Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାଲ ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ସଂପର୍କରେ ତଦନ୍ତ ପାଇଁ ଶିକ୍ଷା ବିଭାଗର ନିର୍ଦ୍ଦେଶ
ଆଜିର ଖବର

ଜାଲ ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ସଂପର୍କରେ ତଦନ୍ତ ପାଇଁ ଶିକ୍ଷା ବିଭାଗର ନିର୍ଦ୍ଦେଶ

September 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତ୍ରୁଟି ସଂଶୋଧନ କରି ପିଲାମାନଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଇ ଦିଆଯାଉ: ଓଷ୍ଟା
ତ୍ରୁଟି ସଂଶୋଧନ କରି ପିଲାମାନଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଇ ଦିଆଯାଉ: ଓଷ୍ଟା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଜାଲ ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ସଂପର୍କରେ ଉଚିତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ କଳାହାଣ୍ଡି ସମେତ ଓଡିଶାର ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପୂର୍ବ ପତ୍ର ସଂଖ୍ୟା ୧୯୧୬୬ ତା୨୯.୧୦.୨୦୨୦, ୨୨୪୨୨ ତା.୦୧.୧୨.୨୦୨୦, ୫୨୬ ତା.୨୧.୦୧.୨୦୨୧ ଏବଂ ୧୩୨୩୨ ତା.୧୯.୦୮.୨୦୨୧ ଆଧାରରେ ପତ୍ର ସଂଖ୍ୟା ୧୩୮୬୩ ତା.୨୮.୦୮.୨୦୨୧ ଅନୁସାରେ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକ ତଥା ତତ ସଂଲଗ୍ନିତ ଗୋଷ୍ଠୀ ଶିକ୍ଷାଧିକାରୀ ମାନଙ୍କୁ ଦିଆଯାଇଥିବା ଜଣାପଡିଛି।

ମାନ୍ୟବର ଓଡିଶା ହାଇକୋର୍ଟ WP(C)18752/2018 ରେ ଜାଲ ଶିକ୍ଷକ ତଥା କର୍ମଚାରୀ ମାନଙ୍କ ସଂପର୍କରେ ସବିଶେଷ ତଥ୍ୟ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ ମାନେ ତଥ୍ୟ ଯୋଗାଇ ଦେବାରେ ବିଳମ୍ବ ହେଉଥିବା କାରଣରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଅସୁବିଧାର ସମ୍ମୁଖିନ ହେଉଥିବା ଦର୍ଶାଯାଇଛି। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଜାଲ ଶିକ୍ଷକ ମାନଙ୍କ ସଂପର୍କରେ ତଥ୍ୟ ଯୋଗାଇ ନଦେଲେ ସଂପୃକ୍ତ ଶିକ୍ଷାଧିକାରୀ ମାନଙ୍କ ଦରମା ବନ୍ଦ କରିଦେବାକୁ କଡା ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

ସରକାରଙ୍କ ଏହି ନିର୍ଦ୍ଦେଶ ଦେବାପରେ କଳାହାଣ୍ଡି ଜିଲ୍ଲାରେ ଜାଲିଆତିକରି ଶିକ୍ଷକତା କରୁଥିବା ଶିକ୍ଷକ ମହଲରେ ଭୟର ବାତାବରଣ ଖେଳିଯାଇଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାରେ ବହୁ ସଂକ୍ୟାରେ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ କାର୍ଯ୍ୟରତ ଥିବା ବହୁଦିନରୁ ଅଭିଯୋଗ ହୋଇଆସୁଥିବା ବେଳେ ସେସବୁର ତନଖି କରାଯାଉନଥିବା ଜଣାପଡିଛି। ଅଧିକାଂଶ ପ୍ରାର୍ଥୀ ଦରଖାସ୍ତ ଦାଖଲ ସମୟରେ ଅଧିକ ମାର୍କ ପାଇଥିବା ଜାଲ ସାର୍ଟିଫିକେଟ ଦାଖଲ କରି ଚୟନ ହୋଇଯାଉଥିବା ଏବଂ ପୋଷ୍ଟିଂ ଅର୍ଡର ହାସଲ କରି କାର୍ଯ୍ୟରେ ଯୋଗ ଦେବା ସମୟରେ ସଠିକ ସାର୍ଟିଫିକେଟ ଦାଖଲ କରିଦେଇଥିବା କୁହାଯାଉଛି। ଫଳରେ ସେହି ଜାଲିଆତି ସଂପର୍କରେ ତଦନ୍ତକାରୀ ଅଧିକାରୀଙ୍କ ନଜରକୁ ଆସିପାରୁନଥିବା ଚର୍ଚ୍ଚା ହେଉଛି।

ତଦନ୍ତକାରୀ ଅଫିସର ସଂପୃକ୍ତ ଶିକ୍ଷକଙ୍କର ପଦବୀ ପାଇବା ପାଇଁ ଆବେଦନ ସମୟରେ କେଉଁ ସାର୍ଟିଫିକେଟ ଦାଖଲ କରିଥିଲେ ଏବଂ କେଉଁ ମାର୍କ ବଳରେ ଚାକିରୀ ପାଇବାକୁ ଯୋଗ୍ୟ ବିବେଚିତ ହେଲେ ସେସଂପର୍କରେ ତଦନ୍ତ କଲେ ଆହୁରି ଅନେକ ଜାଲିଆତି ସଂପର୍କରେ ଜଣାପଡିଯାଇପାରେ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି। ଶିକ୍ଷକ ନିଯୁକ୍ତି ପ୍ରକ୍ରୀୟା ଆରମ୍ଭରୁ କାଗଜାତ ତଦନ୍ତ କରାଗଲେ ଜାଲ ସାର୍ଟୀପିକେଟ ସଂପର୍କରେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିଯାଇପାରିବ ବୋଲି ଆଲୋଚନା ହେଉଛି।

ଓଡିଶା କଳାହାଣ୍ଡି ଜାଲ ସାର୍ଟିଫିକେଟ ଶିକ୍ଷକ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ୍ ଗମ୍ଭୀରଙ୍କୁ ଚେତାବନୀ: କୁଲଦୀପଙ୍କ ପ୍ରସଙ୍ଗରେ ଚର୍ଚ୍ଚା ଜୋର

August 22, 2026

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026
Latest News

ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ୍ ଗମ୍ଭୀରଙ୍କୁ ଚେତାବନୀ: କୁଲଦୀପଙ୍କ ପ୍ରସଙ୍ଗରେ ଚର୍ଚ୍ଚା ଜୋର

August 22, 2026

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.