
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ଏକ ରୋଡ ଶୋ କରିବେ ବୋଲି ଜଣାପଡିଛି। ମୋଦି ଭୁବନେଶ୍ୱରରେ ରୋଡ୍ ଶୋ କରିବା ସହିତ ସାଧାରଣ ସଭା ଯୋଗଦେବେ ବୋଲି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଓଡିଶାରେ ମିଶନ ୧୨୦ର ସଫଳ ରୂପାୟନ ନିମନ୍ତେ କେନ୍ଦ୍ରୀୟ ନେତାମାନେ ଓଡିଶାକୁ ତୁଫାନୀ ଗସ୍ତ କରୁଛନ୍ତି। ଏହି ତାଲିକାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାଦ ପଡିନାହାନ୍ତି। କଳାହାଣ୍ଡି ଓ ସୋନପୁର ପରେ ଏବେ ସମ୍ବଲପୁର ଏବଂ ରାଜଧାନୀ ଭୁବନେଶ୍ୱରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦୀ। ଏପ୍ରିଲ୍ ୧୬ ତାରିଖରେ ମୋଦି ଓଡିଶା ଆସି ଭୁବନେଶ୍ବର ଏବଂ ସମ୍ବଲପୁରରେ ସଭା କରିବେ। ଭୁବନେଶ୍ବରରେ ମୋଦି ଏକ ରୋଡ ଶୋ କରିବେ। ବିମାନ ବନ୍ଦରରୁ ଓୟୁଏଟି ଦେଇ ବରମୁଣ୍ଡା ପଡିଆ ଯାଏଁ ମୋଦିଙ୍କ ରୋଡ ଶୋ ଚାଲିବ। ବରମୁଣ୍ଡାରେ ଉଦ୍ବୋଧନ ଶେଷକରି ସମ୍ବଲପୁରରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ମୋଦି।