨ ରୁ ୧୩ ପ୍ରତିଶତ ପିଲା ସଂକ୍ରମଣ ହେଉଥିବା ବେଳେ ତୃତୀୟ ଲହରୀରେ ୨୩ ପ୍ରତିଶତ ପିଲା ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି। ୬୪ ଦିନରେ ଦ୍ଵିତୀୟ ଲହରୀ ପିକକୁ ଆସିଥିଲା। ସେପ୍ଟେମ୍ବର ମାସରେ ତୃତୀୟ ଲହରୀ ଆସିବାକୁ ଥିବା ବେଳେ ଅକ୍ଟୋବର ମାସରେ ପିକରେ ପହଞ୍ଚିବ। ସେଥିପାଇଁ ସବୁ କୋଭିଡ ହସ୍ପିଟାଲରେ ଶିଶୁଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଶିଶୁ ଭବନରେ ସେଣ୍ଟର ଅଫ ଏକ୍ସିଲେନ୍ସି କରାଯାଉଛି। ସଂକ୍ରମିତ ହୋଇ ଶିଶୁ ଗୁରୁତର ନହେଲେ ମଧ୍ୟ ଚିକିତ୍ସାରେ କୋହଳ କରାଯିବ ନାହିଁ। ତେଣୁ ଦୈନିକ ସଂକ୍ରମଣ ସଂଖ୍ୟାର ଆନାଲିସିସ କରାଯିବ। ଗତ ୩ ଦିନ ହେଲା କୌଣସି ଆକ୍ରାନ୍ତ ଶିଶୁ ଭେଣ୍ଟିଲେଟରକୁ ଯାଇନାହାନ୍ତି। ସେହିଭଳି କମ ଶିଶୁଙ୍କୁ ଅକ୍ସିଜେନ ଆବଶ୍ୟକ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।

ଅକ୍ଟୋବର ତୃତୀୟ ଲହର ହସ୍ପିଟାଲରେ ଭର୍ତ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.